ନୂଆଦିଲ୍ଲୀ: ଆମେ ସ୍ପାଇଡର୍ ମ୍ୟାନ୍କୁ ଟିଭିରେ କିମ୍ୱା ପୋଷ୍ଟରରେ ଦେଖିଥାଉ। ସମସ୍ତଙ୍କର ଇଚ୍ଛା ଥାଏ ସ୍ପାଇଡର୍ ମ୍ୟାନ୍ଭଳି ପାହାଡ଼ ଓ ବଡ଼ ବଡ଼ କୋଠା ଚଢ଼ିବା। ଏବେ ଆପଣଙ୍କ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। ଆଉ କିଛି ଦିନ ପରେ ସ୍ପାଇଡର୍ ମ୍ୟାନ୍ ପରି ଆପଣ ବି ପାହାଡ଼ କିମ୍ୱା କାନ୍ଥରେ ସହଜରେ ଚଢ଼ି ପାରିବେ। ସେଥିପାଇଁ ଆପଣଙ୍କୁ ଦଉଡ଼ି ଅବା ଗ୍ରାପଲିଗ୍ହୁକ୍ର ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମଣ୍ଡିର ସ୍କୁଲ ଅଫ୍ ଇଞ୍ଜିନିୟରିଂର କେତେକ ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ପ୍ରକାର ସୁଟ୍ ପ୍ରସ୍ତୁତ କରିଛନ୍ତି। ଏହାକୁ କୁହାଯାଉଛି ‘ୱାଲ୍ ଇ ସୁଟ୍’। ଏହି ସୁଟ୍ ପିନ୍ଧି ଯେ କୌଣସି ବ୍ୟକ୍ତି କିଛି ସମୟ ମଧ୍ୟରେ ୪ରୁ୫ ମହଲା ବିଶିଷ୍ଟ ଘର ଉପରକୁ ଚଢ଼ି ପାରିବ। ଏପରିକି ଏହା ସହିତ ଆପଣ ଏକ କ୍ୱିଣ୍ଟାଲ୍ ଓଜନର ଜିନିଷ ମଧ୍ୟ ବୋହି ନେଇପାରିବେ। ବହୁତଳ କୋଠାରେ ଉଦ୍ଧାର କାର୍ଯ୍ୟ ବେଳେ ଏହି ସୁଟ୍ ବଡ଼ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।
ସୌଜନ୍ୟ-ନଇ ଦୁନିଆ
ଫଟୋ-ନଇ ଦୁନିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।