Advertisment

ନୂଆପଡ଼ା: ବର୍ଷା ନାହିଁ, ହଜାର ହଜାର ଏକର ଜମିରେ ଜଳି ଗଲାଣି ଧାନ ଫସଲ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଚାଷୀଙ୍କ ପିଛା ଛାଡୁନି ସମସ୍ୟା। କେତେବେଳେ ସରକାର ଦେଉଥିବା ବିହନ ଗଜା ହୋଇଯାଉଛି ତ ପୁଣି କେତେବେଳେ ଦାଉ ସାଧୁଛି ବର୍ଷା। ବର୍ଷା ଅଭାବରୁ ଏବେ ଆଶା ଓ ଆଶଙ୍କାରେ ରହିଛନ୍ତି ଜିଲ୍ଲାର ହଜାର ହଜାର ଚାଷୀ। ଅନ୍ୟପକ୍ଷରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି ଜିଲ୍ଲା କୃଷି ବିଭାଗ।

author-image
Rakesh Mallick
ଅଦ୍ୟତନ ହୋଇଛି
ନୂଆପଡ଼ା: ବର୍ଷା ନାହିଁ, ହଜାର ହଜାର ଏକର ଜମିରେ ଜଳି ଗଲାଣି ଧାନ ଫସଲ

nuapada

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଚାଷୀଙ୍କ ପିଛା ଛାଡୁନି ସମସ୍ୟା। କେତେବେଳେ ସରକାର ଦେଉଥିବା ବିହନ ଗଜା ହୋଇଯାଉଛି ତ ପୁଣି କେତେବେଳେ ଦାଉ ସାଧୁଛି ବର୍ଷା। ବର୍ଷା ଅଭାବରୁ ଏବେ ଆଶା ଓ ଆଶଙ୍କାରେ ରହିଛନ୍ତି ଜିଲ୍ଲାର ହଜାର ହଜାର ଚାଷୀ। ଅନ୍ୟପକ୍ଷରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି ଜିଲ୍ଲା କୃଷି ବିଭାଗ।nuapadaଚଳିତବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଟିକେ ବିଳମ୍ବରେ ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିଥିଲା। ଏହାର ପ୍ରଭାବରେ ରାଜ୍ୟ ଅନ୍ୟ ସ୍ଥାନ ଭଳି ନୟାଗଡ଼ରେ ମଧ୍ୟ ବର୍ଷା ହୋଇଥିଲା। ମୌସୁମୀ ବର୍ଷା ପରେ ଜିଲ୍ଲାରେ ଚାଷବାସ କାମ ଆରମ୍ଭ ହୋଇଯାଇଥିଲା। କେତେକ ଚାଷୀ ଧାନ ବୁଣି ଥିଲେ ଓ ଆଉ କେତେକ ତଳି ପକାଇଥିଲେ। ଆଶା କରି ଥିଲେ ଆଗକୁ ବି ଭଲ ବର୍ଷା ହେବ। କିନ୍ତୁ ଆଷାଢ଼ ଯାଇ ଶ୍ରାବଣ ଆସିଲାଣି, ନୟାଗଡ଼ରେ ବର୍ଷାର ଦେଖା ନାହିଁ। ଓଲଟି ଦିନ ତମାମ ପ୍ରବଳ ଖରା ହେଉଛି। ଖରା ଯୋଗୁଁ ଚାଷ ଜମି ସବୁ ଫାଟି ଆଁ କଲାଣି। ତଳି ପୋଡ଼ି ଗଲାଣି। ଟିକେ ବଡ଼ ହୋଇଯାଇଥିବା ଧାନ ଗଛଗୁଡ଼ିକ ମଧ୍ୟ ଜଳି ଯାଉଛି। ତେଣୁ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ।nuapada

Advertisment

ଚାଷୀ ମୁକୁଲ ଭୋଇଙ୍କ କହିଛନ୍ତି ଯେ ଧାର ଉଧାର କରି ସେ ଚଳିତବର୍ଷ ଧାନ ଚାଷ କରିଥିଲେ। କିନ୍ତୁ ଠିକ୍ ସମୟରେ ବର୍ଷା ନ ହେବାରୁ ଧାନ ସବୁ ପୋଡ଼ି ଯାଇଥିବା ବେଳେ ମାଟି ଆଁ କରି ରହିଛି। ସେହିପରି ରାମନାଥ ଶବର କହିଛନ୍ତି, ମୌସୁମୀ ବର୍ଷା ହେବାରୁ ସେ ଧାନ ବୁଣିଥିଲେ। କାଦୁଅ କରି ତଳି ମଧ୍ୟ ପକାଇଥିଲେ। କିନ୍ତୁ ବର୍ଷା ନଥିବା ଯୋଗୁ ତଳି ମରି ଗଲାଣି। ବେଳେ ବେଳେ ବାହାରରୁ ପାଣି ନେଇ ପକାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଇନ୍ଦୁମଣୀ ପଟେଲ କହିଛନ୍ତି ଯେ  ଦୀର୍ଘ ୨୦ରୁ ୨୫ ଦିନ ହେବ ବର୍ଷାର ଦେଖା ନାହିଁ। ମୌସୁମୀ ପ୍ରଭାବରେ ହୋଇଥିବା ବର୍ଷାରେ ଯାହା ଧାନ ବୁଣାଯାଇଥିଲା। ଆଉ ବର୍ଷା ହେଉ ନ ଥିବାରୁ ଧାନ ବୁଣାଯାଇ ନାହିଁ। nuapada

ଜୁନ ମାସରେ ନୂଆପଡ଼ା ଜିଲ୍ଲାରେ ୩୩ % ଅଧିକ ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସରେ ୧୭% କମ୍ ବର୍ଷା ହୋଇଛି। ସେହିପରି ଜୁନ ମାସରେ ଜିଲ୍ଲାର ନୂଆପଡା ବ୍ଲକରେ ୨୭୩.୪ ମି.ମି ବର୍ଷା ହୋଇଥିବା ବେଳେ କୋମନା ବ୍ଲକରେ ୪୪୮ମି.ମି, ଖଡିଆଳ ବ୍ଲକରେ ୩୬୮.୯ ମି.ମି, ବୋଡେନ୍ ବ୍ଲକରେ ୨୦୩ ମି.ମି ଓ ସିନାପାଲି ବ୍ଲକରେ ୧୯୨ ମି.ମି ବର୍ଷା ହୋଇଥିଲା। ମୋଟ ଉପରେ ଜୁନ ମାସରେ ଜିଲ୍ଲାରେ ୧୪୮୫ ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଜୁଲାଇ ମାସରେ ନୂଆପଡ଼ା ବ୍ଲକରେ ୧୮୯.୬ ମି.ମି, ଖଡିଆଳରେ ବ୍ଲକରେ ୪୮୧ ମି.ମି,‍ ବୋଡେନ ବ୍ଲକରେ ୧୭୧ ମି.ମି ଓ ସିନାପାଲି ବ୍ଲକରେ ୧୪୦ ମି.ମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଜୁଲାଇ ମାସରେ ନୂଆପଡା ଜିଲ୍ଲାରେ ମୋଟ ୧୩୧୧.୬ ମି.ମି ବର୍ଷା ହୋଇଥିବା ରେକର୍ଡ ହୋଇଛି।nuapadaନୂଆପଡା ଜିଲ୍ଲାରେ ୧,୯୦,୦୦୦ ହେକ୍ଟର ଚାଷ ଜମିରୁ ୮୨,୦୦୦ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବର୍ଷାର ପରିମାଣ କମିବାରୁ ଏପର୍ଯ୍ୟନ୍ତ ଜିଲ୍ଲାର ୫୪ ପ୍ରତିଶତ ଜମିରେ ବେଉଷଣ କାର୍ଯ୍ୟ ଶେଷ ହୋଇଥିବେଳେ ୪୨ ପ୍ରତିଶତ ଜମିରେ ରୁଆ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି। ନୂଆପଡା ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ଅର୍ନ୍ତଯ୍ୟାମୀ ମଣ୍ଡଳ କହିଛନ୍ତି ଯେ, ଜୁଲାଇ ମାସରେ ୧୭ % କମ୍ ବୃଷ୍ଟିପାତ ହୋଇଛି। କମ୍ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଧାନ ବେଉଷଣ ଓ ରୁଆ କମ ଏକ ପ୍ରକାର ବନ୍ଦ ହୋଇଛି। ମରୁଡ ପରିସ୍ଥିତିକୁ ଏଡେଇବା ପାଇଁ ଜାତୀୟ ଖାଦ୍ୟ ଯୋଜନାରେ  ଡିଜେଲ ପମ୍ପ ସେଟର ବ୍ୟବସ୍ଥା ରହିଛି। ସମ୍ଭାବ୍ୟ ମରୁଡ଼ିକୁ ଦୃଷ୍ଟିରେ ରଖି କୃଷି ବୀମାର ତାରିଖ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳକୁ ଚିଠି ଲେଖାଯାଇଛି ବୋଲି ଜିଲ୍ଲା ଉପକୃଷି ନିର୍ଦ୍ଦେଶକ କହିଛନ୍ତି।

Advertisment