ଓଡ଼ିଶାର ତିନିଟି ଚର୍ଚ୍ଚିତ ଭୂତଗ୍ରସ୍ତ ଅଞ୍ଚଳର କାହାଣୀ: ପ୍ରମାଣ ନାହିଁ, କିନ୍ତୁ ଚର୍ଚ୍ଚା ଜୋର୍

ଭୂତ ପ୍ରେତକୁ ନେଇ ଅନେକ ସମୟରେ ଅନେକ କାହାଣୀ  ଶୁଣିବାକୁ ମିଳିଥାଏ। କେହି କେହି ପ୍ରେତକୁ ଦେଖିଛନ୍ତି ବୋଲି ଜୋର ଦେଇ କହିଥାନ୍ତି। ଦେଶରେ ଏପରି  ଅନେକ ଅଞ୍ଚଳ ରହିଛି ଯେଉଁଠାରେ ଭୂତ ଅଛନ୍ତି ବୋଲି ଲୋକମାନେ କହିଥାନ୍ତି। ହେଲେ ଭୟରେ ସେଠାକୁ ଯିବା ଆସିବା  କରନ୍ତି ନାହିଁ। ଭାରତରେ ଏପରି ଅନେକ ଭୂତଗ୍ରସ୍ତ ଅଞ୍ଚଳ ରହିଛି, ଯାହାକୁ ହଣ୍ଟେଡ୍‌ ପ୍ଲେସ ବୋଲି କୁହାଯାଏ। ଭୂତ ଥାଉ କି ନଥାଉ, କିନ୍ତୁ ଲୋକେ ଏ ବିଷୟରେ ଚର୍ଚ୍ଚା […]

woman's ghost

woman's ghost

Rakesh Mallick
  • Published: Monday, 24 July 2017
  • Updated: 24 July 2017, 11:02 PM IST

Sports

Latest News

ଭୂତ ପ୍ରେତକୁ ନେଇ ଅନେକ ସମୟରେ ଅନେକ କାହାଣୀ  ଶୁଣିବାକୁ ମିଳିଥାଏ। କେହି କେହି ପ୍ରେତକୁ ଦେଖିଛନ୍ତି ବୋଲି ଜୋର ଦେଇ କହିଥାନ୍ତି। ଦେଶରେ ଏପରି  ଅନେକ ଅଞ୍ଚଳ ରହିଛି ଯେଉଁଠାରେ ଭୂତ ଅଛନ୍ତି ବୋଲି ଲୋକମାନେ କହିଥାନ୍ତି। ହେଲେ ଭୟରେ ସେଠାକୁ ଯିବା ଆସିବା  କରନ୍ତି ନାହିଁ। ଭାରତରେ ଏପରି ଅନେକ ଭୂତଗ୍ରସ୍ତ ଅଞ୍ଚଳ ରହିଛି, ଯାହାକୁ ହଣ୍ଟେଡ୍‌ ପ୍ଲେସ ବୋଲି କୁହାଯାଏ। ଭୂତ ଥାଉ କି ନଥାଉ, କିନ୍ତୁ ଲୋକେ ଏ ବିଷୟରେ ଚର୍ଚ୍ଚା କରନ୍ତି। ଓଡିଶାରେ ମଧ୍ୟ ଏପରି ଅନେକ କିଛି ଚର୍ଚ୍ଚିତ ସ୍ଥାନ ରହିଛି, ଯେଉଁଠି ଭୂତପ୍ରେତ ଦେଖାଯାଆନ୍ତି ବୋଲି ଲୋକେ କୁହନ୍ତି। ଆସନ୍ତୁ ଜାଣିବା ଲୋକେ ଭୟ କରୁଥିବା ସେମିତି କିଛି ସ୍ଥାନ ବିଷୟରେ।

ଶିକ୍ଷାନୁଷ୍ଠାନ: ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଶିକ୍ଷାନୁଷ୍ଠାନ ଅଛି। ଯାହା ପ୍ରେତଗ୍ରସ୍ତ ବୋଲି କୁହାଯାଏ। କିଛି ଲୋକ ସେଥିପାଇଁ ଏ ଶିକ୍ଷାନୁଷ୍ଠାନକୁ ଭୂତ କଲେଜ ବୋଲି କହିଥାନ୍ତି। ରାଜଧାନୀର ଏକ ଜଣାଶୁଣା ପାର୍କ ପାଖରେ ରହିଛି ଏହି ଇନଷ୍ଟିଟ୍ୟୁଟ୍। ଏହାର ଛାତ ଉପରେ ପ୍ରେତାତ୍ମା ଚଲାବୁଲା କରୁଥିବା ଅଞ୍ଚଳବାସୀ କହିଥାନ୍ତି। କଲେଜରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀମାନଙ୍କ ଆତ୍ମା ଛାତରେ ଚଲାବୁଲା କରିଥିବା ଆଖପାଖ ଲୋକେ କୁହନ୍ତି। କିନ୍ତୁ ଏହାକୁ ନେଇ ଚର୍ଚ୍ଚା ହେଉଥିଲେ ବି ସେମିତି କିଛି ଠୋସ୍ ପ୍ରମାଣ କେବେ କେହି ଦେଇନାହିଁ। କେତେକ କୁହନ୍ତି ଏହି ଅନୁଷ୍ଠାନକୁ ବଦନାମ କରିବାକୁ ଏପରି ଅପପ୍ରଚାର କରାଯାଉଛି।

ଜତନ ନଗର: ଢେଙ୍କାନାଳ ଜିଲ୍ଲା ସିମିଳିଆ ରୋଡ୍‌ ସାଙ୍କଡପାଳ ନିକଟରେ ରହିଛି ଏହି ଭୟାନକ ସ୍ଥାନ। ଢେଙ୍କାନାଳ ରାଜା ଏହାକୁ ନିର୍ମାଣ କରିଥିଲେ। ୧୦୦ କୋଠିରୀ ବିଶିଷ୍ଟ ଏହି ରାଜପ୍ରାସାଦକୁ ଲୋକେ ଭୂତକୋଠି ବୋଲି କୁହନ୍ତି। କୁହାଯାଏ ଢେଙ୍କାନାଳ ରାଜା ଏହିଠାରେ ଲୋକମାନଙ୍କୁ ଦାସ କରି ରଖୁଥିଲେ। ପଶୁମାନଙ୍କୁ ପୋଷା ମନେଇବା ପାଇଁ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ଥରେ ରାଜାଙ୍କର ଏକ ପରିବାର ଏହିଠାରେ ରହିବାକୁ ଆସିୁଥିଲେ। କିନ୍ତୁ ପରେ ସେମାନେ କୁଆଡେ ଗାଏବ ହୋଇଗଲେ ବୋଲି ଲୋକେ କହନ୍ତି। ଏହିଠାରେ ରାତିରେ କିଛି ଆତ୍ମା ଚିତ୍କାର କରି କାନ୍ଦୁଥିବାର ଶବ୍ଦ ଶୁଣାଯାଏ ବୋଲି ଆଖପାଖ ଲୋକେ କହିଥାନ୍ତି। ତେବେ ଏହାର ସତ୍ୟତା ନେଇ ଏବେସୁଦ୍ଧା କୌଣସି ଠୋସ୍ ପ୍ରମାଣ ମିଳିନାହିଁ।

ଭୂତକୋଠି: ପୁରୀରେ ମଧ୍ୟ ରହିଛି ଏକ ଭୁତକୋଠି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏହି ଘରର ମାଲିକ ଏହିଠାରେ ହିଁ ଆତ୍ମହତ୍ୟ କରିଥିଲେ। ପରେ ତାଙ୍କ ଆତ୍ମା କୋଠିରେ ଯାଆ ଆସ କରୁଥିବାର କିଛି ଲୋକ ବିଶ୍ୱାସ କରନ୍ତି। ଏହି  ଭୂତକୋଠିକୁ କିଣିବା ପାଇଁ ଜଣେ ଲୋକ ଆସିଥିଲେ। ହେଲେ ସିଏ କାଳେ ଘରର ପୁରୁଣା ମାଲିକଙ୍କ ଆତ୍ମା ଦେଖିବାକୁ ପାଇଥିଲେ। କିନ୍ତୁ ଏହା ଯେ ସଂପୂର୍ଣ୍ଣ ସତକଥା ତାହା ପ୍ରମାଣିତ ହୋଇନାହିଁ।

ଭୂତ କଥା ଶୁଣିଲେ ଯେତେ ସାହସୀ ଲୋକ ହୋଇଥିଲେ ମଧ୍ୟ ମନର ଭୟ ସଂଚାର ହୋଇଥାଏ। ତେବେ ଏହି ଭୂତ ପ୍ରେତ ସତ ନା କଳ୍ପନା ତାହା ଏବେବି ରହସ୍ୟ ଘରେରେ ରହିଛି। ମରଣ ପରର ଘଟଣା କିଏ ଦେଖିଛି ନା ଜାଣିଛି। କିନ୍ତୁ ଏ ବିଷୟରେ ନାନା କଥା ଶୁଣିବାକୁ ମିଳେ, କୌଣସି କଥା ଶୁଣି ନିଜକୁ ପ୍ରଭାବିତ କରିବା ଅପେକ୍ଷା ବାସ୍ତବିକତାକୁ ପରଖିବାକୁ ସ୍ୱଚକ୍ଷୁରେ ଦେଖିବା ଉଚିତ। ଲୋକମାନଙ୍କ ଭିତରେ ହେଉଥିବା ଚର୍ଚ୍ଚାକୁ ନେଇ ହିଁ ଏହି ଖବରଟି ପ୍ରସ୍ତୁତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story