ପାହାନଟୋଲାର ଦୁଃଖ- ରାସ୍ତା ନାହିଁ, ପାନୀୟ ଜଳ ସୁବିଧା ନାହିଁ

ବୀରମିତ୍ରପୁର (ରାକେଶ ସାହୁ):ଗାଁଟିର ନାଁ ଚିଟିକିଦିରି ପାହାନଟୋଲା। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଡ଼ ଯୋଜଦା ପଞ୍ଚାୟତରେ ଅଛି ଏହି ଗାଁ। ବିକାଶକୁ ନେଇ ନିୟମିତ ଭାବେ ରାଜ୍ୟ ସରକାର ବଡ଼ ବଡ଼ କଥା କହୁଥିବା ବେଳେ ଚିଟିକିଦିରି ପାହନଟୋଲା ହେଉଛି ରାଜ୍ୟର ସେହି ଗାଁ ଗୁଡ଼ିକ ମଧ୍ୟରୁ ଗୋଟିଏ ଯେଉଁଠାକୁ ଆଜି ଯାଏଁ ରାସ୍ତାଟିଏ ତିଆରି ହୋଇପାରିଲା ନାହିଁ। ଏଥିରୁ ଯେକେହି ବି ଅନୁମାନ କରିପାରୁଥିବେ ଗାଁଟି କେତେ ବିକଶିତ ହୋଇଥିବ। ପଞ୍ଚାୟତ ଠାରୁ ମାତ୍ର […]

water

water

Jitendra Garnayak
  • Published: Sunday, 30 October 2022
  • Updated: 30 October 2022, 02:15 PM IST

Sports

Latest News

ବୀରମିତ୍ରପୁର (ରାକେଶ ସାହୁ):ଗାଁଟିର ନାଁ ଚିଟିକିଦିରି ପାହାନଟୋଲା। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଡ଼ ଯୋଜଦା ପଞ୍ଚାୟତରେ ଅଛି ଏହି ଗାଁ। ବିକାଶକୁ ନେଇ ନିୟମିତ ଭାବେ ରାଜ୍ୟ ସରକାର ବଡ଼ ବଡ଼ କଥା କହୁଥିବା ବେଳେ ଚିଟିକିଦିରି ପାହନଟୋଲା ହେଉଛି ରାଜ୍ୟର ସେହି ଗାଁ ଗୁଡ଼ିକ ମଧ୍ୟରୁ ଗୋଟିଏ ଯେଉଁଠାକୁ ଆଜି ଯାଏଁ ରାସ୍ତାଟିଏ ତିଆରି ହୋଇପାରିଲା ନାହିଁ। ଏଥିରୁ ଯେକେହି ବି ଅନୁମାନ କରିପାରୁଥିବେ ଗାଁଟି କେତେ ବିକଶିତ ହୋଇଥିବ।

ପଞ୍ଚାୟତ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଚିଟିକିଦିରି ପାହାନଟୋଲା ଗାଁରେ ବସବାସ କରନ୍ତି ୧୫ରୁ ଅଧିକ ଆଦିବାସୀ ପରିବାର। ଗାଁର ପ୍ରମୁଖ ସମସ୍ୟା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରାସ୍ତା। ଏହି ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଯେଉଁ ବାଟ ଦେଇ ଲୋକେ ଯା’ଆସ କରନ୍ତି ବର୍ଷା ଦିନେ ସେଥିରୁ ଅଧିକାଂଶ ସ୍ଥାନରେ ପାଣି ଜମି ଯାଏ। ଅଧିକ ବର୍ଷା ହେଲେ ଅଧିକ ପାଣି ଜମି ରହେ। ଲୋକେ ଉପାୟଶୂନ୍ୟ ହୋଇ ତା’ରି ଭିତରେ ପଶି ଯା’ଆସ କରନ୍ତି। କାହାରି ଦେହ ଖରାପ ହେଲେ ଗାଁରେ ଆମ୍ବୁଲାନ୍ସଟିଏ ପହଞ୍ଚି ପାରେ ନାହିଁ। ଲୋକେ ରୋଗୀକୁ ଖଟିଆରେ ବୋହି ପ୍ରାୟ ୪/୫ କିଲୋମିଟର ଦୂରରେ ଥିବା ଡାକ୍ତରଖାନାକୁ ନିଅନ୍ତି।

ରଞ୍ଜିତ ଜୋଜୋ କହିଛନ୍ତି, ଗାଁ ରାସ୍ତା ଯାହା ସେଥିରେ କେବଳ ସାଇକେଲ୍ ଓ ବାଇକ୍ ଯା’ଆସ କରୁଛି। ତାହା ବି ସୁବିଧାରେ ନୁହେଁ। ଅନ୍ୟକୌଣସି ଗାଡ଼ି ଆସିପାରିବ ନାହିଁ। ନିର୍ବାଚନ ଆସିଲେ ନେତାଏ ଆସି କହୁଛନ୍ତି ରାସ୍ତା କରିଦେବେ। କିନ୍ତୁ ନିର୍ବାଚନ ପରେ କାହାରି ଦେଖା ମିଳୁନି।

[caption id="attachment_777826" align="aligncenter" width="650"]Road ଏମିତି ରାସ୍ତାରେ ଯା’ଆସ କରନ୍ତି ଲୋକେ[/caption]

ରାସ୍ତାଟିଏ ପାଇଁ ହିନସ୍ତା ହେଉଥିବା ଏହି ଗାଁର ଲୋକେ ପାଣି ପାଇଁ ବି ଭାରି କଲବଲ ହୁଅନ୍ତି। ଗାଁରେ ନଳକୂପଟିଏ ନାହିଁ। ଗୋଟିଏ କୂଅ ଅଛି। ତାହା ପୁଣି ଏକ ଚାଷ ଜମିରେ। ତଳୁଆ ରହୁଥିବାରୁ ବର୍ଷା ଦିନେ ଏଥିରେ ବାହାର ପାଣି ବି ପଶିଯାଏ। ଲୋକଙ୍କ ପାଖରେ ଅନ୍ୟ କିଛି ବାଟ ନଥିବାରୁ ବାଧ୍ୟ ହୋଇ ଏହି କୂଅର ଦୂଷିତ ଜଳକୁ ବ୍ୟବହାର କରନ୍ତି। ସେଥିପାଇଁ ଅନେକ ସମୟରେ ଅସୁସ୍ଥ ହୁଅନ୍ତି।

ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା କରି ନଥିଲେ ହେଁ ସରକାର ଏଠାରେ ବିଜୁଳି ବ୍ୟବସ୍ଥାଟି କରିଥିଲେ।  ୨୦୧୬ରୁ ଏହି ବ୍ୟବସ୍ଥା ହୋଇଥିଲା। କିନ୍ତୁ ୬ ମାସ ହେଲା ସେଥିରୁ ବି ବଞ୍ଚିତ ହୋଇରହିଛନ୍ତି ଏହି ଗାଁର ଲୋକେ। ଟ୍ରାନ୍ସଫରମର ପୋଡ଼ି ଯାଇଥିବା ଯୋଗୁ ଏହି ସ୍ଥିତି ଉପୁଜିଛି। ବିଦ୍ୟୁତ୍ ନଥିବାରୁ ପିଲାଏ ରାତିରେ ପାଠ ପଢ଼ିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡିବିରି କିମ୍ବା କ୍ୟାଣ୍ଡେଲ ଜଳାଇ ପିଲାଏ ପାଠ ପଢୁଛନ୍ତି। ବିଦ୍ୟୁତ୍ ନଥିବା ଯୋଗୁ ଲୋକେ ମୋବାଇଲ୍ ଚାର୍ଜ କରିପାରୁ ନାହାନ୍ତି। ଗଲା ୬ ମାସରେ ବହୁବାର ବିଦ୍ୟୁତ୍ ବିଭାଗ ନିକଟରେ ଗାଁ ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ।

ଗାଁ ଲୋକେ କହିଛନ୍ତି, ବିଦ୍ୟୁତ୍ ସମସ୍ୟା ନେଇ ଜେଇଙ୍କୁ ଜଣାଇଥିଲୁ। ସେ କିଛି କରିପାରିବେନି ବୋଲି କହିଲେ। ତା’ପରେ ଏସ୍‌ଡିଓଙ୍କୁ ଜଣାଇଥିଲୁ। ସେ କରିବେ କରିବେ କହି କିଛି କରୁ ନାହାନ୍ତି।

ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ କହିଛନ୍ତି ଯେ ନୂଆଗାଁ ବିଡିଓଙ୍କୁ ସମସ୍ୟା ବିଷୟରେ ଅନୁଧ୍ୟାନ କରିବାକୁ କୁହାଯିବ। ଉକ୍ତ ଗାଁରେ ଥିବା ସମସ୍ୟା ଗୁଡ଼ିକର ସମାଧାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story