୬୦ ବର୍ଷ ହେବ ଶ୍ରୀମନ୍ଦିର ଆସୁନାହାନ୍ତି ପାଇକ ସେବକ

ନିରଞ୍ଜନ ମିଶ୍ର: ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀମନ୍ଦିର ସଦୃଶ ପୁଣ୍ୟ ସ୍ଥଳ ବିରଳ। ଆମ ସଂସ୍କୃତି ଓ ଐତିହ୍ୟରେ ଶ୍ରୀମନ୍ଦିର ବିଧିବ୍ୟବସ୍ଥାର ପ୍ରତିଫଳନ ସଦାସର୍ବଦା ନିର୍ଭର କରିଥାଏ। ତେବେ ଶ୍ରୀମନ୍ଦିରରେ ଅତିତରେ ଏଭଳି ଅନେକ ସେବା ଓ ପରମ୍ପରା ରହିଥିଲା, ଯାହା ଆଉ ଦେଖିବାକୁ ମିଳୁନି। ଯାହା ମଧ୍ୟରେ ଗୋଟିଏ ପାଇକ ସେବା- ଶ୍ରୀମନ୍ଦିର ପ୍ରଶାସନ ସତ୍ତ୍ୱଲିପିରୁ ଜଣାପଡ଼େ ୧୯୫୨ ମସିହାରେ ୩୬ ଜଣ ପାଇକ ଶ୍ରୀମନ୍ଦିରରେ ସେବା କରୁଥିଲେ। ଏହି ସେବକଙ୍କ ନାମ […]

temple

temple

Niranjan Mishra
  • Published: Wednesday, 11 January 2023
  • Updated: 11 January 2023, 02:59 PM IST

Sports

Latest News

ନିରଞ୍ଜନ ମିଶ୍ର:

ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଓ ଶ୍ରୀମନ୍ଦିର ସଦୃଶ ପୁଣ୍ୟ ସ୍ଥଳ ବିରଳ। ଆମ ସଂସ୍କୃତି ଓ ଐତିହ୍ୟରେ ଶ୍ରୀମନ୍ଦିର ବିଧିବ୍ୟବସ୍ଥାର ପ୍ରତିଫଳନ ସଦାସର୍ବଦା ନିର୍ଭର କରିଥାଏ। ତେବେ ଶ୍ରୀମନ୍ଦିରରେ ଅତିତରେ ଏଭଳି ଅନେକ ସେବା ଓ ପରମ୍ପରା ରହିଥିଲା, ଯାହା ଆଉ ଦେଖିବାକୁ ମିଳୁନି।

ଯାହା ମଧ୍ୟରେ ଗୋଟିଏ ପାଇକ ସେବା-

ଶ୍ରୀମନ୍ଦିର ପ୍ରଶାସନ ସତ୍ତ୍ୱଲିପିରୁ ଜଣାପଡ଼େ ୧୯୫୨ ମସିହାରେ ୩୬ ଜଣ ପାଇକ ଶ୍ରୀମନ୍ଦିରରେ ସେବା କରୁଥିଲେ। ଏହି ସେବକଙ୍କ ନାମ ସତ୍ତ୍ୱଲିପିରେ ଲିପିବଦ୍ଧ ହୋଇଥିଲା। ଏହି ସେବାର ମୁଖ୍ୟ କାର୍ଯ୍ୟ ଥିଲା ପରସ୍ପର ପାଳି କରି ଦିବାରାତ୍ର ମନ୍ଦିରରେ ଉପସ୍ଥିତ ରହିବେ। ଦଳାଇ ଦଳବେହେରାଙ୍କ ନିର୍ଦ୍ଦେଶ ମତେ କାମ କରିବେ। ଯେତେବେଳେ ଯେଉଁ ସେବା ପାଇଁ ସମ୍ପୃକ୍ତ ସେବକଙ୍କର ଆବଶ୍ୟକ ପଡ଼ିବ, ପାଇକମାନେ ସାହିକୁ ଯାଇ ସେହି ସେବକମାନଙ୍କୁ ଡାକି ଆଣି ସେବାରେ ହାଜର କରାଇବେ।

ଏହା ବ୍ୟତୀତ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘର, ନୃସିଂହ ଓ ଲକ୍ଷ୍ମୀମନ୍ଦିର ବାହାର ଦେଉଳି ଭୋଗ ପାଇଁ ପୂଜାପଣ୍ଡାଙ୍କୁ ଡାକିବେ। ଗୁଣ୍ଡିଚା ମନ୍ଦିର ଓ ଚନ୍ଦନ ଯାତ୍ରା ସମୟରେ ଚନ୍ଦନ ମଣ୍ଡପରେ ମଧ୍ୟ ଏ କାମ ପାଇକମାନେ କରିଥାନ୍ତି। ଆଶ୍ୱିନ ଷୋଳ ପୂଜା ସଙ୍ଖୁଡ଼ି ଭୋଗ ଶେଷ ତିନିଦିନ ଭୋଗ ସରିବା ପରେ ସଙ୍ଖୁଡି ହାଣ୍ଡି ନେଇ ପଶ୍ଚିମ ଦ୍ୱାର ଆଡେ ବାହାର କରିବେ।

ଏହି ସେବା ପାଇଁ ବହୁ ପରିମାଣରେ ଜାଗିରି ଜମି ଏମାନେ ପାଇଥିଲେ। ଦିନକୁ ଛକ ଜଣ ପାଇକଙ୍କ ସେବା ପଡ଼ୁଥିଲା। ସକାଳ ବଲ୍ଲଭ ଠାରୁ ବାହାର ଦେଉଲି ଭୋଗ କରାଯିବା ପର୍ଯ୍ୟନ୍ତ ତିନି ଜଣ ଓ ତତ୍ପର ନୀତି ଠାରୁ ପହୁଡ଼ ଯାଏଁ ତିନି ଜଣ ପାଇକ ଉପସ୍ଥିତ ରହି କାର୍ଯ୍ୟ କରୁଥିଲେ।

ଏହି ସେବା ପ୍ରାୟ ୬୦ ବର୍ଷରୁ ଅଧିକ ସମୟ ହେବ ବନ୍ଦ ହୋଇଯାଇଛି। ଶ୍ରୀମନ୍ଦିରକୁ ଆଉ ସେବା କରିବାକୁ ଆସୁନାହାନ୍ତି ପାଇକ ସେବକ। ସମ୍ପ୍ରତି ଏଥିମଧ୍ୟରୁ ଅଧିକାଂଶ କାର୍ଯ୍ୟ ଶ୍ରୀମନ୍ଦିର ଚର୍ଚ୍ଚା କର୍ମଚାରୀ(ମନ୍ଦିର ପୁଲିସ) ଏବଂ ପରିମଳ କର୍ମଚାରୀମାନଙ୍କ ଉପରେ ନ୍ୟସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story