ପକ୍ଷୀଙ୍କ ଭୂସ୍ୱର୍ଗ ମଙ୍ଗଳାଯୋଡ଼ି

(ନିରୋଜ ମୁଦୁଲି): ପକ୍ଷୀମାନଙ୍କ ଭୂସ୍ୱର୍ଗ, ଚିଲିକାର ମଙ୍ଗଳାଯୋଡି। ପକ୍ଷୀ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଭିନ୍ନ ଅନୁଭୂତି ଦେଲା ଭଳିଆ ଜାଗାଟିଏ। ପ୍ରତିବର୍ଷ ଅକ୍ଟୋବରଠାରୁ ଆରମ୍ଭ କରି ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମ୍ଭାର ହୋଇଥାଏ। ପକ୍ଷୀଙ୍କ ବିଚରଣ ଓ ସେମାନଙ୍କ ଗତିବିଧିକୁ ଅତି ନିକଟରୁ ଉପଭୋଗ କରିବାକୁ ଏହି ସମୟରେ ଜମିଥାଏ ଦେଶ, ବିଦେଶର ପର୍ଯ୍ୟଟକଙ୍କ ଭିଡ଼। ଚିଲିକାର ପକ୍ଷୀ ଅଭୟାରଣ୍ୟ କୁହାଯାଉଥିବା ମଙ୍ଗଳାଯୋଡିରେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ […]

manglajodi-bird-lake11

manglajodi-bird-lake11

Rakesh Mallick
  • Published: Tuesday, 15 December 2015
  • Updated: 27 April 2017, 05:33 PM IST

Sports

Latest News

(ନିରୋଜ ମୁଦୁଲି): ପକ୍ଷୀମାନଙ୍କ ଭୂସ୍ୱର୍ଗ, ଚିଲିକାର ମଙ୍ଗଳାଯୋଡି। ପକ୍ଷୀ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଭିନ୍ନ ଅନୁଭୂତି ଦେଲା ଭଳିଆ ଜାଗାଟିଏ। ପ୍ରତିବର୍ଷ ଅକ୍ଟୋବରଠାରୁ ଆରମ୍ଭ କରି ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମ୍ଭାର ହୋଇଥାଏ। ପକ୍ଷୀଙ୍କ ବିଚରଣ ଓ ସେମାନଙ୍କ ଗତିବିଧିକୁ ଅତି ନିକଟରୁ ଉପଭୋଗ କରିବାକୁ ଏହି ସମୟରେ ଜମିଥାଏ ଦେଶ, ବିଦେଶର ପର୍ଯ୍ୟଟକଙ୍କ ଭିଡ଼। ଚିଲିକାର ପକ୍ଷୀ ଅଭୟାରଣ୍ୟ କୁହାଯାଉଥିବା ମଙ୍ଗଳାଯୋଡିରେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ କରିଥାଏ ବିମୋହିତ।manglajodi-bird-lake1ଏସିଆ ମହାଦେଶର ସବୁଠୁ ବଡ଼ ଖାରାଜଳର ହ୍ରଦ ଚିଲିକା। ଯାହାର ଏକ ଅଂଶବିଶେଷ ହେଉଛି  ମଙ୍ଗଳାଯୋଡ଼ି। ପ୍ରାୟ ୧୦ବର୍ଗ କିଲୋମିଟର ପରିବ୍ୟାପ୍ତ ବୁଦବୁଦିଆ ନଳଘାସ ଓ ପାଣିର ଆକର୍ଷଣ ହଜାର ହଜାର କିଲୋମିଟର ଦୂରରୁ ଟାଣି ଆଣିଥାଏ ଲକ୍ଷ ଲକ୍ଷ ବିରଳ ପକ୍ଷୀଙ୍କୁ। ରାଜଧାନୀ ଭୁବନେଶ୍ୱରଠାରୁ ୧୬ ନମ୍ୱର ଜାତୀୟ ରାଜପଥରେ ୫୦ କି.ମି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ସହରକୁ ଗଲା ପରେ ଦକ୍ଷିଣ-ପୂର୍ବ ଦିଗକୁ ଆଉ ପ୍ରାୟ ୧୦ କି.ମି. ଭିତରକୁ ଗଲେ ପଡିବ ମଙ୍ଗଳାଯୋଡ଼ି। ଗାଁ ରାସ୍ତାରେ ମଙ୍ଗଳାଯୋଡି ଗଲାବେଳେ ଡଙ୍ଗାଘାଟ, ମତ୍ସ୍ୟଜୀବୀଙ୍କ ବାସ୍ତବ ଚିତ୍ର ଓ ସ୍ଥାନେ ସ୍ଥାନେ ପକ୍ଷୀଙ୍କ ମେଳି ଆପଣଙ୍କୁ ଖୁବ୍ ଉଲ୍ଲସିତ କରିବ। ମଙ୍ଗଳାଯୋଡିର ଡଙ୍ଗାଘାଟରେ 'ମହାବୀର ପକ୍ଷୀ ସୁରକ୍ଷା ସମିତି' ପକ୍ଷରୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଥାଏ। ସେଠାରୁ ପକ୍ଷୀବିହାର ଭିତରକୁ ଯିବାକୁ ନିର୍ଦ୍ଧାରିତ ମୂଲ୍ୟରେ କାତବୁହା ଡଙ୍ଗା ମିଳିବ। ଯେଉଁଥିରେ ଆପଣ ନିଜ ପରିବାର ସହିତ ମଙ୍ଗଳାଯୋଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଭ୍ରମଣ ବେଳେ ଦେଖିବାକୁ ପାଇବେ ସୂଦୁର କାସପିଆନ୍ ସାଗର, ବୈକାଲ୍ ହ୍ରଦ, ଆରାଲ ସାଗର, ରୁଷ୍, ଶ୍ରୀଲଙ୍କା, ମଙ୍ଗୋଲିଆ ଓ ଏସିଆ ମହାଦେଶର ବିଭିନ୍ନ ସ୍ଥାନରୁ ଉଡ଼ିଆସିଥିବା ପକ୍ଷୀଙ୍କୁ।manglajodi-bird-lake2ଶୀତର ଆଗମନ ସହିତ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କ ସମାଗମ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ଦେଶୀ, ବିଦେଶର ପ୍ରାୟ ୨୫୦ ପ୍ରଜାତିର ପକ୍ଷୀ ଆସିଥାନ୍ତି ମଙ୍ଗଳାଯୋଡି। ଏଠାକୁ ବୁଲିବାକୁ ଆସୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟରେ ଗୋଲଡେନ୍ ଡକ୍, ରୋଡି ସେଲଡକ୍, ଟଫଟେଡ୍ ଡକ୍, ପ୍ରପେଲ ସ୍ୱାମ୍ପେନ, ଏସିଆନ ଓପନବିଲ୍, ରେଡ କ୍ରେଷ୍ଟେଡ ପୋଚାଡ, ଗ୍ରେ-ହେଡେଡ୍ ଲାପୱିଂଙ୍କୁ ଦେଖିବାକୁ ପାଇବେ।manglajodi-bird-lake7ଅତୀତରେ ମଙ୍ଗଳାଯୋଡି ଅଞ୍ଚଳରେ ପକ୍ଷୀ ଶିକାରକୁ ନେଇ ବଢି ଯାଇଥିଲା ଚିନ୍ତା। ବିଦେଶୀ ପକ୍ଷୀଙ୍କ ଉପରେ ପଡିଥିଲା ଶିକାରୀଙ୍କ ଲୋଲୁପ ଦୃଷ୍ଟି। ଲୁଚାଛପାରେ ହେଉଥିଲା ପକ୍ଷୀ ମାଂସ ବିକ୍ରି। ଫଳରେ ଏଠାକୁ ପକ୍ଷୀଙ୍କ ଆଗମନ କମି ଯାଇଥିଲା। ପକ୍ଷୀ ଶିକାର ବନ୍ଦ କରିବା ଓ ସେମାନଙ୍କ ସୁରକ୍ଷା ପାଇଁ ୧୯୯୫ରେ ମହାବୀର ପକ୍ଷୀ ସୁରକ୍ଷା ସମିତି ଗଢାଯାଇଥିଲା। ପରିବେଶ  ଓ ପକ୍ଷୀପ୍ରେମୀଙ୍କ ମିଳିତ ଉଦ୍ୟମ ଓ ଓଡ଼ିଶା ୱାଇଲ୍ଡ ଲାଇଫ ଡିପାର୍ଟମେଣ୍ଟ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭିନ୍ନ ପକ୍ଷୀ ସୁରକ୍ଷା ସମିତି ଗଢା ଯାଇଥିଲା। ଅତୀତରେ ଏହି ଦୁର୍ଲଭ ପକ୍ଷୀଙ୍କ ଶିକାର କରୁଥିବା ଶିକାରୀ ଆଜି ଆଜିଛନ୍ତି ସେମାନଙ୍କ ରକ୍ଷକ। ଏଥିପାଇଁ ମଙ୍ଗଳାଯୋଡି ପାଇଛି ଇକୋଟ୍ୟୁରିଜିମର ମାନ୍ୟତା।manglajodi-bird-lake8ମଙ୍ଗଳାଯୋଡିରେ ରଙ୍ଗବେରଙ୍ଗର ପକ୍ଷୀଙ୍କ ନିର୍ଭୟ ବିଚରଣର ମଜା ଉଠାଇବା ସହ ବିଦେଶୀ ପର୍ଯ୍ୟଟକଙ୍କ ସହ ଭାବ ବିନିମୟ ଆଣି ଦେଇଥାଏ ଭିନ୍ନ ଅନୁଭୁତି। ଯାହା ଆପଣଙ୍କ ସବୁଦିନିଆ ସ୍ମୃତି ହୋଇ ରହିବ। ଏଠାକୁ ଆସିବାର ସବୁଠାରୁ ପ୍ରକୃଷ୍ଠ ସମୟ ହେଉଛି ନଭେମ୍ୱରରୁ ଫେବୃୟାରୀ। ଏହି ସମୟରେ ଏଠାରେ ଦେଖିବାକୁ ପାଇବେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କୁ। ତେବେ ଏଠାରୁ ଯିବା ବେଳେ ପଶୁପକ୍ଷୀଙ୍କ ସୁରକ୍ଷା କରିବାକୁ ଶପଥ ନେଇ ଯିବାକୁ କେବେ ଭୁଲିବେ ନାହିଁ। ଏମାନେ ସୁରକ୍ଷିତ ରହିଲେ, ପ୍ରକୃତି ତା’ର ସନ୍ତୁଳନ ବଜାଇ ରଖିବ। ସେମାନଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ ହେବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story