ମିତାଲି ବିବାହରେ କଣ କରୁଥିଲା ପାଣ୍ଟୁ? ପଢିଲେ ଆପଣଙ୍କ ଆଖି ଭିଜିଯିବ

ଗୋଆ: ବିବାହ ପ୍ରତ୍ୟେକ ମଣିଷ ପାଇଁ ଏକ ଅନନ୍ୟ ଉତ୍ସବ। ଯେଉଁଠି ଆତ୍ମା ସହ ଆତ୍ମାର ମିଳନ ହୁଏ। ସାତ ଜନ୍ମର ସାଥୀ ହେବାକୁ ସଂକଳ୍ପ ନିଆଯାଏ। ଏଥିପାଇଁ ପରିବାରବର୍ଗ ଏକ ବିରାଟ ଆୟୋଜନ ମଧ୍ୟ କରିଥାନ୍ତି। ଆତ୍ମୀୟସ୍ୱଜନ ଶୁଭ ମନାସିଥାଆନ୍ତି। ବିଭିନ୍ନ ଧର୍ମ ଓ ସଂପ୍ରଦାୟରେ ବିବାହର ରୀତିନୀତି ଭିନ୍ନ ଭିନ୍ନ। ତେବେ ଖ୍ରୀଷ୍ଟ ସଂପ୍ରଦାୟର ବିବାହ ବେଳେ ଖୋଜା ପଡେ ଜଣେ ରିଙ୍ଗ ବିୟରର ବା ମୁଦ୍ରିକା ବାହକଙ୍କୁ। ସାଧାରଣତଃ କନ୍ୟାଙ୍କ ଜଣେ ସଂପର୍କୀୟ କୁନିଭାଇକୁ […]

mrg1

mrg1

Rakesh Mallick
  • Published: Wednesday, 17 May 2017
  • Updated: 18 May 2017, 04:26 PM IST

Sports

Latest News

ଗୋଆ: ବିବାହ ପ୍ରତ୍ୟେକ ମଣିଷ ପାଇଁ ଏକ ଅନନ୍ୟ ଉତ୍ସବ। ଯେଉଁଠି ଆତ୍ମା ସହ ଆତ୍ମାର ମିଳନ ହୁଏ। ସାତ ଜନ୍ମର ସାଥୀ ହେବାକୁ ସଂକଳ୍ପ ନିଆଯାଏ। ଏଥିପାଇଁ ପରିବାରବର୍ଗ ଏକ ବିରାଟ ଆୟୋଜନ ମଧ୍ୟ କରିଥାନ୍ତି। ଆତ୍ମୀୟସ୍ୱଜନ ଶୁଭ ମନାସିଥାଆନ୍ତି।

ବିଭିନ୍ନ ଧର୍ମ ଓ ସଂପ୍ରଦାୟରେ ବିବାହର ରୀତିନୀତି ଭିନ୍ନ ଭିନ୍ନ। ତେବେ ଖ୍ରୀଷ୍ଟ ସଂପ୍ରଦାୟର ବିବାହ ବେଳେ ଖୋଜା ପଡେ ଜଣେ ରିଙ୍ଗ ବିୟରର ବା ମୁଦ୍ରିକା ବାହକଙ୍କୁ। ସାଧାରଣତଃ କନ୍ୟାଙ୍କ ଜଣେ ସଂପର୍କୀୟ କୁନିଭାଇକୁ ଏହି ଦାୟିତ୍ୱ ମିଳିଥାଏ। ହେଲେ କେବେ ଭାବିଛନ୍ତି ଗୋଟିଏ ପୋଷା କୁକୁର ବି ସାଜିପାରେ ରିଙ୍ଗ ବିୟରର୍। ଗୋଆରେ ଆୟୋଜିତ ଏକ ବିବାହ ଉତ୍ସବରେ ଏକ ପୋଷା କୁକୁର ଏହି ଦାୟିତ୍ୱ ମୁଣ୍ଡାଇଥିଲା। ଆଉ ତା ଆଚରଣ ଦେଖି ଉତ୍ସବରେ ସାମିଲ୍ ପ୍ରତିଟି ମଣିଷଙ୍କ ଆଖି ଲୁହରେ ଭିଜି ଯାଇଥିଲା। ଖୁବ୍ ଧୁମଧାମରେ ଆୟୋଜିତ ହୋଇଥିଲା ମିତାଲି ସାଲଭିଙ୍କ ବିବାହ ଉତ୍ସବ। ବିବାହରେ ବର କି ବଧୂ ନୁହେଁ ପାଣ୍ଟୁ ନାମକ କୁକୁର ଚୋରାଇ ନେଇଥିଲା ସମସ୍ତଙ୍କ ହୃଦୟ।ମିତାଲି ପେଶାରେ ଜଣେ ଡଗ୍‌ ଟ୍ରେନର୍‌। ପାଣ୍ଟୁ ମିତାଲିଙ୍କ ଖୁବ ପ୍ରିୟ। ମା ପରି ଯତ୍ନ ନିଅନ୍ତି ସେ ପାଣ୍ଟୁର। ତେବେ ଏଥିରୁ ଆପଣ ବୁଝିପାରୁଥିବେ ମିତାଲିଙ୍କ ବିବାହରେ ପାଣ୍ଟୁଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ନିଜ ମା’ଙ୍କ ବିବାହରେ ପାଣ୍ଟୁ ସାଜିଥିଲା ମୁଦ୍ରିକା ବାହକ। ପାଣ୍ଟୁ ବିବାହ ପ୍ରକ୍ରିୟାରେ ଶେଷ ପର୍ଯ୍ୟନ୍ତ ମୁଦ୍ରା ବାହକ ରୂପେ ନିଜ ମା’ଙ୍କ ସହ ରହିଥିଲା। ଏହା ଦେଖି ବିବାହକୁ ଆସିଥିବା ସମସ୍ତ ଅତିଥିଙ୍କ ଆଖି ଲୁହରେ ଭରିଯାଇଥିଲା। ସବୁଠୁ ମଜାକଥା ହେଲା ଏହି ବିବାହରେ ସମସ୍ତଙ୍କ ହୃଦୟ ଜିତିଥିବା ପାଣ୍ଟୁ ମିତାଲିଙ୍କ ଅନୁରୂପ ପୋଷାକ ମଧ୍ୟ ପିନ୍ଧିଥିଲା

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos