ଭାଗ୍ୟକୁ ନିନ୍ଦୁଛନ୍ତି ଅଞ୍ଜଳି; ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ବି ଫେରାଇ ଦେଲା ହସ୍ପିଟାଲ

ତେଲକୋଇ(ଚିନ୍ମୟ କୁମାର ସାହୁ):  ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଡକୁ ନେଇ ଲାଗି ରହିଛି ତୁମ୍ବି ତୋଫାନ । ଏହି କାର୍ଡଧାରୀ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ଡେଙ୍ଗୁରା ପିଟୁଛି ବିଜେଡି। କିନ୍ତୁ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ସରକାରୀ ଦଳର ଏହା ରାଜନୈତିକ ଚାଲ୍‌ ବୋଲି କହୁଛି ବିଜେପି। ଏହାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲୁଥିବା ବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ହତାଦାର ହେଉଛନ୍ତି। କାର୍ଡ ପାଉଛନ୍ତି ସତ […]

anjali

anjali

Niharika Rout
  • Published: Monday, 10 January 2022
  • Updated: 10 January 2022, 02:02 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ):  ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଡକୁ ନେଇ ଲାଗି ରହିଛି ତୁମ୍ବି ତୋଫାନ । ଏହି କାର୍ଡଧାରୀ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ଡେଙ୍ଗୁରା ପିଟୁଛି ବିଜେଡି। କିନ୍ତୁ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ସରକାରୀ ଦଳର ଏହା ରାଜନୈତିକ ଚାଲ୍‌ ବୋଲି କହୁଛି ବିଜେପି। ଏହାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲୁଥିବା ବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ହତାଦାର ହେଉଛନ୍ତି। କାର୍ଡ ପାଉଛନ୍ତି ସତ ହେଲେ ପାଉ ନାହାନ୍ତି କୌଣସି ସୁବିଧା ।

ନିଜ ଡିଣ୍ଡିମ ନିଜେ ପିଟିବାକୁ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲାୱାରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରୁଥିବା ବେଳେ ଏହାକୁ ଦେଖି କିନ୍ତୁ ରୋଗୀଙ୍କୁ ଫେରାଇ ଦେଉଛନ୍ତି ଘରୋଇ ହସ୍ପିଟାଲ। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଡ ଥାଇ ବି ନିଜ ସ୍ୱାମୀଙ୍କୁ ଚିକିତ୍ସିତ କରାଇ ନ ପାରି ଭାଗ୍ୟକୁ ନିନ୍ଦୁଛନ୍ତି ଅଞ୍ଜଳି ପାତ୍ର ନାମ୍ନୀ ମହିଳା।

[caption id="attachment_705453" align="aligncenter" width="650"]anjali ଶଯ୍ୟାଶାୟୀ ସ୍ୱାମୀଙ୍କ ନିକଟରେ ଅଞ୍ଚଳୀ।[/caption]

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଦେଉଳଡିହା ଗ୍ରାମର ଅଞ୍ଜଳି ପାତ୍ର ।  ପରିବାର କହିଲେ ସ୍ୱାମୀ କିଶୋର ଚନ୍ଦ୍ର ପାତ୍ର, ଓ ୨ ଝିଅ। ସବୁ ଠିକଠାକ ଚାଲିଥିଲା, ନୁଆଁଣିଆ ମାଟିଘରେ ହସଖୁସିରେ ସଂସାର  ଗାଡ଼ି ଗଡ଼ୁଥିଲା।  ଏବେ କିନ୍ତୁ ସବୁ ଓଲଟପାଲଟ ହୋଇଯାଇଛି । ଡ୍ରାଇଭର ଭାବେ କାମ କରୁଥିବା ସ୍ୱାମୀ ୨ ବର୍ଷ ହେଲାଣି ରୋଗରେ ପଡି ଶଯ୍ୟାଶାୟୀ । ବହୁ  ଡାକ୍ତର ଦେଖାଇଲେ, କିନ୍ତୁ କିଶୋରଙ୍କ ଦେହ ଭଲ ହେଉ ନାହିଁ । ସ୍ୱାମୀଙ୍କୁ ଭଲ କରିବା ପାଇଁ ଘରେ ଥିବା ସମସ୍ତ ଜିନିଷକୁ ବିକି ଭାଙ୍ଗି ଆଜି ସେ ନିସ୍ୱ । ପାଖରେ ବିଜୁ ସ୍ୱାସ୍ଥ୍ୟକାର୍ଡ ଥିବାରୁ ତାହା ଦେଖାଇ ମାଗଣା ଚିକିତ୍ସା ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ସେଥିରେ ବି ସେ ନିରାଶ ହେଲେ । ବଡ଼ ରୋଗ କିମ୍ବା ଅପରେସନ ପାଇଁ ଏ କାର୍ଡ ଚଳୁଥିବା କହି କଟକରୁ ତାଙ୍କୁ ଫେରାଇଦେଲେ ଡାକ୍ତର ।  ସେବେଠୁ ଖଟିଆରେ ପଡ଼ି ରହିଛନ୍ତି କିଶୋର।

ମାସକୁ ମାତ୍ର ୧୦ କିଲୋ ଚାଉଳ ମିଳୁଛି। ଘର ଖଣ୍ଡେ ବି ନାହିଁ । ଜରିପାଳ ଢଙ୍କା ହୋଇଥିବା ନୁଆଁଣିଆ ସନ୍ତସନ୍ତିଆ ଘରେ ୨ ଛୁଆ , ସ୍ୱାମୀଙ୍କୁ ଧରି ରହୁଛନ୍ତି ଅଞ୍ଜଳି ।  ଦିନେ ଖାଇଲେ ଦିନେ ନାହିଁ । ଏପରି ସ୍ଥଳେ କିପରି ପରିବାର ପୋଷିବେ କିପରି ସ୍ୱାମୀଙ୍କୁ ଚିକିତ୍ସା କରିବେ ସେହି ଚିନ୍ତା ଘାରିଛି ତାଙ୍କୁ । ଅଞ୍ଜଳିଙ୍କ ପରିବାରର ଏପରି ଅବସ୍ଥାକୁ ନେଇ ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

[caption id="attachment_705454" align="aligncenter" width="650"]anjali ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଖାଉଛନ୍ତି ଅଞ୍ଚଳୀ ।[/caption]

ସ୍ୱାମୀଙ୍କ ଚିକିତ୍ସା ପାଇଁ  ଅଞ୍ଜଳି କହିଛନ୍ତି, ମୋ ସ୍ୱାମୀ ୨ ବର୍ଷ ହେଲା ପଡ଼ିଛନ୍ତି। ରୋଗ କ’ଣ ଜଣାପଡ଼ୁନି। ମୋର ଘରଦ୍ୱାର କିଛି ନାହିଁ। ବିଜୁ ସ୍ୱାସ୍ଥ୍ୟ କାର୍ଡ ନେଇ କଟକ ଯାଇଥିଲୁ। କିନ୍ତୁ ଏହି କାର୍ଡ ବଡ଼ ରୋଗ ପାଇଁ କହି ଆମକୁ ଫେରାଇ ଦେଲେ। କାକୁତିମିନତୀ କେହି ଶୁଣିଲେନି। ତେଣୁ  ସ୍ୱାମୀଙ୍କୁ ଧରି ଫେରି ଆସିଲି। ଏବେ ଧାର ଉଧାର କରି ଚଳୁଛି। ଦିନେ ଖାଇଲେ ଦିନେ ପାଉନୁ।

୨ ବର୍ଷ ହେଲାଣି ବହୁତ ଅସୁବିଧାରେ ଘାଣ୍ଟି ହେଉଛି। ବିଜୁ କାର୍ଡ ନେଇ ଯାଉଥିଲୁ, କହିଲେ ସେ କାର୍ଡ ବଡ଼ ରୋଗ ପାଇଁ, ଅପରେସନ ହେବ। ମୋତେ କିଛି ସୁବିଧା ମିଳୁନି ବୋଲି କହିଛନ୍ତି ରୋଗ ଶଯ୍ୟାରେ ଘାଣ୍ଟି ହେଉଥିବା କିଶୋର।

ତେବେ ମା’ପେଟରୁ ମଶାଣି ପର୍ଯ୍ୟନ୍ତ  ସରକାରଙ୍କ ଯୋଜନା ସବୁ କାହା ପାଇଁ ଅଞ୍ଜଳିଙ୍କ ଅବସ୍ଥାକୁ ଦେଖିଲେ ସେହି ପ୍ରଶ୍ନ ମନକୁ ଆସୁଛି।  ହାତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ବି ଫେରାଇ ଦେଉଛନ୍ତି ଡାକ୍ତର, ରୋଗରେ ଘାଣ୍ଟି ହେଉଛି କାର୍ଡଧାରୀ, ତେବେ ସେ କାର୍ଡର ମୂଲ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଏହାବାଦ ଯଦି ବିଜୁ ସ୍ୱାସ୍ଥ୍ୟ କାର୍ଡ କେବଳ ବଡ଼ ବଡ଼ ରୋଗ ପାଇଁ ଉଦ୍ଦିଷ୍ଟ ତେବେ କିଶୋରଙ୍କ ପରି ରୋଗରେ ଛଟପଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପାଖରେ କି ଯୋଜନା ଅଛି। ସେମାନେ କ’ଣ ସରକାରୀ ଯୋଜନାର ସୁଫଳ ପାଇବାକୁ ହକଦାର ନୁହନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story