ଡ୍ରାଇଭରଙ୍କ ମନମାନି: ଅଧା ବାଟରେ ଟ୍ରେନ୍‌ ଛାଡ଼ି ଘରକୁ ପଳାଇଲେ ଖାଇବାକୁ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ବିହାରର ବକ୍ସର ରେଳ ଷ୍ଟେସନରେ ଘଟିଥିଲା ଏକ ଅଜବ ଘଟଣା। ଏକ ପାସେଞ୍ଜର ଟ୍ରେନ୍‌ର ଡ୍ରାଇଭର ଅଧା ରାସ୍ତାରେ ଟ୍ରେନ୍‌କୁ ଛିଡ଼ା କରି ଗାଧୋଇବାକୁ ଓ ଖାଇବାକୁ ଚାଲି ଗଲେ। ଏଥିପାଇଁ ଯାତ୍ରୀମାନଙ୍କୁ ସେଠାରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଅପେକ୍ଷା କରି ରହିବାକୁ ପଡ଼ିଲା। ମିଳିଥିବା ସୂଚନା ଅନୁଯାୟୀ ଏହି ଟ୍ରେନ୍‌ଟି ପାଟନାରୁ ମୁଗଲସରାୟ ଯାଉଥିଲା। ସକାଳ ପ୍ରାୟ ୧୦ଟା ୫୫ମିନିଟ୍‌ରେ ଟ୍ରେନ୍‌ଟି ବକ୍ସର ଷ୍ଟେସନ୍‌ରେ ପହଞ୍ଚିବା ବେଳକୁ ଯାତ୍ରୀମାନେ ଜାଣି […]

traindriver

traindriver

Rakesh Mallick
  • Published: Friday, 14 April 2017
  • Updated: 14 April 2017, 12:02 PM IST

Sports

Latest News

ନୂଆଦିଲ୍ଲୀ: ଗତ ମଙ୍ଗଳବାର ବିହାରର ବକ୍ସର ରେଳ ଷ୍ଟେସନରେ ଘଟିଥିଲା ଏକ ଅଜବ ଘଟଣା। ଏକ ପାସେଞ୍ଜର ଟ୍ରେନ୍‌ର ଡ୍ରାଇଭର ଅଧା ରାସ୍ତାରେ ଟ୍ରେନ୍‌କୁ ଛିଡ଼ା କରି ଗାଧୋଇବାକୁ ଓ ଖାଇବାକୁ ଚାଲି ଗଲେ। ଏଥିପାଇଁ ଯାତ୍ରୀମାନଙ୍କୁ ସେଠାରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଅପେକ୍ଷା କରି ରହିବାକୁ ପଡ଼ିଲା।

ମିଳିଥିବା ସୂଚନା ଅନୁଯାୟୀ ଏହି ଟ୍ରେନ୍‌ଟି ପାଟନାରୁ ମୁଗଲସରାୟ ଯାଉଥିଲା। ସକାଳ ପ୍ରାୟ ୧୦ଟା ୫୫ମିନିଟ୍‌ରେ ଟ୍ରେନ୍‌ଟି ବକ୍ସର ଷ୍ଟେସନ୍‌ରେ ପହଞ୍ଚିବା ବେଳକୁ ଯାତ୍ରୀମାନେ ଜାଣି ନ ଥିଲେ ଯେ ସେମାନଙ୍କୁ ଏଠାରେ ଗରମରେ ଦୁଇ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ। ଷ୍ଟେସନ୍‌ରେ ଅଟକି ଥିବା ଟ୍ରେନ୍‌ଟିକୁ ୨୦ ମିନିଟ୍‌ ପରେ ପୁଣି ଥରେ ଯାତ୍ରା ଆରମ୍ଭ କରିବା ପାଇଁ ମିଳିଥିଲା ଗ୍ରୀନ୍ ସିଗ୍‌ନାଲ୍‌। କିନ୍ତୁ ଟ୍ରେନ୍ ଚାଲି ନ ଥିଲା। ଏହା ଦେଖି ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ପରେ ପ୍ୟାନେଲ୍ କଣ୍ଟ୍ରୋଲ୍ ପକ୍ଷରୁ ଘୋଷଣା କରାଗଲା ଯେ ଡ୍ରାଇଭର ତୁରନ୍ତ ଟ୍ରେନ୍‌ଟିକୁ ନେଇ ଯାତ୍ରା ଆରମ୍ଭ କରନ୍ତୁ, ତା’ହେଲେ ଅନ୍ୟ ଟ୍ରେନ୍‌ ଆଗକୁ ବଢ଼ିପାରିବେ। ଏହା ପରେ ବି ଟ୍ରେନ୍ ଗଡ଼ିଲାନି। ଯାତ୍ରୀଙ୍କ ସମେତ ଷ୍ଟେସନ୍ କର୍ମଚାରୀ ବି ଆଶ୍ଚର୍ଯ୍ୟ ହୋଇଗଲେ। ବୁଝୁବୁଝୁ ଜଣାପଡ଼ିଲା ଟ୍ରେନ୍ ଡ୍ରାଇଭର ଏମ୍‌.କେ ସିଂହ ଗାଏବ ହୋଇଯାଇଛନ୍ତି। ସେ ସିଟ୍‌ରେ ନାହାନ୍ତି। ଏହା ଦେଖି ଯାତ୍ରୀମାନେ ଆହୁରି ବିରକ୍ତ ହୋଇଗଲେ। ଏହାର କିଛି ସମୟ ପରେ ସୂଚନା ମିଳିଲା ଯେ ଡ୍ରାଇଭର ବାବୁ ତାଙ୍କ ଘରକୁ ଯାଇଛନ୍ତି ଗାଧୋଇବାକୁ ଓ ଖାଇବାକୁ। ଏପରିକି ଷ୍ଟେସନ୍ ମାଷ୍ଟର ଏନେଇ ଘୋଷଣା ବି କରି ଦେଲେ। ପ୍ରାୟ ଅଢ଼େଇ ଘଣ୍ଟା ପରେ ଦିନ ୧ଟା ୧୭ମିନିଟ୍‌ରେ ଡ୍ରାଇଭର ଘରୁ ଗାଧୋଇ-ଖାଇ ଫେରିବା ପରେ ଟ୍ରେନ୍ ଗଡ଼ିଲା।

ରେଳ ବିଭାଗ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story