ମନ ଭିତରେ ଡର, ତଥାପି ରାତି ପାହିଲେ ଉଛୁଳା ନଦୀରେ ପଶୁଛନ୍ତି ଗାଁ ଲୋକ

ରେଢାଖୋଲ(ଓଡ଼ିଶା ରିପୋର୍ଟର): ବର୍ଷା ଋତୁରେ ଉଛୁଳା ନଦୀ କୂଳ ପିଟୁଥିବା ଦେଖିଲେ ଡର ଲାଗିବା ସ୍ୱାଭାବିକ । ଏପରି ସ୍ଥିତିରେ ନଦୀ ନିକଟକୁ ଯିବା କଥା ଶୁଣିଲେ ଲୋକେ ଭୟଭୀତ ହୋଇ ଯାଉଥିବା ବେଳେ ବର୍ଷ ତମାମ ନଦୀ ପାର୍‌ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କଣ୍ଡଳ ଗ୍ରାମବାସୀ। ଅପରପାର୍ଶ୍ୱକୁ ଯାତାୟତ ନିମନ୍ତେ ରାତି ପାହିଲେ ଉଛୁଳା ଟିକିରା ନଦୀରେ ପଶୁଛନ୍ତି ଏହି ଗ୍ରାମବାସୀ।  ଛୁଆଠୁ ବଡ଼ ସମସ୍ତେ ଏହି ନଦୀ ପାର ହୋଇ ସ୍କୁଲ, […]

water-2-1

water-2-1

Niharika Rout
  • Published: Monday, 10 August 2020
  • Updated: 10 August 2020, 02:32 PM IST

Sports

Latest News

ରେଢାଖୋଲ(ଓଡ଼ିଶା ରିପୋର୍ଟର): ବର୍ଷା ଋତୁରେ ଉଛୁଳା ନଦୀ କୂଳ ପିଟୁଥିବା ଦେଖିଲେ ଡର ଲାଗିବା ସ୍ୱାଭାବିକ । ଏପରି ସ୍ଥିତିରେ ନଦୀ ନିକଟକୁ ଯିବା କଥା ଶୁଣିଲେ ଲୋକେ ଭୟଭୀତ ହୋଇ ଯାଉଥିବା ବେଳେ ବର୍ଷ ତମାମ ନଦୀ ପାର୍‌ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କଣ୍ଡଳ ଗ୍ରାମବାସୀ। ଅପରପାର୍ଶ୍ୱକୁ ଯାତାୟତ ନିମନ୍ତେ ରାତି ପାହିଲେ ଉଛୁଳା ଟିକିରା ନଦୀରେ ପଶୁଛନ୍ତି ଏହି ଗ୍ରାମବାସୀ।  ଛୁଆଠୁ ବଡ଼ ସମସ୍ତେ ଏହି ନଦୀ ପାର ହୋଇ ସ୍କୁଲ, କଲେଜ କିମ୍ବା ନିଜ ନିଜ କାମରେ ଯାଉଛନ୍ତି।

ଆଖି ଆଗରେ ଲୋକ ଭାସି ବି ଯାଉଛନ୍ତି। ତଥାପି ମନ ଭିତରେ ଡରକୁ ଚାପି ରଖି ନଦୀରେ ପଶୁଛନ୍ତି।  ଛାତିଏ ପାଣିରେ ପଶି ସାଇକେଲ କାନ୍ଧେଇ ଛୋଟଠୁ ବଡ଼ ସମସ୍ତେ ଏହି ନଦୀରେ ପାର ହୁଅନ୍ତି । ଦୈନନ୍ଦିନ କାର୍ଯ୍ୟ ପାଇଁ ବଜାରକୁ ଯିବାକୁ ହେଲେ ଏହି ନଦୀ ହିଁ ଭରସା । ପିଲାମାନେ ସ୍କୁଲ, କଲେଜ ଯିବା ହେଉ କିମ୍ବା ଅଫିସ୍, ମେଡିକାଲ ଯେକୌଣସି କାମ ପଡିଲେ ଆଖପାଖ ୧୦ଟି ଗାଁର ଲୋକ ଏହି ନଦୀ ଦେଇ ପାର ହୁଅନ୍ତି ।

ବର୍ଷସାରା ଏମିତି ନଦୀରେ ପଶି ଯାଆନ୍ତି ସମସ୍ତେ, କିନ୍ତୁ  ବର୍ଷାଦିନ ଆସିଲେ ବିପଦ ଆଉ ସମସ୍ୟା ବଢିଯାଏ। ଦୈନିନ୍ଦିନ କାର୍ଯ୍ୟରେ ନଦୀ ଆରପଟ ବାଟଗାଁକୁ ଯିବାକୁ ପଡ଼ିଥାଏ ଲୋକଙ୍କୁ । କିଏ ଗ୍ୟାସ ସିଲିଣ୍ଡର ,ସାଇକେଲ, ମୁଣ୍ଡରେ ବୋହି ପାର ହେଉଛନ୍ତି ତ ଆଉ କିଏ, ବୟସ୍କ ଲୋକଙ୍କୁ ଧରି ପାର କରାଉଛନ୍ତି ।

କଣ୍ଡଳ ଗାଁଲୋକେ ମେଡିକାଲ, ଦୋକାନ ବଜାର, ପାଠପଢା ପାଇଁ ପାଖ ବାଟଗାଁକୁ ନିତିଦିନିଆ କାମରେ ଯାଇଥାନ୍ତି। ବ୍ଲକ କାର୍ଯ୍ୟାଳୟ ନାକଟିଦେଉଳ ଓ ସମ୍ୱଲପୁରକୁ ଯିବା ପାଇଁ ଏହି ବାଟଗାଁରୁ ବସ‌୍‍,ଗାଡ଼ି ମଟର ଚଢ଼ିବା ପାଇଁ ଲୋକେ ଆସନ୍ତି। କଣ୍ଡଳ ଗାଁ ତଥା ଆଖପାଖର ୧୦ଖଣ୍ଡ ଗାଁ ଲୋକେ, ନଦୀ ଏପଟ ଗଦାଧରପୁର ଗାଁ ଦେଇ ବାଟଗାଁକୁ ଆସିବାପାଇଁ ମାତ୍ର ୧କି.ମି ବାଟ ପଡ଼େ। କିନ୍ତୁ ଅନ୍ୟ ରାସ୍ତା ଦେଇ ଆସିଲେ ପ୍ରାୟ୨୦କି.ମି ଦୂର ପଢିଥାଏ ଲୋକମାନଙ୍କୁ।  ଏତେ ବାଟ ବୁଲି ଯିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବା ବେଳେ ନଦୀ ପାର୍‌ ହୋଇ ଯିବାକୁ ଉଚିତ ମନେ କରୁଛନ୍ତି ଅଞ୍ଚଳବାସୀ।

ଗରିବ ଆଦିବାସୀ ଅଧ୍ୟୁଷିତ  ଅଞ୍ଚଳ ଲୋକେ ବାରମ୍ୱାର ଟିକିରା ନଦୀରେ ପୋଲଟିଏ ପାଇଁ ଜିଲ୍ଲାପାଳ,ଜନପ୍ରତିନିଧିଙ୍କୁ ଗୁହରି କରି ନିରାଶ ହୋଇଥିବା କହିଛନ୍ତି। ତଥାପି ସମସ୍ୟାର  ଅନ୍ତ ହେଉ ନାହିଁ।  ପାଣିରେ ନ ପହଁରିବା ପାଇଁ ସଚେତନ କରାଇବା ସହ ଘଟଣାର ତଦନ୍ତ କରି ପଦକ୍ଷେପ ନେବୁ ବୋଲି ଉପଜିଲ୍ଲାପାଳ କହିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos