ଉଦାହରଣ ସୃଷ୍ଟି କଲେ ଡାକ୍ତରାଣୀ: ନିଜ ଡେଲିଭରିକୁ ପଛକୁ ରଖି ନିଜେ କରାଇଲେ ଗୁରୁତର ପ୍ରସୂତିଙ୍କ ପ୍ରସବ

ଡାକ୍ତରଙ୍କୁ ଆମେ ଭଗବାନଙ୍କ ଅନ୍ୟ ରୂପ ବୋଲି ମାନିଥାଉ। ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛ ଆମେରିକାର କେଣ୍ଟୁକିରେ। ଏହି ସହରର ଆମାଣ୍ଡା ହୈସ୍ ନାମକ ଜଣେ ମହିଳା ଡାକ୍ତର ନିଜ ଡେଲିଭରୀକୁ ଅଟକାଇ ଅନ୍ୟ ରୋଗୀର ଡେଲିଭରୀ କରି ନିଜ ଉଦାରତାର ପରିଚୟ ଦେଇ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ତାଙ୍କର ଏହି ଉଦାରତାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ଘଟଣାଟି ହେଲା, ଆମାଣ୍ଡା ନିଜ ଡେଲିଭରୀ ପାଇଁ ଯେଉଁ ଡାକ୍ତରଖାନାରେ […]

juniour2

juniour2

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 05:39 PM IST

Sports

Latest News

ଡାକ୍ତରଙ୍କୁ ଆମେ ଭଗବାନଙ୍କ ଅନ୍ୟ ରୂପ ବୋଲି ମାନିଥାଉ। ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛ ଆମେରିକାର କେଣ୍ଟୁକିରେ। ଏହି ସହରର ଆମାଣ୍ଡା ହୈସ୍ ନାମକ ଜଣେ ମହିଳା ଡାକ୍ତର ନିଜ ଡେଲିଭରୀକୁ ଅଟକାଇ ଅନ୍ୟ ରୋଗୀର ଡେଲିଭରୀ କରି ନିଜ ଉଦାରତାର ପରିଚୟ ଦେଇ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ତାଙ୍କର ଏହି ଉଦାରତାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି।

ଘଟଣାଟି ହେଲା, ଆମାଣ୍ଡା ନିଜ ଡେଲିଭରୀ ପାଇଁ ଯେଉଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ, ସେଠାକୁ ଅନ୍ୟ ଜଣେ ମହିଳା ମଧ୍ୟ ଡେଲିଭରୀ ପାଇଁ ଆସିଥିଲେ। ହେଲେ ତାଙ୍କ ଅବସ୍ଥା ଟିକେ ଗୁରୁତର ଥିଲା। ମହିଳାଙ୍କ ଡେଲିଭରୀ ପାଇଁ ଅନ୍ୟଜଣେ ଡାକ୍ତର ମଧ୍ୟ ଆସିବାର ଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତରଙ୍କୁ ଅପେକ୍ଷା କରିବା ସମ୍ଭବ ନଥିଲା। ତିଳେ ମାତ୍ର ବିଳମ୍ବ ହୋଇଥିଲେ ତାଙ୍କର ଓ ତାଙ୍କ ପିଲାର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଥାନ୍ତା। ତେଣୁ ଆମାଣ୍ଡା ନିଜ ଚିନ୍ତା ନକରି, ଡାକ୍ତରୀ ଗାଉନ ପିନ୍ଧି ଅପରେଶନ ଥିଏଟରକୁ ପ୍ରବେଶ କରିଥିଲେ। ଆମାଣ୍ଡାଙ୍କ ସାହାସିକତା ଓ ଉଦାରତା ଯୋଗୁଁ ପରେ ମହିଳା ଜଣକ ଏକ ସୁସ୍ଥ ପିଲାକୁ ଜନ୍ମ ଦେଇଥିଲେ।

 ଏହାପରେ ଆମାଣ୍ଡାଙ୍କର ଡେଲିଭରି ହୋଇଥିଲା। ସେ ମଧ୍ୟ ଏକ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି। ଏପଟେ ତାଙ୍କ ସହକର୍ମୀମାନେ ଆମାଣ୍ଡା ଓ ତାଙ୍କ ପିଲାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ତାଙ୍କ ସାହାସିକତା ଓ ଉଦାରତାକୁ ଧନ୍ୟବାଦ ଦେଇଛନ୍ତି। ଏହାପରେ ବହୁ ଶୁଭେଚ୍ଛୁ ଏଥିପାଇଁ ଆମାଣ୍ଡଙ୍କୁ ପ୍ରଶଂସା କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos