Advertisment

କଲବଲ କରୁଛି ଅନ୍‌ଲାଇନ୍‌ ଭତ୍ତା, ବାରଦୁଆର ବୁଲୁଛନ୍ତି ହିତାଧିକାରୀ

ବାସୁଦେବପୁର (କିରୀଟି ଦାସ): କଲବଲ କରୁଛି ଅନଲାଇନ ବ୍ୟବସ୍ଥା। କାହା ଖାତାକୁ ଥରେ ତ ଆଉ କାହାକୁ ଜମା ନାହିଁ। ଭତ୍ତା ଟଙ୍କା ପାଇଁ ପଞ୍ଚାୟତରୁ ବ୍ଲକ୍ ଆଉ ବ୍ଲକ୍‌ରୁ ବ୍ୟାଙ୍କ ଧାଉଁଛନ୍ତି ହିତାଧିକାରୀ। ବୃଦ୍ଧ, ବୃଦ୍ଧା, ବିଧବା, ଅସହାୟ ଓ ଭିନ୍ନକ୍ଷମଙ୍କ ପାଇଁ ସରକାର ଆରମ୍ଭ କରିଥିଲେ ମାସିକିଆ ଭତ୍ତା ଯୋଜନା। ପ୍ରଥମେ ହାତରେ ଦେଉଥିଲେ। ପରେ ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ଆରମ୍ଭ ହେଇଥିଲା ଅନଲାଇନ ବ୍ୟବସ୍ଥା। ହେଲେ ସରକାରୀ ସହାୟତା ପାଇଁ ଏବେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କଲବଲ କରୁଛି ଅନ୍‌ଲାଇନ୍‌ ଭତ୍ତା, ବାରଦୁଆର ବୁଲୁଛନ୍ତି ହିତାଧିକାରୀ

govt online-allowances

ବାସୁଦେବପୁର (କିରୀଟି ଦାସ): କଲବଲ କରୁଛି ଅନଲାଇନ ବ୍ୟବସ୍ଥା। କାହା ଖାତାକୁ ଥରେ ତ ଆଉ କାହାକୁ ଜମା ନାହିଁ। ଭତ୍ତା ଟଙ୍କା ପାଇଁ ପଞ୍ଚାୟତରୁ ବ୍ଲକ୍ ଆଉ ବ୍ଲକ୍‌ରୁ ବ୍ୟାଙ୍କ ଧାଉଁଛନ୍ତି ହିତାଧିକାରୀ। ବୃଦ୍ଧ, ବୃଦ୍ଧା, ବିଧବା, ଅସହାୟ ଓ ଭିନ୍ନକ୍ଷମଙ୍କ ପାଇଁ ସରକାର ଆରମ୍ଭ କରିଥିଲେ ମାସିକିଆ ଭତ୍ତା ଯୋଜନା। ପ୍ରଥମେ ହାତରେ ଦେଉଥିଲେ। ପରେ ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ଆରମ୍ଭ ହେଇଥିଲା ଅନଲାଇନ ବ୍ୟବସ୍ଥା। ହେଲେ ସରକାରୀ ସହାୟତା ପାଇଁ ଏବେ ବାର ଦୁଆର ହେଉଛନ୍ତି ହିତାଧିକାରୀ।

Advertisment

ବାସୁଦେବପୁର ବ୍ଲକ କରଞ୍ଜଆଡିଆ ପଞ୍ଚାୟତ ପୁରୁଷୋତ୍ତମପୁର ଗାଁର ମଞ୍ଜୁଲତା ସାହୁ। ବୟସ ୬୨। ଗତବର୍ଷ କରୋନାରେ ସ୍ଵାମୀ ଆରପାରିକୁ ଚାଲିଗଲେ। ପାଖରେ ଏବେ ୩ ଝିଅ। ବହୁ କଷ୍ଟରେ ଅଭାବରେ ପରିବାରକୁ ଚଳାଉଛନ୍ତି। ଗତ ବର୍ଷ ଅଗଷ୍ଟ ମାସରୁ ନୂଆ ଭତ୍ତା ହୋଇଥିଲା, ଖାତା ମଧ୍ୟ ମିଳିଛି। ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ଭତ୍ତା ସହାୟତା ନେବା ପାଇଁ ଜମାବହିର ନମ୍ବର ମଧ୍ୟ ଦେଇଥିଲେ। ହେଲେ ୫ମାସ ବିତିଗଲାଣି, ବ୍ୟାଙ୍କ ଖାତାକୁ ଏଯାଏଁ ଟଙ୍କା ଆସୁନି। ପଞ୍ଚାୟତ କାର୍ଯ୍ୟଳୟକୁ ଗଲେ କହୁଛନ୍ତି, ବ୍ୟସ୍ତ ହୁଅନି ଟଙ୍କା ଆସିଯିବ; ନହେଲେ ବ୍ଳକରେ ଦେଖ। ବ୍ଳକ କହୁଛି ବ୍ୟାଙ୍କ ଜମାବହି ଚେକ୍‌ କର। ବ୍ୟାଙ୍କ ଗଲେ କହୁଛନ୍ତି ଟଙ୍କା ଆସିନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ, ପୁଣି ବ୍ଲକଠୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମଞ୍ଜୁଲତା। ହେଲେ ଭତ୍ତା ଟଙ୍କା ଏଯାଏଁ ପାରି ପାରୁନଥିବା ଅଭିଯୋଗ କରିଛନ୍ତି।

ସେହିପରି ବରଣ୍ଡୁଆ ପଞ୍ଚାୟତ ଚନ୍ଦନପୁର ଗାଁର ହିତାଧିକାରୀ ଶାନ୍ତିଲତା ବିଶ୍ୱାଳ। ବୟସ ପାଖାପାଖି ୭୪ ହେବ। ଆଖୁକୁ ଭଲ କରି ଦେଖାଯାଉନି କି କାନକୁ ଠିକ ସେ ଶୁଭୁନି। ନିଜର ବୋଲି କେହି ନାହାନ୍ତି। ଏକାକୀ ଗାଁ ମୁଣ୍ଡରେ ଏକ ସରକାରୀ ଜମିରେ ରହୁଛନ୍ତି। ରାସନ କାର୍ଡରେ ମିଳୁଥିବା ଚାଉଳ ଆଉ ମାସିକିଆ ବାର୍ଦ୍ଧକ୍ୟ ଭତ୍ତାରେ ଦୁଖକଷ୍ଟରେ ଚଳିଯାଉଥିଲେ। ସରକାର ଅନଲାଇନ ଜରିଆରେ ଭତ୍ତା ଦେବାକୁ ନିୟମ କରିବା ପରେ ବ୍ୟାଙ୍କ ଜମାବହିର ନକଲ ଦେଇଥିଲେ। ମାତ୍ର ଗୋଟିଏ ମାସ ତାଙ୍କ ଜମା ବହିକୁ ଭତ୍ତା ବାବଦରେ ୫୦୦ଟଙ୍କା ଆସିଥିଲା। ହେଲେ ଗତ ଅକ୍ଟୋବର ଠାରୁ ଆଉ ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ଆସୁନି। ଏନେଇ ସେ ପଞ୍ଚାୟତ କାର୍ଯ୍ୟାଳୟ ସହ ବ୍ଲକରେ ମଧ୍ୟ ଅଭିଯୋଗ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କେବଳ ତାଙ୍କୁ ଫାଙ୍କା ପ୍ରତିଶ୍ରୁତି ମିଳିଛି।

Advertisment

ସେପଟେ ହିତାଧିକାରୀଙ୍କ ଏହି ସମସ୍ୟାକୁ ନେଇ ବାସୁଦେବପୁର ବିଡ଼ିଓ କହିଛନ୍ତି, ପ୍ରତିମାସରେ ଅନେକ ହିତାଧସିକାରୀଙ୍କ ଖାତାକୁ ଟଙ୍କା ଯାଉଛି। ତେବେ ସେମାନଙ୍କର ଜମାବହି ବନ୍ଦ ଅଛି କି ଆଉ କ’ଣ ସମସ୍ୟା ରହିଛି ନିଶ୍ଚିତ ସେ ନେଇ ଚେକ୍‌ କଲେ ଜଣାପଡିବ। ଯଦି ଭତ୍ତା ସହାୟତା ପାଇନଥିବେ ତେବେ ତୁରନ୍ତ ଦୃଷ୍ଟି ଦିଆଯିବ।

ତେବେ ସରକାରଙ୍କ ଏହି ଅନ୍‌ଲାଇନ୍‌ ଭତ୍ତା ଯୋଜନାରେ କେବଳ ଶାନ୍ତିଲତା କି ମଞ୍ଜୁଲତା ନୁହନ୍ତି ବ୍ଲକର ବହୁ ହିତାଧିକାରୀ ସମସ୍ୟା ଭୋଗୁଛନ୍ତି।  ବ୍ୟାଙ୍କ ଜମା ଖାତାକୁ ଟଙ୍କା ଆସୁନଥିବାରୁ ପରିଣତ ବୟସରେ ଭତ୍ତା ଟିକକ ପାଇଁ ବାର ଦୁଆରା ଦୌଡି ଦୌଡି ନୟାନ୍ତ ହେଉଛନ୍ତି।