ସୌନ୍ଦର୍ଯ୍ୟର ଗନ୍ତାଘର ପୁଞ୍ଜିସିଲ୍‌, ସମସ୍ୟାର ବି ଅନ୍ତ ନାହିଁ

କୋରାପୁଟ (ସୂର୍ଯ୍ୟ ପଣ୍ଡା): ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ ଜିଲ୍ଲା। ଏହାର ପ୍ରାକୃତିକ ପରିବେଶ ସହ ଦର୍ଶନୀୟ ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ପର୍ଯ୍ୟଟକମାନେ ଆସନ୍ତି, ସେ ଭିତରୁ ଗୋଟିଏ ହେଉଛି ପୁଞ୍ଜିସିଲ୍‌। ଜିଲ୍ଲାର ଦଶମନ୍ତପୁର ଅଞ୍ଚଳରେ ଅଛି ପୁଞ୍ଜିସିଲ୍‌। ଦାମନଯୋଡିର ପଞ୍ଚପଟ୍ଟମାଳି ପର୍ବତରୁ ଝରିଆସୁଥିବା ମୁରାନ ଝରଣା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିସିଲ୍‌ଠାରେ ପଥର ଉପର ଦେଇ ବହିଯାଉଥିବା ଦୃଶ୍ୟ ପର୍ଯ୍ୟଟକ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ […]

punjiceal-1--1

punjiceal-1--1

Niharika Rout
  • Published: Monday, 17 February 2020
  • Updated: 17 February 2020, 02:25 PM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ ଜିଲ୍ଲା। ଏହାର ପ୍ରାକୃତିକ ପରିବେଶ ସହ ଦର୍ଶନୀୟ ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲ୍ଲାର ଯେଉଁ ସବୁ ସ୍ଥାନକୁ ପର୍ଯ୍ୟଟକମାନେ ଆସନ୍ତି, ସେ ଭିତରୁ ଗୋଟିଏ ହେଉଛି ପୁଞ୍ଜିସିଲ୍‌। ଜିଲ୍ଲାର ଦଶମନ୍ତପୁର ଅଞ୍ଚଳରେ ଅଛି ପୁଞ୍ଜିସିଲ୍‌।

ଦାମନଯୋଡିର ପଞ୍ଚପଟ୍ଟମାଳି ପର୍ବତରୁ ଝରିଆସୁଥିବା ମୁରାନ ଝରଣା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିସିଲ୍‌ଠାରେ ପଥର ଉପର ଦେଇ ବହିଯାଉଥିବା ଦୃଶ୍ୟ ପର୍ଯ୍ୟଟକ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ଝରଣାରେ ଗାଧୋଇବା ସହ ବଣଭୋଜିର ବି ମଜା ନିଅନ୍ତି ପର୍ଯ୍ୟଟକ। କିନ୍ତୁ ଏଠାରେ ଆନୁସଙ୍ଗିକ ସୁବିଧା ସୁଯୋଗ ନଥିବାରୁ ପର୍ଯ୍ୟଟକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ପରିମଳ ବ୍ୟବସ୍ଥା ସୁଧାରିଲେ ଅଧିକ ଭିଡ଼ ଲାଗନ୍ତା ବୋଲି ଆଶା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ।

ପୁଞ୍ଜିସିଲ୍‌ ଜଳପ୍ରପାତ ଅନ୍ୟ ଜଳପ୍ରପାତ ପରି ବିପଦସଙ୍କୁଳ ନୁହେଁ।  ତେଣୁ ଅତି ନିକଟରୁ ଜଳପ୍ରପାତକୁ ମନଭରି ଉପଭୋଗ କରିବାକୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ପର୍ଯ୍ୟଟକ। ଏହାର ପ୍ରାକୃତିକ ପରିବେଶରେ ବଣଭୋଜି କରିବା ସହ ଜଳକ୍ରୀଡାର ଭରପୂର ମଜା ଉଠାନ୍ତି।  ଛୋଟରୁ ବଡ଼ ସମସ୍ତେ ଏଠି ଗାଧୋଇବାର ମଜା ନିଅନ୍ତି।

ଅପରପଟେ, ଆସିବାକୁ ଭଲ ରାସ୍ତା ନଥିବାବେଳେ ପାନୀୟ ଜଳ, ପାର୍କିଂ ସହ ଅନ୍ୟାନ୍ୟ ସାଧାରଣ ସୁବିଧା ନଥିବାରୁ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ ମାଟି ରାସ୍ତାରେ ଅନବରତ ଗାଡ଼ି ଚଳାଚଳ ଯୋଗୁ ପରିବେଶ ଧୂଳିମୟ ହେଉଛି। ସେହିପରି ବଣଭୋଜି ପରେ ଲୋକେ ଛାଡ଼ି ଯାଉଥିବା କୁଢ଼ କୁଢ଼ ପ୍ଲାଷ୍ଟିକ ଜରି, ଖଲିପତ୍ର ଓ ଅନ୍ୟାନ୍ୟ ଆବର୍ଜନା ସ୍ଥାନୀୟ ଲୋକଙ୍କ ମୁଣ୍ଡବିନ୍ଧା ବଢ଼ାଉଛି।

ପଡ଼ିରହୁଥିବା ଅଳିଆ ଆର୍ବଜନାକୁ ସ୍ଥାନୀୟ ଲୋକ ଓ କମିଟି ମେମ୍ୱର ମିଶି ସଫେଇ କରୁଥିଲେ ମଧ୍ୟ ପରିସ୍ଥିତିର ସୁଧାର ଆସୁନଥିବା କହିଛନ୍ତି। ପ୍ରଶାସନ କୌଣସି ସୁବିଧା କରୁନଥିବା ସେମାନେ କହିଛନ୍ତି । ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ପୁଞ୍ଜିସିଲର ବିକାଶ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story