ରାଜଧାନୀର ଅଧିକାଂଶ କଲେଜ ଛାତ୍ରଛାତ୍ରୀଙ୍କୁ ଜଣାନାହିଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ନାଁ

ଭୁବନେଶ୍ୱର (ରାକେଶ ମଲ୍ଲିକ): ଛାତ୍ର ସଂଗଠନ ଆଜିକାଲି ସମସ୍ତ ରାଜନୈତିକ ଦଳର ଏକ ପ୍ରମୁଖ ଅଂଶ। ବିଭିନ୍ନ ସଂଗଠନରେ ସାମିଲ ହୋଇ ବହୁ ଛାତ୍ର ସେମାନଙ୍କ ରାଜନୈତିକ ଜୀବନ ଆରମ୍ଭ କରୁଛନ୍ତି। ପ୍ରକୃତରେ ଛାତ୍ର ରାଜନୀତି ବିଷୟରେ ରାଜଧାନୀ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଧାରଣା କ’ଣ ଜାଣିବାକୁ ଓଡ଼ିଶା ରିପୋର୍ଟର ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଯେଉଁଥିରୁ ଜଣାପଡିଛି, ଛାତ୍ର ସଂସଦ ନିର୍ବାଚନ ବେଳେ ଦେଖା ଯାଉଥିବା ହିଂସା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ରାଜନୈତିକ ଦଳଙ୍କୁ ଦାୟୀ କରିଛନ୍ତି। […]

clg1

clg1

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 04:07 PM IST

Sports

Latest News

clg1ଭୁବନେଶ୍ୱର (ରାକେଶ ମଲ୍ଲିକ): ଛାତ୍ର ସଂଗଠନ ଆଜିକାଲି ସମସ୍ତ ରାଜନୈତିକ ଦଳର ଏକ ପ୍ରମୁଖ ଅଂଶ। ବିଭିନ୍ନ ସଂଗଠନରେ ସାମିଲ ହୋଇ ବହୁ ଛାତ୍ର ସେମାନଙ୍କ ରାଜନୈତିକ ଜୀବନ ଆରମ୍ଭ କରୁଛନ୍ତି। ପ୍ରକୃତରେ ଛାତ୍ର ରାଜନୀତି ବିଷୟରେ ରାଜଧାନୀ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଧାରଣା କ’ଣ ଜାଣିବାକୁ ଓଡ଼ିଶା ରିପୋର୍ଟର ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଯେଉଁଥିରୁ ଜଣାପଡିଛି, ଛାତ୍ର ସଂସଦ ନିର୍ବାଚନ ବେଳେ ଦେଖା ଯାଉଥିବା ହିଂସା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ରାଜନୈତିକ ଦଳଙ୍କୁ ଦାୟୀ କରିଛନ୍ତି। ରାଜନୀତିରେ ପାଦ ଥାପିବାକୁ ଛାତ୍ର ରାଜନୀତି ଏକ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲେ ମଧ୍ୟ ଏହା ଠିକ୍‌ ବାଟରେ ଯାଉ ନ ଥିବା ଅଧିକାଂଶ ଛାତ୍ରଛାତ୍ରୀ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ପଟ୍ଟନାୟକ ୧୭ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜଧାନୀର ଅଧିକାଂଶ କଲେଜ ଛାତ୍ରଛାତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀ ନାଁ ଜାଣିନାହାନ୍ତି।

ଛାତ୍ର ସଂଗଠନକୁ ବିଭିନ୍ନ ରାଜନୈତିକ ଦଳ ପ୍ରମୁଖ ଅଂଶ ଭାବୁଛନ୍ତି। ସଭାସମିତି ହେଉ କି କେଉଁଠାରେ ଧାରଣା ଓ ପ୍ରତିବାଦ ହେଉ, ଛାତ୍ର ସଂଗଠନ ଗୁଡିକୁ ଆଗରେ ଦେଖିବାକୁ ମିଳୁଛି। ହେଲେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ରାଜନୈତିକ ଦଳଗୁଡିକ ଛାତ୍ର ରାଜନୀତିକୁ ନେଇ ସଚେତନ  ନ ଥିବା କହିଛନ୍ତି। ନିଜ ଉଦ୍ଦେଶ୍ୟ ପୂରଣ ପାଇଁ ରାଜନୈତିକ ଦଳଗୁଡିକ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରୁଥିବା ସେମାନେ ମତ ଦେଇଛନ୍ତି। ଆଗକୁ ବଢିବା ଓ ଭବିଷ୍ୟତ ପ୍ରତି ସଚେତନ ହେବା, ଭଲ ମନ୍ଦ ବିଚାର କରିବାରେ ଛାତ୍ର ରାଜନୀତି ସହାୟକ ହୋଇଥାଏ ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଥିବା ବେଳେ ଛାତ୍ର ସଂସଦ ନିର୍ବାଚନରୁ ରାଜନୈତିକ ଦଳ ଦୂରେଇ ରହିବା ଉଚିତ ବୋଲି କହିଛନ୍ତି।

clg2ଛାତ୍ର ନିର୍ବାଚନ ବେଳେ ବିଭିନ୍ନ କଲେଜରେ ହିଂସା ଘଟିବା ଏକ ସାଧାରଣ ଘଟଣାରେ ପରିଣତ ହୋଇ ଗଲାଣି। ଏହାର କାରଣ ଜାଣିବାକୁ ଆମେ କରିଥିବା ଏକ ପ୍ରଶ୍ନର ଉତ୍ତରରେ ଅଧିକାଂଶ ଛାତ୍ରଛାତ୍ରୀ ରାଜନୈତିକ ଦଳଙ୍କୁ ଦାୟୀ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ରାଜନୈତିକ ଦଳଙ୍କ ଅଯଥା ହସ୍ତକ୍ଷେପ ଯୋଗୁଁ କଲେଜରେ ଏକତା ଭଙ୍ଗ ହେବା ସହ ହିଂସାତ୍ମକ ସ୍ଥିତି ଉପୁଜୁ ଥିବା ଅଧିକାଂଶ ଛାତ୍ରଛାତ୍ରୀ ମତ ଦେଇଛନ୍ତି। ତେବେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ଛାତ୍ର ନିର୍ବାଚନ ସପକ୍ଷରେ ମତ ଦେଇଥିବା ବେଳେ ରାଜନୈତିକ ଦଳଙ୍କ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି।

କିଛି ଛାତ୍ର କଲେଜ ଜୀବନରୁ ରାଜନୀତିରେ ପାଦ ଥାପିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ବେଳେ କଲେଜରେ ଦେଖିଯାଉଥିବା ହିଂସା ପାଇଁ ସେମାନଙ୍କୁ ପରିବାର ପକ୍ଷରୁ ସହଯୋଗ ମିଳୁ ନ ଥିବା କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଧାରଣା ଥିବା ବହୁ ଛାତ୍ରଛାତ୍ରୀ କହିଥିଲେ। ହେଲେ ରାଜଧାନୀର ୬୫ ପ୍ରତିଶତ ଛାତ୍ରଛାତ୍ରୀ କୌଣସି ଯୋଜନାର ନାଁ କହିପାରି ନ ଥିଲେ।

clgସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜଧାନୀର ୫୦ ପ୍ରତିଶତ ଛାତ୍ରଛାତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ନାଁ ଜାଣି ନାହାନ୍ତି। ୨୦ ପ୍ରତିଶତ ଛାତ୍ରଛାତ୍ରୀ ଠିକ୍‌ ଉତ୍ତର ଦେଇଥିବା ବେଳେ ୩୦ ପ୍ରତିଶତ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ନାଁ ବିଜେଡି ବୋଲି କହିଛନ୍ତି। ସେହିପରି ୪୦ ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ସାଂସଦଙ୍କ ନାଁ ପ୍ରକାଶ କରିଛନ୍ତି। ୬୦ ପ୍ରତିଶତ ଛାତ୍ରଛାତ୍ରୀ ସେମାନଙ୍କ ବିଧାୟକ ଓ ସାଂସଦଙ୍କ ନାଁ ମଧ୍ୟ ଜାଣିନାହାନ୍ତି।

ଛାତ୍ର ସଂଗଠନକୁ ନେଇ ରାଜନୈତିକ ଦଳ ଗୁଡିକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ମାତ୍ର ଛାତ୍ର ରାଜନୀତିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଧାରଣା କ’ଣ ତାହା ଏଥିରୁ ଜଣାପଡୁଛି। ରାଜନୈତିକ ଦଳଗୁଡିକ ଛାତ୍ରଛାତ୍ରୀଙ୍କୁ ନେଇ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରୁଛନ୍ତି। ହେଲେ ଛାତ୍ର ରାଜନୀତି କ’ଣ, ଏହାକୁ ନିଜ ଭବିଷ୍ୟତ ଜୀବନରେ କିପରି ଉପଯୋଗ କରାଯାଇ ପାରିବ, ଶାନ୍ତିଶୃଙ୍ଖଳାରେ ଛାତ୍ର ସଂସଦ ନିର୍ବାଚନ କିପରି ହେବ ସେ ନେଇ ରାଜନୈତିକ ଦଳ ଗୁଡିକ କୌଣସି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଛାତ୍ର ରାଜନୀତି ଯେଉଁ ବାଟରେ ଓ ଯେଉଁ ଆଦର୍ଶ ପଥରେ ଯିବା କଥା ସେଥିରୁ ଦୂରେଇ ଯାଉଥିବା ମତ ପ୍ରକାଶ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos