ଖସିଗଲା ମୁଖା, ଫସିଗଲେ ଯାତ୍ରୀ: ଫେସବୁକ୍‌ରେ ଯୁବତୀ ପୋଷ୍ଟ୍ କଲେ ସହଯାତ୍ରୀଙ୍କ କାରନାମା, ପୂରା ରିପୋର୍ଟ ପଢ଼ନ୍ତୁ  

ନୂଆଦିଲ୍ଲୀ: ସ୍ମାର୍ଟସିଟିରେ, ସ୍ମାର୍ଟ ମେଟ୍ରୋରେ, ସ୍ମାର୍ଟଫୋନ୍ ଧରି ଆପଣ ଯଦି ନିଜକୁ ସ୍ମାର୍ଟ ଭାବୁଥିବେ, ତା ହେଲେ ହୁସିଆର୍। ବେଳେବେଳେ ଆପଣଙ୍କ ଚୋରି ଧରା ପଡ଼ିଯିବ। ଆଉ ଥରେ ଧରା ପଡ଼ିଲେ ଆପଣଙ୍କ ଇଜ୍ଜତ ମାଟିରେ ମିଶିଯିବ। ସେମିତି ଏକ ଘଟଣା ଘଟିଛି ସିଙ୍ଗାପୁରରେ। ଏକ ମେଟ୍ରୋ ଟ୍ରେନ୍‌ରେ ଜଣେ ଯାତ୍ରୀ ଜଣେ ଅପରିଚିତ ମହିଳାଙ୍କ ଭିଡିଓ ସୁଟ୍ କରୁଥିଲେ। ଅତି ଚତୁରତାର ସହ ସେ ନିଜ ମୋବାଇଲ୍‌ରେ କିଛି ଭିଡିଓ ଦେଖିବା ବାହାନାରେ ସାମ୍ନାରେ ବସିଥିବା […]

ph

ph

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 04:26 PM IST

Sports

Latest News

ନୂଆଦିଲ୍ଲୀ: ସ୍ମାର୍ଟସିଟିରେ, ସ୍ମାର୍ଟ ମେଟ୍ରୋରେ, ସ୍ମାର୍ଟଫୋନ୍ ଧରି ଆପଣ ଯଦି ନିଜକୁ ସ୍ମାର୍ଟ ଭାବୁଥିବେ, ତା ହେଲେ ହୁସିଆର୍। ବେଳେବେଳେ ଆପଣଙ୍କ ଚୋରି ଧରା ପଡ଼ିଯିବ। ଆଉ ଥରେ ଧରା ପଡ଼ିଲେ ଆପଣଙ୍କ ଇଜ୍ଜତ ମାଟିରେ ମିଶିଯିବ।

ସେମିତି ଏକ ଘଟଣା ଘଟିଛି ସିଙ୍ଗାପୁରରେ। ଏକ ମେଟ୍ରୋ ଟ୍ରେନ୍‌ରେ ଜଣେ ଯାତ୍ରୀ ଜଣେ ଅପରିଚିତ ମହିଳାଙ୍କ ଭିଡିଓ ସୁଟ୍ କରୁଥିଲେ। ଅତି ଚତୁରତାର ସହ ସେ ନିଜ ମୋବାଇଲ୍‌ରେ କିଛି ଭିଡିଓ ଦେଖିବା ବାହାନାରେ ସାମ୍ନାରେ ବସିଥିବା ଯୁବତୀଙ୍କ ଭିଡିଓ ସୁଟିଂ କରିବା ଆରମ୍ଭ କରି ଦେଇଥିଲେ। ତେବେ ସହଯାତ୍ରୀଙ୍କ ହାବଭାବ ଦେଖି ଯୁବତୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରଣ ମେଟ୍ରୋରେ ସିଟ୍ ଫାଙ୍କା ଥିବା ସତ୍ତ୍ୱେ ବ୍ୟକ୍ତ ଜଣକ ତାଙ୍କ  ସାମ୍ନା ସିଟ୍‌ରେ ଆସି ବସିଥିଲେ। ତେବେ ହଠାତ୍ ଯୁବତୀ ଜଣକ ଚମକି ପଡିଥିଲେ, ସାମ୍ନା ଡୋର୍‌ରେ ନିଜ ପ୍ରତିଛବିକୁ ଦେଖି। ଆଉ ସେ ଜାଣି ଯାଇଥିଲେ, ସାମ୍ନାରେ ବସିଥିବା ବ୍ୟକ୍ତି ଲୁଚେଇ ଲୁଚେଇ ଅତି ଚତୁରତାର ସହ ତାଙ୍କ ଭିଡିଓ ସୁଟ୍ କରୁଛନ୍ତି।

ତେବେ ପ୍ରତିବାଦ କରିବା ବଦଳରେ ସେ ଓଲଟି ତାଙ୍କ ଭିଡିଓ ସୁଟ୍ କରିଥିଲେ ଅତି ସତର୍କତାର ସହ। ଆଉ ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଆସି ସଂପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ମୋବାଇଲ୍ ଯାଞ୍ଚ କରିଥିଲେ। ଆଉ ଭିଡିଓ ଗ୍ୟାଲେରୀ ଦେଖି ତାଜୁବ୍ ହୋଇ ଯାଇଥିଲେ। କାରଣ ତାଙ୍କ ଗ୍ୟାଲେରୀରେ ପୂର୍ବରୁ ସୁଟ୍ ହୋଇଥିବା ଅନେକ ଯୁବତୀଙ୍କ ଭିଡିଓ ଥିଲା।

ତେବେ ସବୁଠାରୁ ମଜାଦାର୍ କଥା ହେଲା, ପୋଲିସ୍ ତାଙ୍କୁ ଧମକାଇବାରୁ ସେ କହିଥିଲା-ଯୁବତୀ ଜଣକ ମୋ ଭଉଣୀ ଭଳି।

ତେବେ ପୂରା ଘଟଣା ସାମ୍ନାକୁ ଆସିଥିଲା, ଯେତେବେଳେ ସଂପୃକ୍ତ ଯୁବତୀଜଣକ ଘରକୁ ଫେରିବା ପରେ ପୂରା ଘଟଣାକୁ ଫେସବୁକ୍‌ରେ ପୋଷ୍ଟ କରିଥିଲେ। କେବଳ ସେତିକି ନୁହେଁ, ସଂପୃକ୍ତ ବ୍ୟକ୍ତିଙ୍କ ସେହି ଭିଡିଓକୁ ମଧ୍ୟ ଫେସବୁକ୍‌ରେ ଛାଡ଼ି ଦେଇଥିଲେ। ମାତ୍ର ଦୁଇଦିନ ଭିତରେ ପ୍ରାୟ ୫ମିଲିୟନ୍ ଲୋକ ଏହି ଭିଡିଓକୁ ଦେଖିଛନ୍ତି। ପାଖାପାଖି ୨୮ହଜାର ଲୋକ ନିଜ ୱାଲ୍‌ରେ ଏହି ପୋଷ୍ଟକୁ ସେୟାର କରିଛନ୍ତି।

ରିପୋର୍ଟ ଓ ଫଟୋ-ଏନ୍‌ଡିଟିଭି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos