ଚୀନ୍‌ରେ ଏକାଠି ନାଚିଲେ ୧୦୬୯ ରୋବର୍ଟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚୀନ୍‌ ରୋବର୍ଟ ସେନା ତିଆରି କରୁଛି। ଚୀନ୍‌ର ଏକ କମ୍ପାନୀ ଏପରି ସେନା ତିଆରି କରି ଗିନିଜ ବୁକ୍‌ ଅଫ୍‌ ୱାଲ୍ଡରେ ସ୍ଥାନ ପାଇଛି। ପିପୁଲ୍ସ ଡେଲି ଚାଇନା ଅନୁସାରେ ଡବ୍ଲ୍ୟୁ ଏଲ୍‌ ଇଣ୍ଟେଲିଜେନ୍ସ ଟେକ୍ନୋଲଜି ନାମକ କମ୍ପାନୀ ପକ୍ଷରୁ ୧୦୬୯ଟି ରୋବର୍ଟକୁ ନେଇ ଏହି ସେନା ତିଆରି କରାଯାଇଛି। ଏହି ରୋବର୍ଟ ଏକା ସାଙ୍ଗରେ ଡ୍ୟାନ୍ସ କରି ପାରୁଛନ୍ତି। ଏମାନେ ଚୀନ୍‌ର ମାର୍ସଲ ଆର୍ଟ୍ସ ବି କରିପାରୁଛନ୍ତି। ମଣିଷଙ୍କ ପରି ସମସ୍ତ […]

Rakesh Mallick
  • Published: Friday, 01 September 2017
  • Updated: 01 September 2017, 08:19 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଚୀନ୍‌ ରୋବର୍ଟ ସେନା ତିଆରି କରୁଛି। ଚୀନ୍‌ର ଏକ କମ୍ପାନୀ ଏପରି ସେନା ତିଆରି କରି ଗିନିଜ ବୁକ୍‌ ଅଫ୍‌ ୱାଲ୍ଡରେ ସ୍ଥାନ ପାଇଛି। ପିପୁଲ୍ସ ଡେଲି ଚାଇନା ଅନୁସାରେ ଡବ୍ଲ୍ୟୁ ଏଲ୍‌ ଇଣ୍ଟେଲିଜେନ୍ସ ଟେକ୍ନୋଲଜି ନାମକ କମ୍ପାନୀ ପକ୍ଷରୁ ୧୦୬୯ଟି ରୋବର୍ଟକୁ ନେଇ ଏହି ସେନା ତିଆରି କରାଯାଇଛି।

chinaଏହି ରୋବର୍ଟ ଏକା ସାଙ୍ଗରେ ଡ୍ୟାନ୍ସ କରି ପାରୁଛନ୍ତି। ଏମାନେ ଚୀନ୍‌ର ମାର୍ସଲ ଆର୍ଟ୍ସ ବି କରିପାରୁଛନ୍ତି। ମଣିଷଙ୍କ ପରି ସମସ୍ତ କାମ ଏହି ରୋବର୍ଟ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।

କମ୍ପାନୀ ପକ୍ଷରୁ ଏକ ଇଭେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ଏହି ୧୦୬୯ଟି ରୋବର୍ଟ ଏକା ସାଙ୍ଗରେ ଡ୍ୟାନ୍ସ କରିଥିଲେ। ଯେଉଁ ରୋବର୍ଟ ଡ୍ୟାନ୍ସ ମଝିରେ ପଡି ଯାଉଥିଲେ ତାକୁ ଡିସ୍‌କ୍ୱାଲିଫାଏ କରିଦିଆ ଯାଉଥିଲା।

ଏହା ପୂର୍ବରୁ ଏପରି ରୋବର୍ଟ ଡ୍ୟାନ୍ସର ରେକର୍ଡ ଚୀନ୍‌ର ଅନ୍ୟ ଏକ କମ୍ପାନୀ ଏୱର ବିନ୍‌ ନାଁରେ ଥିଲା। କମ୍ପାନୀ ପକ୍ଷରୁ ନିର୍ମାଣ ହୋଇଥିବା ୧୦୦୭ଟି ରୋବର୍ଟ ଏକା ସାଙ୍ଗରେ ଡ୍ୟାନ୍ସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos