ନୂଆଦିଲ୍ଲୀ: ରଜନୀକାନ୍ତଙ୍କ ଫିଲ୍ମ ‘ରୋବର୍ଟ’ରେ ଚିଟି ଏଶ୍ୱର୍ଯ୍ୟା ରାୟଙ୍କୁ ମେଡିକାଲ ପାଠ ପଢ଼ାରେ ସାହାଯ୍ୟ କରିଥିଲା। ଏହା ରିଲ୍ ଲାଇଫ୍ର ଦୁନିଆରେ ସମ୍ଭବ। ହେଲେ ରିୟଲ ଲାଇଫ୍ରେ ଡାକ୍ତରୀ ବିଦ୍ୟା (ବିଶେଷ କରି ସଜରୀ)ରେ ଏହା ସମ୍ଭବ କି ? ରିୟଲ ଲାଇଫ୍ରେ ଆପଣଙ୍କୁ ଡାକ୍ତର ବଦଳରେ କୌଣସି ରୋବର୍ଟ ସର୍ଜରୀ କରୁ ବୋଲି କେବେ ଆପଣ ଚାହିଁବେ କି ? ଆଜ୍ଞା ହଁ ଭାରତରେ ଏହା ସମ୍ଭବ ହେବାକୁ ଯାଉଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଖୁବ୍ଶୀଘ୍ର ଡାକ୍ତରଙ୍କ ବଦଳରେ ରୋବର୍ଟ ଅପରେସନ୍ କରୁଥିବା ଦେଖିବାକୁ ମିଳିବ।
ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି,“ଏହି ରୋବର୍ଟ ଦ୍ୱାରା ଗରିବ ରୋଗୀଙ୍କ ମାଗଣା ଚିକିତ୍ସା କରାଯିବ।”
ୟୁରୋଲୋଜି ବିଭାଗର ଏଚ୍ଓଡି କହିଛନ୍ତି, “ଏହି ରୋବର୍ଟ କିଣିବା ପାଇଁ ଔପଚାରିକତା ଶେଷ ହୋଇଯାଇଛି। ୨ରୁ ୩ ମାସ ମଧ୍ୟରେ ରୋବର୍ଟ ହସ୍ପିଟାଲରେ ରୋଗୀ ସେବା ପାଇଁ ଉପଲବ୍ଧ ହେବ। ଏହି ରୋବର୍ଟ କିଡନୀ ଟ୍ରାନ୍ସପ୍ଲେଟ୍ କିମ୍ୱା ଅନାନ୍ୟ ଅପରେସନ୍ ମଧ୍ୟ କରି ପାରିବ।”
ସୌଜନ୍ୟ-ଦୈନିକ ଜାଗରଣ
ଫଟୋ-ଦୈନିକ ଜାଗରଣ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।