ଲଦାଖରେ ମିଳୁଥିବା ଔଷଧୀୟ ବୃକ୍ଷ ‘ସୋଲୋ’ ବିଷୟରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଗତକାଲି ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଲଦାଖରେ ମିଳୁଥିବା ‘ସୋଲୋ’ ନାମରେ ଏକ ଆୟୁର୍ବେଦିକ ଗଛ ବିଷୟରେ କହିଥିଲେ। ‘ସୋଲୋ’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଅନେକ ରୋଗକୁ ଭଲ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ। ରାମାୟଣରେ ମଧ୍ୟ ଏହି ଆୟୁର୍ବେଦିକ ଔଷଧକୁ ସଞ୍ଜୀବନୀ ଭାବରେ ବର୍ଣ୍ଣନା କରାଯାଇଛି। ମହାକାବ୍ୟ ରାମାୟଣରେ ଭାଇ ଲକ୍ଷ୍ମଣଙ୍କୁ […]

solo2

solo2

Puspanjali Panda
  • Published: Friday, 09 August 2019
  • Updated: 09 August 2019, 04:42 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଗତକାଲି ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଲଦାଖରେ ମିଳୁଥିବା ‘ସୋଲୋ’ ନାମରେ ଏକ ଆୟୁର୍ବେଦିକ ଗଛ ବିଷୟରେ କହିଥିଲେ। ‘ସୋଲୋ’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଅନେକ ରୋଗକୁ ଭଲ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ।

ରାମାୟଣରେ ମଧ୍ୟ ଏହି ଆୟୁର୍ବେଦିକ ଔଷଧକୁ ସଞ୍ଜୀବନୀ ଭାବରେ ବର୍ଣ୍ଣନା କରାଯାଇଛି। ମହାକାବ୍ୟ ରାମାୟଣରେ ଭାଇ ଲକ୍ଷ୍ମଣଙ୍କୁ ଜୀବନଦାନ ଦେବା ପାଇଁ ରାମ ସଞ୍ଜୀବନୀର ସନ୍ଧାନ ଲଦାଖରୁ ହିଁ କରିଥିଲେ ବୋଲି ବିଶ୍ବାସ ରହିଛି। ଏହି ସଞ୍ଜୀବନୀକୁ ସ୍ଥାନୀୟ ଲୋକେ ‘ସୋଲୋ’ ବୋଲି କହିଥାନ୍ତି। ସୋଲୋରେ ରହିଛି ବିଶେଷ ଔଷଧୀୟ ଗୁଣ। ହିମାଳୟର ଉଚ୍ଚ ସ୍ଥାନରେ ଏହି ଔଷଧୀୟ ବୃକ୍ଷ ମିଳିଥାଏ। ବୈଜ୍ଞାନିକ କୁହନ୍ତି ଯେ, ଏହା ଏକ ଚମତ୍କାର ଔଷଧ, ଯାହା ମଣିଷ ଶରୀରରେ ଇମ୍ୟୁନୋ ସିଷ୍ଟମରୁ ଠିକ୍‌ ରଖିଥାଏ। ଏହାର ସବୁଠାରୁ ଭଲ ଗୁଣ ହେଉଛି, ଏହା ରେଡିଓ ଆକ୍ଟିଭିଟିରୁ ଶରୀରକୁ ରକ୍ଷା କରିଥାଏ। ବୈଜ୍ଞାନିକମାନେ ସେଥିପାଇଁ ଏହାର ନାମ ‘ରୋଡିଓଲା’ (Rhodiola) ରଖିଛନ୍ତି।

‘ରୋଡିଓଲା’ ଥଣ୍ଡା ଓ ଉଚ୍ଚା ସ୍ଥାନରୁ ମିଳିଥାଏ। ଲଦାଖର ସ୍ଥାନୀୟ ଲୋକେ ଏହାର ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି।

ଲେହ ସ୍ଥିତ ‘ଡିଫେନ୍ସ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ହାଇ ଅଲ୍‌ଟିଟ୍ୟୁଡ୍‌ ରିସର୍ଚ୍ଚ’ର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅନେକ ରୋଗକୁ ଭଲ କରିବା ପାଇଁ ‘ରୋଡିଓଲା’ର ବ୍ୟବହାର କରାଯାଇଥାଏ। ‘ରୋଡିଓଲା’ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏଥିରେ ସେକେଣ୍ଡାରୀ ମେଟାବୋଲାଇଟସ୍‌ ଓ ଫାଇବୋଆକ୍ଟିଭ୍‌ ତତ୍ତ୍ୱ ରହିଛି।

ବମ୍‌ କିମ୍ୱା ବାୟୋକେମିକାଲ୍‌ ଲଢ଼େଇରୁ ସୃଷ୍ଟି ହୋଇଥିବା ଗାମା ରାଡିଏସନ୍‌ର ପ୍ରଭାବକୁ ‘ସୋଲୋ’ ବା ‘ରେଡିଓଲା’ କମ୍‌ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos