ସ୍ୱାବଲମ୍ବୀ ଶ୍ରଦ୍ଧା ଓ ସାଲିନୀ

ଭୁବନେଶ୍ୱର: (ଲୋରିନା ଜେନା) ପାଠ ପଢ଼ି ଭଲ ଚାକିରି କରିବା ସମସ୍ତଙ୍କ ଇଚ୍ଛା। ହେଲେ କେବଳ କ’ଣ ଚାକିରି କଲେ ହିଁ ଜଣେ ନିଜ ବିଦ୍ୟା ଓ ବୁଦ୍ଧିର ଉଚିତ ବ୍ୟବହାର କରିପାରିବ ବୋଲି କହିବା ଠିକ୍ ହେବ? କାରଣ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ନ କରି ନିଜ ବିଦ୍ୟା ଓ ବୁଦ୍ଧିକୁ ଉପଯୋଗ କରି ସ୍ୱାବଲମ୍ବୀ ହୋଇଛନ୍ତି ଓ ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି। […]

shradha-shalini

shradha-shalini

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 03:59 PM IST

Sports

Latest News

birthday card

ଭୁବନେଶ୍ୱର: (ଲୋରିନା ଜେନା) ପାଠ ପଢ଼ି ଭଲ ଚାକିରି କରିବା ସମସ୍ତଙ୍କ ଇଚ୍ଛା। ହେଲେ କେବଳ କ’ଣ ଚାକିରି କଲେ ହିଁ ଜଣେ ନିଜ ବିଦ୍ୟା ଓ ବୁଦ୍ଧିର ଉଚିତ ବ୍ୟବହାର କରିପାରିବ ବୋଲି କହିବା ଠିକ୍ ହେବ? କାରଣ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରି ନ କରି ନିଜ ବିଦ୍ୟା ଓ ବୁଦ୍ଧିକୁ ଉପଯୋଗ କରି ସ୍ୱାବଲମ୍ବୀ ହୋଇଛନ୍ତି ଓ ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି। ଏହି କଥାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି କଟକର ଦୁଇ ଯୁବତୀ ଶ୍ରଦ୍ଧା ଅଗ୍ରୱାଲ ଓ ସାଲିନୀ ଗୋଏଙ୍କା। ଏ ଦୁହେଁ ଦୁଇ ସାଙ୍ଗ। ଶ୍ରଦ୍ଧା ବାଣିଜ୍ୟରେ ସ୍ନାତକୋତ୍ତର କରିଥିବା ବେଳେ ସାଲିନୀ ହେଉଛନ୍ତି ଜଣେ ଗ୍ରାଜୁଏଟ୍। ପାଠପଢ଼ା ପରେ ଦୁହେଁ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ଏକ ହସ୍ତଶିଳ୍ପ ସଂସ୍ଥା। ଏହାର ନାଁ ଦେଇଛନ୍ତି ‘ଶ୍ରଦ୍ଧା ଆଣ୍ଡ୍ ସାଲିନୀ। ସଫଳତାର ସହ ସେମାନଙ୍କର ଏହି ସଂସ୍ଥା ତିନି ବର୍ଷ ପୂରଣ କରିସାରିଲାଣି।

[caption id="attachment_109174" align="alignleft" width="259"]img-20161029-wa0002 ଶ୍ରଦ୍ଧା ଆଣ୍ଡ ସାଲିନୀ[/caption]

ପାଠ ପଢ଼ା ସରିବା ପରେ ଶ୍ରଦ୍ଧା ଓ ସାଲିନୀଙ୍କୁ ଚାକିରି କରିବାକୁ ଓଡ଼ିଶା ବାହାରେ ମିଳିଥିଲା ଭଲ ସୁଯୋଗ। ହେଲେ ବାହାରକୁ ଛାଡ଼ିବାକୁ ରାଜି ହେଲେନି ପରିବାର ଲୋକେ। ତେଣୁ ଘରେ ଖାଲି ନ ବସି କିଛି କରିବା ପାଇଁ ଯୋଜନା କଲେ ସେମାନେ। ପିଲାବେଳୁ କ୍ରାଫ୍ଟକୁ ନେଇ ଦୁହିଁଙ୍କ ଭିତରେ ବହୁତ ଆଗ୍ରହ ଥିଲା। ତେଣୁ ତାର ଉପଯୋଗ କରିବାକୁ ସେମାନେ ଚିନ୍ତା କଲେ। ବାହାଘର ମାନଙ୍କରେ ଟଙ୍କା ଦେବା ପାଇଁ ବ୍ୟବହୃତ ହେଉଥିବା ଖାମ୍ ତିଆରିରୁ କାମ ଆରମ୍ଭ କରିଥିଲେ ଶ୍ରଦ୍ଧା ଓ ସାଲିନୀ। ବଜାରରେ ମିଳୁଥିବା ଖାମ୍ ଠାରୁ ଏହା ଥିଲା ଅଲଗା। ଆକର୍ଷଣୀୟ ମଧ୍ୟ ଥିଲା। ତେଣୁ ଲୋକଙ୍କ ମନକୁ ପାଇଥିଲା। ଖାମ୍‌ର ଚାହିଦା ବଢ଼ିବା ପରେ ଭାଲେଣ୍ଟାଇନ୍‌ କାର୍ଡ ତିଆରି କଲେ ଦୁହେଁ। ଯୁବଗୋଷ୍ଠୀଙ୍କ ମଧ୍ୟରେ ଏବେ ବି ଭାଲେଣ୍ଟାଇନ୍ କାର୍ଡର ଚାହିଦା ରହିଛି। ଭାଲେଣ୍ଟାଇନ୍‌ କାର୍ଡର ଡିଜାଇନ ପାଇଁ ସେମାନେ ଇଣ୍ଟରନେଟ୍ ସାହାଯ୍ୟ ନେଇଥା’ନ୍ତି। ଗ୍ରାହକଙ୍କ ପସନ୍ଦ ମୁତାବକ ମଧ୍ୟ ସେମାନେ ଡିଜାଇନ୍ କରିପାରନ୍ତି।

photo frameଖାମ୍ ଓ ଭାଲେଣ୍ଟାଇନ କାର୍ଡ ସଫଳତା ଆଣି ଦେବା ପରେ ସେମାନେ ପର୍ଯ୍ୟାୟକ୍ରମେ ଫଟୋ ଆଲବମ୍, ଫଟୋ ଫ୍ରେମ୍, ୱିଣ୍ଡ ଚାଇମ୍, ନେମ୍‌ପ୍ଲେଟ୍, ସ୍ଲାମ୍‌ ବୁକ୍, ଲ୍ୟାମ୍ପ୍, ହେୟାର କ୍ଲିପ୍ ଓ ପାର୍ଟି ପାଇଁ ମାସ୍କ ପରି ଜିନିଷ ତିଆରି କରିବା ଆରମ୍ଭ କରି ଦେଲେ। ଏସବୁ ଜିନିଷ ତିଆରି କରିବା ପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲ ସେମାନେ ମୁମ୍ବାଇରୁ କିଣନ୍ତି ବୋଲି କହିଛନ୍ତି ଶ୍ରଦ୍ଧା।

ଏତେ ପ୍ରକାରର ଜିନିଷ ପ୍ରସ୍ତୁତ କରିବା ପାଇଁ ଶ୍ରଦ୍ଧା ଓ ସାଲିନୀ ବହୁ ପରିଶ୍ରମ କରନ୍ତି। ପ୍ରତିଦିନ ସକାଳ ୧୧ ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେମାନ କାମ କରନ୍ତି।

ନିଜ ବ୍ୟବସାୟର ପ୍ରଚାରପ୍ରସାର ଓ ପ୍ରଡକ୍ଟ ଗୁଡ଼ିକର ବିକ୍ରିବଟା  ପାଇଁ ସେମାନେ ହ୍ୱାଟ୍ସ ଆପ୍ ଏବଂ ଫେସବୁକ୍‌କୁ ମାଧ୍ୟମ ରୂପେ ଆପଣାଇଛନ୍ତି। ପ୍ରଡକ୍ଟଗୁଡ଼ିକର ଡିଜାଇନ୍ ସେମାନେ ହ୍ୱାଟ୍ସ ଆପ୍ ଏବଂ ଫେସବୁକ୍‌ରେ ଛାଡ଼ନ୍ତି। ତା’ପରେ ଅର୍ଡର ଅନୁଯାୟୀ ସାମଗ୍ରୀ ପ୍ରସ୍ତୁତ କରନ୍ତି। ଏହା ବ୍ୟତୀତ କଟକ ଓ ଭୁବନେଶ୍ୱରେ ଆୟୋଜିତ ହେଉଥିବା ‘ସାୱନ ମେଳା’ରେ ମଧ୍ୟ ସେମାନେ ନିଜ ହାତ ତିଆରି ଜିନିଷଗୁଡ଼ିକୁ ବିକ୍ରି କରିଥା’ନ୍ତି।candle plate

ଏହି ବ୍ୟବସାୟରୁ ଶ୍ରଦ୍ଧା ଓ ସାଲିନୀ ଭଲ ରୋଜଗାର କରିବା ସହ ଖୁବ୍ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛନ୍ତି। ଭବିଷ୍ୟତରେ ଏହି କ୍ରାଫ୍ଟ କାମକୁ ନେଇ ଆଗକୁ ବଢ଼ିବାର ଲକ୍ଷ୍ୟ ରଖିଛନ୍ତି ଦୁହେଁ।

ଯଦି ଆପଣମାନେ ଶ୍ରଦ୍ଧା ଓ ସାଲିନୀଙ୍କ ଦ୍ୱାରା ପ୍ରସ୍ତୁତ କ୍ରାଫ୍ଟ କାମରୁ କିଛି କିଣିବା ପାଇଁ ଚାହୁଁଛନ୍ତି ଅବା କିଛି ଖାସ୍ ଲୋକଙ୍କୁ କିଛି ଖାସ୍ ଗିଫ୍ଟ୍ ଦେବାକୁ ଚାହୁଁଛନ୍ତି ତା’ହେଲେ ସେମାନଙ୍କ ଫେସବୁକ୍ ପେଜ୍‌ (goo.gl/vZzOch) ମାଧ୍ୟମରେ ଯୋଗାଯୋଗ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story