/odisha-reporter/media/post_attachments/uploads/2020/10/fire-2.jpg)
fire
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କ ରୋଷେଇ ଘରେ ହେଉ ବା ପେଟ୍ରୋଲ ପମ୍ପରେ, ଅଗ୍ନିକାଣ୍ଡ କେତେବେଳେ କେଉଁ ପରିସ୍ଥିତିରେ ଘଟିବ ତାହା କେହି କହିପାରିବେ ନାହିଁ। ଆଉ ଅଗ୍ନିକାଣ୍ଡର ଭୟାବହତା କେତେ ତାହା ଅଳ୍ପ ବହୁତେ ଆମ ସମସ୍ତଙ୍କୁ ଜଣା। ହେଲେ କେତେକ ସାମାନ୍ୟ ସତର୍କତା ଅବଲମ୍ବନ କରି ଅଗ୍ନିକାଣ୍ଡ ଭଳି ଭୟଙ୍କର ଦୁର୍ଘଟଣାକୁ ଆମେ ଅନ୍ତତଃ ନିଜ ସ୍ତରରେ ଏଡ଼ାଇଦେଇ ପାରିବା।
Advertisment
/odisha-reporter/media/post_attachments/files/styles/sa_hero_desktop_2x/public/hero_image/safetyfirst_2560x960.jpg)
ଏଲପିଜି ସିଲିଣ୍ଡର ସମ୍ବନ୍ଧୀୟ କିଛି ସାଧାରଣ ସତର୍କତା:
- ଗ୍ୟାସ୍ ସିଲିଣ୍ଡିର ନେବା ସମୟରେ ଧ୍ୟାନ ରଖିବେ ଯେପରି ସିଲିଣ୍ଡରରେ ଲିକେଜ୍ ନ ଥିବ। ଯଦି ଗ୍ୟାସ୍ ଲିକ୍ ହେଉଥାଏ, ତେବେ ତୁରନ୍ତ ସେଫ୍ଟି କ୍ୟାପ୍ ଲଗାଇ ସିଲିଣ୍ଡରକୁ ଫେରସ୍ତ କରନ୍ତୁ। ତେବେ ଯଦି ଅଧିକ ଲିକେଜ୍ ହେଉଥାଏ, ତା'ହାଲେ ସିଲିଣ୍ଡରକୁ ଖୋଲା ସ୍ଥାନରେ ରଖି ତୁରନ୍ତ ଏଜେନ୍ସିକୁ ସୂଚିତ କରନ୍ତୁ। ମନେରଖନ୍ତୁ, ସିଲିଣ୍ଡର ସାଙ୍ଗରେ ନେଇ ଆସିଲା ବେଳେ ଦିଆସିଲ, ସିଗାରେଟ୍, ବିଡି ଆଦିର ବ୍ୟବହାର ଆଦୌ କରନ୍ତୁ ନାହିଁ।
- ନୂଆ ସିଲିଣ୍ଡର କିଣିବା ସମୟରେ କମ୍ପାନୀର ସିଲ୍, ସେଫ୍ଟି କ୍ୟାପ୍ ଭଲଭାବରେ ଯାଞ୍ଚ କରିନିଅନ୍ତୁ। ଗ୍ୟାସ୍ ସିଲିଣ୍ଡର ସହ ଆସିଥିବା ସେଫ୍ଟି କ୍ୟାପ୍, ସିଲିଣ୍ଡରରୁ ଅଲଗା କରନ୍ତୁ ନାହିଁ। ଏହାବ୍ୟତୀତ ଗ୍ୟାସ ଚୂଲା, ଗ୍ୟାସ୍ ପାଇପ୍ ଏବଂ ଅନ୍ୟାନ୍ୟ ଉପକରଣଗୁଡ଼ିକୁ ନିୟମିତ ଭାବେ ଯାଞ୍ଚ କରିବାକୁ ହେଳା କରନ୍ତୁ ନାହିଁ।
- ସିଲିଣ୍ଡର ଶେଷ ହେବା ପରେ ସେଥିରେ ସେଫ୍ଟି କ୍ୟାପ୍ ଲଗାଇ ତାକୁ ଏକ ବାୟୁ ଚଳାଚଳ କରୁଥିବା ସ୍ଥାନରେ ରଖନ୍ତୁ।
- ଗ୍ୟାସ୍ ବ୍ୟବହାର ସରିବା ପରେ, ବା ରାତିରେ ଶୋଇବା ପୂର୍ବରୁ ସିଲିଣ୍ଡରର ରେଗୁଲେଟର ନୋବ୍ ଅଫ୍ କରି ନିଶ୍ଚିତରେ ଶୋଇବାକୁ ଯାଆନ୍ତୁ।
- ସିଲିଣ୍ଡରକୁ ସବୁବେଳେ ଚଟାଣରେ ସିଧା ଅବସ୍ଥାରେ ରଖନ୍ତୁ। ଆଉ ଚୂଲାକୁ ଉଚ୍ଚ ସ୍ଥାନରେ ରଖନ୍ତୁ। ଧ୍ୟାନ ରଖନ୍ତୁ ଚୂଲା ନିକଟରେ କବାଟ, ଝରକାର ପରଦା ଯେପରି ନ ରୁହେ।
- ରୋଷେଇ ଘରେ ଫ୍ରିଜ୍ ଭଳି କୌଣସି ଇଲେକ୍ଟ୍ରିକ୍ ସାମଗ୍ରୀ ରଖନ୍ତୁ ନାହିଁ। ସେହିଭଳି କିରାସିନି, ପେଟ୍ରୋଲ୍ କିମ୍ବା କୌଣସି ଇନ୍ଧନ ତଥା ଝୋଟ, ସିନ୍ଥେଟିକ୍, ରବର ସାମଗ୍ରୀ ଭଳି ଅଗ୍ନି ଉତ୍ତେଜକ ସାମଗ୍ରୀ ମଧ୍ୟ ରଖନ୍ତୁ ନାହିଁ।
ଯଦି ରୋଷେଇ ଘରେ ଗ୍ୟାସ ଲିକ୍ ହେଉଥାଏ ତା'ହେଲେ:
- ପବନ ଚଳାଚଳ ପାଇଁ ସବୁ ଝରକା, କବାଟ ଖୋଲିଦିଅନ୍ତୁ।
- ଧୂପକାଠି, ମୋହମବତୀ ତଥା ଲ୍ୟାମ୍ପ ଆଦିକୁ ତୁରନ୍ତ ବନ୍ଦ କରିଦିଅନ୍ତୁ।
- ଗ୍ୟାସ୍ ରେଗୁଲେଟରକୁ ତୁରନ୍ତ ବନ୍ଦ କରିଦିଅନ୍ତୁ ଏବଂ ସମସ୍ତ ଚୂଲାକୁ ମଧ୍ୟ ବନ୍ଦ ରଖନ୍ତୁ।
- ସେଫ୍ଟି କ୍ୟାପକୁ ସିଲିଣ୍ଡର ମୁହଁରେ ପୁଣି ଲଗାଇ ଦିଅନ୍ତୁ।
- ଘରେ ଇଲେକ୍ଟ୍ରୋନିକ୍ ସ୍ୱିଚ୍ ଗୁଡ଼ିକର ପ୍ରୟୋଗ କରନ୍ତୁ ନାହିଁ।
- ଏହାପରେ ଏଜେନ୍ସି ସହ କିମ୍ବା ଜରୁରୀକାଳୀନ ସେବାକୁ ଯୋଗାଯୋଗ କରନ୍ତୁ।
Advertisment
ଗ୍ୟାସ୍ ବ୍ୟବହାର କରିବା ସମୟରେ:
- ପ୍ରଥମେ ଦିଆସିଲି ଜଳାନ୍ତୁ, ପରେ ଚୂଲା ଅନ୍ କରନ୍ତୁ
- ରୋଷେଇ ଘରେ କାମ କରିବା ସମୟରେ କପଡ଼ାରେ ତିଆରି ବସ୍ତ୍ର ପିନ୍ଧନ୍ତୁ।
- ଗ୍ୟାସ ଚୂଲା ଉପରୁ ଉପକରଣଗୁଡ଼ିକୁ ଧରିବା ଲାଗି ପିନ୍ଧିଥିବା ବସ୍ତ୍ରକୁ ବ୍ୟବହାର କରନ୍ତୁ ନାହିଁ।
- ଜଳନ୍ତା ଗ୍ୟାସ୍ ଚୂଲା ଉପରେ କିଛି ବସାଇଦେଇ ଅନ୍ୟମନସ୍କ କିମ୍ବା ଭୁଲିଯାଆନ୍ତୁ ନାହିଁ। ନଚେତ୍ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି।
ପେଟ୍ରୋଲ ପମ୍ପରେ କିଭଳି ସତର୍କତା ଅବଲମ୍ବନ କରିବେ!
- ପେଟ୍ରୋଲ ପମ୍ପ ଗଲେ ମୋବାଇଲ ଆଦୌ ବ୍ୟବହାର କରନ୍ତୁ ନାହିଁ।
- ପେଟ୍ରୋଲ ଭରିବା ସମୟରେ କାର୍ ଅଫ୍ କରିଦିଅନ୍ତୁ।
- ପେଟ୍ରୋଲ ପମ୍ପରେ ସିଗାରେଟ୍, ଲାଇଟର କିମ୍ବା ଦିଆସିଲର ବ୍ୟବହାର କରନ୍ତୁ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/upload/2018/01/15/lpg-gas-2_2231278_835x547-m.jpg)
/odisha-reporter/media/post_attachments/wp-content/uploads/2018/12/blaze-blue-blur-266896-e1545941106533.jpg)
/odisha-reporter/media/post_attachments/images/mgl/k2gRY/s1/car-refueling-at-the-petrol-station.jpg)