ହିନ୍ଦୁ ମନ୍ଦିରରେ ମୁସଲମାନ୍‌ ପୂଜକ: ଶିବ ପୂଜା କରୁଛି ୟୁପିର ସାଲବେଗ

ଲକ୍ଷ୍ନୌ: ରାମ ମନ୍ଦିର ଆଉ ବାବ୍ରି ମସଜିଦ୍‌କୁ ନେଇ ଆଜି ବି ଉତ୍ତରପ୍ରଦେଶର ଅଯୋଧ୍ୟା ଅଶାନ୍ତ। ଯେଉଁଠି ମନ୍ଦିର-ଆଉ ମସଜିଦ୍ ନିର୍ମାଣକୁ ନେଇ ଲାଗି ରହିଛି ବିବାଦ। ଏଠି ଧର୍ମର ଅନ୍ଧପୁଟୁଳି ବାନ୍ଧି ଭାଇ ନିଏ ଭାଇର ଜୀବନ। ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ଝଡ଼ ସୃଷ୍ଟି ହୁଏ। ବୋହିଯାଏ ରକ୍ତର ନଦୀ। ଏହି ଧର୍ମ ଆଉ ଇଶ୍ବର ବିଶ୍ବାସକୁ ନେଇ ସୃଷ୍ଟି ହେଉଥିବା ବିବାଦ କେବଳ ଯେ, ଉତ୍ତରପ୍ରଦେଶରେ ସୀମିତ ତାହା ନୁହେଁ। ଦେଶର ସବୁଠି ଏଭଳି ହିଂସା […]

temple

temple

Rakesh Mallick
  • Published: Tuesday, 11 April 2017
  • Updated: 12 April 2017, 07:15 AM IST

Sports

Latest News

ଲକ୍ଷ୍ନୌ: ରାମ ମନ୍ଦିର ଆଉ ବାବ୍ରି ମସଜିଦ୍‌କୁ ନେଇ ଆଜି ବି ଉତ୍ତରପ୍ରଦେଶର ଅଯୋଧ୍ୟା ଅଶାନ୍ତ। ଯେଉଁଠି ମନ୍ଦିର-ଆଉ ମସଜିଦ୍ ନିର୍ମାଣକୁ ନେଇ ଲାଗି ରହିଛି ବିବାଦ। ଏଠି ଧର୍ମର ଅନ୍ଧପୁଟୁଳି ବାନ୍ଧି ଭାଇ ନିଏ ଭାଇର ଜୀବନ। ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ଝଡ଼ ସୃଷ୍ଟି ହୁଏ। ବୋହିଯାଏ ରକ୍ତର ନଦୀ। ଏହି ଧର୍ମ ଆଉ ଇଶ୍ବର ବିଶ୍ବାସକୁ ନେଇ ସୃଷ୍ଟି ହେଉଥିବା ବିବାଦ କେବଳ ଯେ, ଉତ୍ତରପ୍ରଦେଶରେ ସୀମିତ ତାହା ନୁହେଁ। ଦେଶର ସବୁଠି ଏଭଳି ହିଂସା ଘଟୁଛି। ଏପରିକି ଓଡ଼ିଶାର ଭଦ୍ରକରେ ବି ଜଳିଛି ସାଂପ୍ରଦାୟକ ନିଆଁ।ତେବେ ଧର୍ମର ଅଫିମ ଖାଇ ସଂପ୍ରଦାୟର ନିଶାରେ ଚୁର୍‌ ହୋଇ ନାହାଁନ୍ତି ଉତ୍ତରପ୍ରଦେଶର ବାବୁ ଖାନ। ଇସଲାମ୍‌ ...ହେଲେ ତାଙ୍କୁ ବାନ୍ଧିପାରିନି ସମ୍ପ୍ରଦାୟର ଶିକୁଳି। ଅଟକାଇପାରିନି ଧର୍ମର ପାଚେରୀ। ମୁସଲମାନ୍‌ ହୋଇ ମଧ୍ୟ ସେ ନିର୍ମାଣ କରିଛନ୍ତି ଶିବମନ୍ଦିର।

ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାର ମିର୍ଜାପୁର ଗାଁରେ  ଏହି ଶିବ ମନ୍ଦିର ପ୍ରତିଷ୍ଠା କରିଛନ୍ତି ବାବୁ ଖାନ୍‌।  ଏକା ନୁହେଁ । ହିନ୍ଦୁ-ମୁସଲମାନ୍‌ ସଂପ୍ରଦାୟର ଲୋକଙ୍କ ସହଯୋଗରେ ନିର୍ମାଣ କରିଛନ୍ତି ମନ୍ଦିର। ମିର୍ଜାପୁର ଗାଁରେ ଅଧିକ ସଂଖ୍ୟାରେ ରହନ୍ତି ମୁସଲମାନ୍‌। ୨୦୧୩ରେ ଏହି ମନ୍ଦିର ନିର୍ମାଣ କରିଛନ୍ତି ବାବୁ ଖାନ୍। ମନ୍ଦିରର ବିଶେଷତ୍ୱ ହେଉଛି  ଏଠିକାର ପୂଜକ ହେଉଛନ୍ତି ଜଣେ ମୁସଲମାନ୍‌। ହିନ୍ଦୁ ରୀତିନୀତି ଅନୁଯାୟୀ  ହେଉଛି  ପୂଜା ପାଠ। ମନ୍ଦିରକୁ ଆସୁଛନ୍ତି ସବୁ ସଂପ୍ରଦାୟର ଓ ଜାତିର ଲୋକ। ଶ୍ରଦ୍ଧାରେ ପୂଜାର୍ଚ୍ଚନା କରୁଛନ୍ତି। ହେଲେ କେବେ କଳି ଲାଗିନି କି ହିନ୍ଦୁ-ମୁସଲମାନ ସମ୍ପର୍କରେ ଭଟ୍ଟା ପଡ଼ିନି।

ଅଲିଗଡ଼ ଜିଲ୍ଲାର ସଦମହକୁମା ଠାରୁ ୧୨ କିମି ଦୂରରେ ଏହି ମନ୍ଦିର। ମନ୍ଦିରର ପରିଷ୍କାର ପରିଛନ୍ନ ଓ ଦେଖାରଖା ପାଇଁ ବାବୁ ଖାନ୍‌ ଦିନକୁ ୧୦ ଘଣ୍ଟା ସମୟ ଦିଅନ୍ତି। ବାବୁ ଖାନଙ୍କ କହିବା ଅନୁଯାୟୀ ତାଙ୍କ ଗାଁରେ ହିନ୍ଦୁ ମୁସଲମାନ୍‌ ମଧ୍ୟରେ ଭାଇଚାରା ସମ୍ପର୍କ ଅତି ନିବିଡ଼।  ଆଜି ପର୍ଯ୍ୟନ୍ତ ଗାଁରେ ଛୋଟିଆ ଗଣ୍ଡଗୋଳଟିଏ ଘଟି ନାହିଁ।  ଯେଉଁ ଦେଶରେ ଏତେ ମତଭେଦ, ଏତେ ବିବିଧତା ସେଇ ଦେଶର ସନ୍ତାନ ବାବୁ ଖାନ୍‌ ବାଣ୍ଟି ଚାଲିଛନ୍ତି ପ୍ରେମ, ସ୍ନେହ ଓ ଶ୍ରଦ୍ଧାର  ମନ୍ତ୍ର। ବୁଣି ଚାଲିଛନ୍ତି ଶାନ୍ତି,ସଦ୍‌ଭାବନା ଆଉ ଏକତାର ମଞ୍ଜି। ତାଙ୍କ ମତରେ ହିଂସା ନୁହେଁ ଅଂହିସାର ମନ୍ତ୍ର ହିଁ ସମସ୍ତଙ୍କୁ ବାନ୍ଧି ପାରିବ ଏକତାର ଡୋରୀରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story