ଅଭିଶପ୍ତ ଶୈଶବ: ଜାଣନ୍ତୁ ସ୍ନେକଗାର୍ଲ ଶାଳିନୀର ଦୁଃଖଦ କାହାଣୀ

ନାଁ ଶାଳିନୀ ଯାଦବ। ହେଲେ ସ୍ନେକଗାର୍ଲ ଭାବେ ପରିଚିତ ସେ। କାରଣ ସାପ କାତି ଛାଡିବା ପରି ପ୍ରତି ୬ ମାସରେ ଥରେ ଶାଳିନୀଙ୍କ ଦେହରୁ ଚମଡା ବାହାରି ଯାଇଥାଏ। ଦେହରୁ ଚମଡା ଯିବା ବେଳେ ବହୁତ କଷ୍ଟ ପାଇଥାନ୍ତି ଶାଳିନୀ। ହେଲେ ବଞ୍ଚିବା ଏହି କଷ୍ଟ ସହିବାକୁ ପଡିଥାଏ। ଏହା ହେଉଛି ମଧ୍ୟପ୍ରଦେଶର ଛତ୍ରପୁରର ଶାଳିନୀଙ୍କ କାହାଣୀ। ଶାଳିନୀ ଇରିଥୋଡର୍ମା ରୋଗରେ ଆକ୍ରାନ୍ତ। ଏହି କାରଣରୁ ଶାଳିନୀଙ୍କ ଚର୍ମ ଟାଣ ହୋଇଯାଇଥାଏ। ତାଙ୍କୁ ପ୍ରତି ଘଣ୍ଟାର […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 12:18 PM IST

Sports

Latest News

ନାଁ ଶାଳିନୀ ଯାଦବ। ହେଲେ ସ୍ନେକଗାର୍ଲ ଭାବେ ପରିଚିତ ସେ। କାରଣ ସାପ କାତି ଛାଡିବା ପରି ପ୍ରତି ୬ ମାସରେ ଥରେ ଶାଳିନୀଙ୍କ ଦେହରୁ ଚମଡା ବାହାରି ଯାଇଥାଏ। ଦେହରୁ ଚମଡା ଯିବା ବେଳେ ବହୁତ କଷ୍ଟ ପାଇଥାନ୍ତି ଶାଳିନୀ। ହେଲେ ବଞ୍ଚିବା ଏହି କଷ୍ଟ ସହିବାକୁ ପଡିଥାଏ। ଏହା ହେଉଛି ମଧ୍ୟପ୍ରଦେଶର ଛତ୍ରପୁରର ଶାଳିନୀଙ୍କ କାହାଣୀ।

ଶାଳିନୀ ଇରିଥୋଡର୍ମା ରୋଗରେ ଆକ୍ରାନ୍ତ। ଏହି କାରଣରୁ ଶାଳିନୀଙ୍କ ଚର୍ମ ଟାଣ ହୋଇଯାଇଥାଏ। ତାଙ୍କୁ ପ୍ରତି ଘଣ୍ଟାର ଥରେ ଗାଧୋଇବାକୁ ପଡ଼ିଥାଏ। ଏହାସହ ସବୁବେଳେ ଦେହରେ ମଶ୍ଚରାଇଜର ଲଗାଇବାକୁ ପଡ଼ିଥାଏ।

ଶାଳିନୀଙ୍କ ବାପା ରାଜ ବାହାଦୂର ଜଣେ ଦିନ ମଜୁରିଆ। ମାଆ ଦେବକୁୱର ସାମୁଦାୟକ କେନ୍ଦ୍ରରେ କାମ କରନ୍ତି।  ଘରର ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ। ଏହାସତ୍ତ୍ୱେ ଶାଳିନୀର ଚିକିତ୍ସାରେ ବାପାମାଆ କେବେ ହେଳା କରିନାହାଁନ୍ତି।

ଜିଲ୍ଲା ଡାକ୍ତରଖାନା, ଝାନସୀ ମେଡିକାଲ କଲେଜ, ଗୁଆଲିୟର ମେଡିକାଲ କଲେଜ ସହ ବହୁ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି। ହେଲେ କିଛି ଲାଭ ମିଳୁ ନଥିଲା।

ନ୍ୟୁଜ୍‌ ଲାଇନ୍‌ ଏଜେନ୍ସିରେ ଶାଳିନୀଙ୍କ ସମ୍ପର୍କରେ ପ୍ରକାଶ ପାଇଥିଲା। ସ୍ପେନ ସମେତ ବିଭିନ୍ନ ଦେଶର ନ୍ୟୁଜ୍‌ ଏଜେନ୍ସି ଓ ପୋର୍ଟାଲରେ ଏହା ପ୍ରକାଶ ପାଇବା ପରେ ସହାୟତାର ହାତ ବଢାଛି ସ୍ପେନର ଭିକ୍ଟୋରିଆ ୟୁନିଭର୍ସିଟି ହସପିଟାଲ। ସେଥିପାଇଁ  ଶାଳିନୀ ଓ ତାଙ୍କ ବାପା ସ୍ପେନ୍‌ଯାଇଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos