ଟୋକିଓ (ଓଡ଼ିଶା ରିପୋର୍ଟର): ଆମ ଦେଶରେ କେବେ ଲୋକାଲ ଟ୍ରେନ୍ରେ ଯାଇଛନ୍ତି କି ? ଯଦି ଆପଣ ଲୋକାଲ ଟ୍ରେନ୍ର ଯାତ୍ରୀ ହୋଇଥିବେ ତେବେ ଜାଣିଥିବେ କିପରି ଭିଡ ହୋଇଥାଏ। ତେବେ କେବେ କୌଣସି ଜନ୍ତୁଙ୍କ ପାଇଁ ସ୍ପେଶାଲ ଟ୍ରେନ୍ ଚାଲିବା କଥା ଶୁଣିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଜାପାନରେ ବିଲେଇ ମାନଙ୍କ ପାଇଁ ଚାଲିଛି ସ୍ପେଶାଲ ଟ୍ରେନ୍। ଏଥିରୁ ଜଣାପଡିଛି ଜାପାନବାସୀଙ୍କର ବିଲେଇ ପ୍ରତି କେତେ ଆତ୍ମୀୟତା ରହିଛି।
କେଟ କେଫ ନାମକ ଏହି ଟ୍ରେନ ପ୍ରଥମ ଦିନରେ ୪୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥିଲା। ଯେଉଁଥିରେ ୩୦ ଯାତ୍ରୀଙ୍କ ସହ ବିଲେଇ ଯାତ୍ରା କରିଥିଲେ। ଟ୍ରେନ ଭିତରେ ଯାତ୍ରୀ ମାନେ ବିଲେଇଙ୍କ ସହ ଖେଳିବା ସହ ଫଟୋ ଉଠାଇ ମଜା ନେଇଥିଲେ।
ୟୋର ରେଳ କମ୍ପାନୀ ଲିମିଟେଡ ଓ ଏକ ବେସରକାରୀ ସଂଗଠନ ଦ୍ୱାରା ଏହି ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଥିଲା। ଏଭଳି ଟ୍ରେନ ଚଲାଇବାର ଉଦ୍ଦେଶ୍ୟ ବିଲେଇ ମାନଙ୍କ ହତ୍ୟା ବନ୍ଦ କରିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଉଦ୍ଦିଷ୍ଟ ଥିଲା।
ଦୁନିଆର ପ୍ରଥମ ଥର ପାଇଁ ବିଲେଇ ମାନଙ୍କୁ ନେଇ ଯାତ୍ରା କରୁଥିବା ଏହି ଟ୍ରେନଟି ଅଢେଇ ଘଣ୍ଟା ଯାତ୍ରା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।