ଆଜୀବନ ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଇଥିଲେ ଆଇଫୋନ ନିର୍ମାତା, କାହିଁକି କେମିତି ଜାଣନ୍ତି

ବିଶ୍ୱ ବିଖ୍ୟାତ ଆମେରିକୀୟ ବ୍ୟାବସାୟୀ ଷ୍ଟିଭ ଜବ୍ସଙ୍କୁ କିଏ ନ ଜାଣେ। ଆପଲ କମ୍ପାନୀର ସଂସ୍ଥାପକ ଭାବେ ସେ ସାରା ବିଶ୍ୱରେ ପରିଚିତ। ନୂଆ ନୂଆ ଟେକ୍ନୋଲଜି ବ୍ୟବହାର କରି ଯୁଗ ଉପଯୋଗୀ ଦ୍ରବ୍ୟ ତିଆରି କରିବାରେ ଖୁବ ଧୁରନ୍ଦର ଥିଲେ ଷ୍ଟିଭ୍। ତାଙ୍କର ଯୁଗ ଉପଯୋଗୀ ଚିନ୍ତାଧାରା ଓ ଟେକ୍ନଲୋଜିର ଉତ୍ତମ ବ୍ୟବହାର ଆଜି ତାଙ୍କ କମ୍ପାନୀ ‘ଆପଲ’ (ଆଇଫୋନ)କୁ ଏକ ନୂଆ ପରିଚୟ ଦେଇପାରିଛି। ଆପଲ କମ୍ପାନୀର ପ୍ରଥମ ମୋବାଇଲ ଆଇଫୋନ ବଜାରକୁ ପ୍ରବେଶ […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 08:23 PM IST

Sports

Latest News

ବିଶ୍ୱ ବିଖ୍ୟାତ ଆମେରିକୀୟ ବ୍ୟାବସାୟୀ ଷ୍ଟିଭ ଜବ୍ସଙ୍କୁ କିଏ ନ ଜାଣେ। ଆପଲ କମ୍ପାନୀର ସଂସ୍ଥାପକ ଭାବେ ସେ ସାରା ବିଶ୍ୱରେ ପରିଚିତ। ନୂଆ ନୂଆ ଟେକ୍ନୋଲଜି ବ୍ୟବହାର କରି ଯୁଗ ଉପଯୋଗୀ ଦ୍ରବ୍ୟ ତିଆରି କରିବାରେ ଖୁବ ଧୁରନ୍ଦର ଥିଲେ ଷ୍ଟିଭ୍। ତାଙ୍କର ଯୁଗ ଉପଯୋଗୀ ଚିନ୍ତାଧାରା ଓ ଟେକ୍ନଲୋଜିର ଉତ୍ତମ ବ୍ୟବହାର ଆଜି ତାଙ୍କ କମ୍ପାନୀ ‘ଆପଲ’ (ଆଇଫୋନ)କୁ ଏକ ନୂଆ ପରିଚୟ ଦେଇପାରିଛି। ଆପଲ କମ୍ପାନୀର ପ୍ରଥମ ମୋବାଇଲ ଆଇଫୋନ ବଜାରକୁ ପ୍ରବେଶ କରାଇ ମୋବାଇଲ ବଜାରର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ଜବ୍ସ। ତାଙ୍କ ମୋବାଇଲ ଆଇଫୋନ ସର୍ବାଦୃତ ହୋଇ ସାରା ବିଶ୍ୱରେ ଏକ ମାନଦଣ୍ଡ ତିଆରି କଲା। ଷ୍ଟିଭ ଜବ୍ସ ଜଣେ କୁଶଳୀ, ପରିଶ୍ରମୀ ଏବଂ ରେକର୍ଡ ବ୍ରେକର ବ୍ୟବସାୟୀ  ଭାବେ ଯେତେ ଚର୍ଚ୍ଚାରେ ରହୁ ନଥିଲେ ନିଜର ଜୀବନଶୈଳୀକୁ ନେଇ ଚର୍ଚ୍ଚିତ ଥିଲେ।

ଏତେବଡ଼ ବ୍ୟବସାୟୀ ହେଲେ ମଧ୍ୟ ଷ୍ଟିଭ ଜବ୍ସଙ୍କ ଜୀବନ ଶୈଳୀ ଖୁବ ସାଧାରଣ ଥିଲା। ଆମେରିକାର ଚଳଣୀ ଅନୁସାରେ ସେ ଖୁବ ସାଧାରଣ ଜୀବନଯାପନ କରୁଥିଲେ। ତାଙ୍କର ବେଶଭୁଷା ସବୁକିଛି ସାଧାରଣ ଲୋକଟେ ଭଳି ଥିଲା। ହେଲେ ଷ୍ଟିଭ ବ୍ୟବସାୟରେ ରେକର୍ଡ ଭାଙ୍ଗିବା ପରି ଚତୁରତାର ସହ ସରକାରୀ ନିୟମ ବି ଭାଙ୍ଗୁଥିଲେ। ପୋଲିସକୁ ଚକମା ଦେଇ ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଇ ପ୍ରତିଦିନ ଅଫିସ୍ ଯାଉଥିଲେ।

କାର୍ଲିଫର୍ଣ୍ଣିଆର ଯାନବାହନ ନିୟମରେ ଏକ ଗଳାବଟ ରହିଯାଇଥିଲା। ତାହା ହେଲା, ଯଦି କୈଣସି ବ୍ୟକ୍ତି ନୂଆ ବ୍ରାଣ୍ଡ କାର କିଣନ୍ତି, ତାହେଲେ ତାଙ୍କୁ ନମ୍ବର ପ୍ଲେଟ ଲଗାଇବାକୁ ୬ ମାସ ସମୟ ଦିଆଯାଇଥାଏ। ବାସ ଏହି ଗଳାବାଟର ଫାଇଦା ଉଠାଉଥିଲେ ଷ୍ଟିଭ। ଏଥିପାଇଁ ଷ୍ଟିଭ୍ ଏକ କମ୍ପାନୀ ସହ ଏକ ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ ପ୍ରତି ୬ ମାସ ମଧ୍ୟରେ ସେ ତାଙ୍କ କାର ବଦଳାଉ ଥିଲେ। ଯାହାଫଳରେ ତାଙ୍କୁ ଗାଡ଼ିରେ ନମ୍ୱର ପ୍ଲେଟ ଲଗାଇବାକୁ ପଡ଼ୁ ନଥିଲା।

ଆମେରିକାର ଜଣାଶୁଣା ସାମ୍ବାଦିକ ଓାଲ୍ଟର ଇସାକସନଙ୍କ କହିବା ଅନୁଯାୟୀ ଷ୍ଟିଭ ଚାହୁଁ ନଥିଲେ କି ତାଙ୍କ ନମ୍ବର ପ୍ଲେଟ ସାହାଯ୍ୟରେ କେହି ତାଙ୍କୁ ଟ୍ରାକ କରୁ। ସେଥିପାଇଁ ସେ ଏଭଳି କରୁଥିଲେ। କିନ୍ତୁ ଯାହା ବି ହେଉ କାର୍ଲିଫର୍ଣ୍ଣିଆର ଯାନବାହନ ନିୟମରେ ଥିବା ସାମାନ୍ୟ ତ୍ରୁଟିକୁ ସେ ଚତୁରତାର ସହ ନିଜ କାମରେ ଲଗାଇ ପାରିଥିଲେ। ୨୦୧୧ ଆକ୍ଟୋବର ୫ ତାରିଖରେ ୫୬ ବର୍ଷରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos