Advertisment

ଅନନ୍ୟ ଅନୀଲ; ଚାକିରି ନ କରି ଗାଁ ପିଲାଙ୍କୁ ଦେଉଛନ୍ତି ଗୁଣାତ୍ମକ ଶିକ୍ଷା

କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ବାପା ଇଂରାଜୀର ଗୋଟିଏ ବି ଶବ୍ଦ ଠିକ୍‌ ଭାବେ ଉଚ୍ଚାରଣ କରିପାରନ୍ତିନି। କିନ୍ତୁ ପୁ‌ଅ କମ୍ପୁଟରର ବିଭିନ୍ନ ପାର୍ଟସ୍‌କୁ ନେଇ କଥା ହେଉଛି।… ବାପା ଦିନ ମଜୁରିଆ। କିନ୍ତୁ ପୁଅ ବୈଜ୍ଞନିକ ହେବାକୁ ସ୍ୱପ୍ନ ଦେଖୁଛି।… ସେହିଭଳି ଦିନେ ସ୍କୁଲ୍‌ ଯାଉ ନଥିବା ପିଲାମାନେ ଏବେ ରୋବର୍ଟ ତିଆରି କରୁଛନ୍ତି।… ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବୟାଳିଶ ମଉଜାର ବରାଳ ଗାଁରେ। ଆଉ ଏସବୁ ସମ୍ଭବ ହୋଇଛି ଏହି […]

ଅଦ୍ୟତନ ହୋଇଛି
ଅନନ୍ୟ ଅନୀଲ; ଚାକିରି ନ କରି ଗାଁ ପିଲାଙ୍କୁ ଦେଉଛନ୍ତି ଗୁଣାତ୍ମକ ଶିକ୍ଷା

teacher

Advertisment

କଟକ (ବିଶ୍ୱଜିତ୍ ଆଚାର୍ଯ୍ୟ): ବାପା ଇଂରାଜୀର ଗୋଟିଏ ବି ଶବ୍ଦ ଠିକ୍‌ ଭାବେ ଉଚ୍ଚାରଣ କରିପାରନ୍ତିନି। କିନ୍ତୁ ପୁ‌ଅ କମ୍ପୁଟରର ବିଭିନ୍ନ ପାର୍ଟସ୍‌କୁ ନେଇ କଥା ହେଉଛି।... ବାପା ଦିନ ମଜୁରିଆ। କିନ୍ତୁ ପୁଅ ବୈଜ୍ଞନିକ ହେବାକୁ ସ୍ୱପ୍ନ ଦେଖୁଛି।... ସେହିଭଳି ଦିନେ ସ୍କୁଲ୍‌ ଯାଉ ନଥିବା ପିଲାମାନେ ଏବେ ରୋବର୍ଟ ତିଆରି କରୁଛନ୍ତି।... ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବୟାଳିଶ ମଉଜାର ବରାଳ ଗାଁରେ। ଆଉ ଏସବୁ ସମ୍ଭବ ହୋଇଛି ଏହି ଗାଁର ପୁଅ ଅନୀଲ ପ୍ରଧାନଙ୍କ ପାଇଁ।

Advertisment

ନିଜ ଉଦ୍ୟମରେ ଅନୀଲ ଗାଁରେ ଏକ ସ୍କୁଲ୍ ତିଆରି କରିଛନ୍ତି। ସ୍କୁଲ୍‌ର ନାଁ ରଖିଛନ୍ତି ‘ଅନ୍ତଃରାଷ୍ଟ୍ରୀୟ ଗ୍ରାମୀଣ ନବପ୍ରବର୍ତ୍ତନ ସର୍ବସାଧାରଣ ବିଦ୍ୟାଳୟ (international public school for rural innovation)’। ଏଠାରେ ସେ ପିଲାମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ଶିକ୍ଷା ଦେଉଛନ୍ତି। ଇଲେକ୍ଟ୍ରୋନିକ୍, ମେକାନିକାଲ୍, ଥ୍ରୀଡି ପେଣ୍ଟିଂ ଆଦି ବିଷୟରେ ପିଲାମାନେ ଶିକ୍ଷାଲାଭ କରୁଛନ୍ତି। ବିଶେଷ କରି ବିଜ୍ଞାନ, ଟେକ୍ନୋଲୋଜି ଓ ନୂଆ ନୂଆ କୌଶଳ ବାହାର କରିବା ଦିଗରେ ଅନୀଲ ଗୁରୁତ୍ୱ ଦେଉଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏ ସ୍କୁଲ୍‌ଟି ଦେୟ ମୁକ୍ତ। ଅର୍ଥାତ୍ ପିଲାମାନେ ମାଗଣାରେ ପଢୁଛନ୍ତି।

publive-imageଅନୀଲ ଜଣେ ମେଧାବୀ ଛାତ୍ର। ନିମ୍ନ ମଧ୍ୟମିତ ପରିବାରରେ ବଢ଼ିଥିବା ଅନୀଲ୍‌ ବୁର୍ଲା ବିଶ୍ୱବିଦ୍ୟାଳୟରେ ସିଭିଲ୍‌ ଇଂଜିନିୟରିଂ କରିଛନ୍ତି। ତେବେ ସେ ଏମିତି ପଦକ୍ଷେପ ନେବା ପଛରେ ଏକ ସୁନ୍ଦର ଉଦ୍ଦେଶ୍ୟ ଏବଂ ବୃହତ୍ତ ଲକ୍ଷ୍ୟ ରହିଛି। ତାଙ୍କର ପିଲା ଦିନ ଏହି ଗାଁରେ କଟିଛି। ତେବେ ଛୋଟ ବେଳେ ସେ ଗାଁରେ ଗୁଣାତ୍ମକ ଶିକ୍ଷା ପାଇ ପାରି ନଥିଲେ। ପରେ ସେ ପଢ଼ିବା ପାଇଁ ସହରକୁ ଚାଲି ଯାଇଥିଲା ଓ ଉଚ୍ଚ ଶିକ୍ଷିତ ହୋଇପାରିଥିଲେ। କିନ୍ତୁ ଗାଁରେ ଗୁଣାତ୍ମକ ଶିକ୍ଷା ନ ପାଇବା କଥା ସେ ଭୁଲି ନଥିଲେ। ଗାଁର ସେହି ଅଭାବ ପୂରଣ କରିବା ପାଇଁ ଉଚ୍ଚଶିକ୍ଷା ପରେ ଭଲ ଭଲ କମ୍ପାନୀର ଚାକିରି ଅଫର୍‌କୁ ପ୍ରତ୍ୟାଖ୍ୟାନ କରି ଦେଇ ସେ ଚାଲି ଆସିଛନ୍ତି ଗାଁକୁ। ବଡ଼ ଚାକିରି, ମୋଟ ଦରମା ଓ ବିଳାସମୟ ଜୀବନ ବଦଳରେ ସେ ତାଙ୍କ ଗାଁର ଗରିବ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେଉଛନ୍ତି। ତାଙ୍କ ଜ୍ଞାନକୁ ସେ ପିଲାଙ୍କୁ ବାଣ୍ଟୁଛନ୍ତି ଓ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହକୁ ବଢ଼ାଉଛନ୍ତି।

Advertisment

publive-image ବୁର୍ଲାରେ ଇଂଜିନିୟରିଂ ପଢୁଥିବା ବେଳେ ସେ ଏ ସ୍କୁଲ୍‌ ଖୋଲିବାକୁ ପ୍ରୟାସ କରିଥିଲେ। ସେତେବେଳେ ସେ ପ୍ରଥମ ବର୍ଷର ଛାତ୍ର ଥିଲେ ଓ ତାଙ୍କ ପାଖରେ ଏତେ ଟଙ୍କା ନଥିଲା। ତେଣୁ ଚୁପ୍ ବସି ଯାଇଥିଲେ। ଇଂଜିନିୟରିଂର ତୃତୀୟ ବର୍ଷରେ ସେ କିଛି ପ୍ରୋଜେକ୍ଟ କରିଥିଲେ। ସେହି ପ୍ରୋଜେକ୍ଟଗୁଡ଼ିକୁ କିଛି ଜାତୀୟ ସ୍ତରର କମ୍ପାନୀ ଗୁଡ଼ିକ ପୁରସ୍କୃତ କରିଥିଲେ। ପୁରସ୍କାର ସ୍ୱରୂପ ଯେଉଁ ଅର୍ଥ ରାଶି ସେ ପାଇଥିଲେ, ତାକୁ ବିନି ଯୋଗ କରି ସେ ଏହି ସ୍କୁଲ୍ ଗଢ଼ିଥିଲେ। ୪ ବର୍ଷ ତଳେ ସେ ପ୍ରତିଷ୍ଠା କରିଥିବା ଏହି ସ୍କୁଲ୍‌ରେ ଏବେ ୧୪୦ରୁ ଅଧିକ ପିଲା ପଢୁଛନ୍ତି। ଆଉ ତାଙ୍କର ଉଦ୍ୟମକୁ ଗ୍ରାମବାସୀ ବହୁତ ପ୍ରଶଂସା କରିଛନ୍ତି। ଏପରିକି କିଛି ବର୍ଷ ତଳେ ଯେଉଁ ବାପମା’ମାନେ ସେମାନଙ୍କ ଛୁଆଙ୍କ ପାଠପଢ଼ା ବିଷୟରେ କିଛି ବୁଝୁ ନଥିଲେ, ସେମାନେ ଆଜି ସେମାନଙ୍କ ଛୁଆମାନେ ଅନୀଲଙ୍କ ଭଳି ଇଞ୍ଜିନିୟର ହେବେ ବୋଲି ସ୍ୱପ୍ନ ଦେଖିବା ଆରମ୍ଭ କଲେଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe