ଆମ ଦେଶର ଲୋକମାନଙ୍କ ବୁଦ୍ଧି ବିବେକକୁ ଅନ୍ଧ ବିଶ୍ୱାସ ଆବୋରି ବସିଛି। ଦୁନିଆରେ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଭାଗ୍ୟ ଉପରେ ବିଶ୍ୱାସ କରନ୍ତି। ଆପଣ ଅନେକ ଥର ଦେଖିଥିବେ ଲୋକେ ନିଜ ଭାଗ୍ୟ ବିଷୟରେ ଜାଣିବା ପାଇଁ ଅନେକ ଜ୍ଞାନୀ ଓ ଜ୍ୟୋତିଷଙ୍କ ପାଖକୁ ଯାଇ ନିଜ ହାତ ଓ ଜାତକ ଦେଖାଇଥାନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଲୋକେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ବା ଭାଗ୍ୟରେ କ’ଣ ଲେଖା ଅଛି ଜାଣିବା ପାଇଁ ନିଜ ପିଲାକୁ ଛାତରୁ ତଳକୁ ପକାଇବା। ଯଦି କେବେ ଶୁଣି ନାହାନ୍ତି ତେବେ ଆଜି ଆମ ରିପୋର୍ଟ ଆପଣଙ୍କୁ ଚକିତ କରିଦେବ।
ଆଜି ଆମେ ଆପଣଙ୍କୁ ଏକ ଏପରି ପରମ୍ପରା ସମ୍ପର୍କରେ ଜଣାଇବୁ ଯାହା ଶୁଣି ଆପଣ ବିଶ୍ୱାସ କରିପାରିବେ ନାହିଁ। ସବୁ ମାତାପିତାଙ୍କ ପାଇଁ ତାଙ୍କ ପିଲାମାନେ ତାଙ୍କ ଜୀବନଠୁ ଅଧିକା । ହେଲେ ଭାରତରେ ଏପରି ଏକ ରାଜ୍ୟ ଅଛି ଯେଉଁଠି ପରମ୍ପରା ଅନୁଯାୟୀ ଲୋକେ ନିଜ ପିଲାକୁ ଛାତରୁ ତଳକୁ ପକେଇ ଦିଅନ୍ତି। ମହାରଷ୍ଟ୍ରର ଶୋଲାପୁରରେ ଥିବା ‘ବାବା ଉମର ଦରଘା’ ଏବଂ କର୍ଣ୍ଣାଟକର ଇନ୍ଦୀଠାରେ ଥିବା ‘ସନ୍ତେଶ୍ୱର ମନ୍ଦିର’ରେ ଏପରି ଘଟଣା ଦେଖିବାକୁ ମିଳିଥାଏ।
ଏହି ଦୁଇ ସ୍ଥାନରେ ଏପରି ଅଜବ ପରମ୍ପରା ପଛରେ ରହିଛି କିଛି ବିଶେଷ କାରଣ। ଏହାକୁ ବିଶ୍ୱାସ୍ ବା ଅନ୍ଧ ବିଶ୍ୱାସ୍ ବୋଲି ଆପଣ କହିପାରିବେ। ବିଶ୍ୱାସ ରହିଛି ଆପଣ ଯଦି ନିଜ ପିଲାକୁ ଛାତରୁ ତଳେ ପକାଇଦେବେ, ତେବେ ତାର ଭାଗ୍ୟ ଖୋଲିଯିବ। ତା ସହିତ ତା ପରିବାରର ମଧ୍ୟ ଭାଗ୍ୟ ଉଦୟ ହେବ। କିନ୍ତୁ ଏହା ବାସ୍ତବରେ ହୁଏ କି ନା ସେ ମ୍ପର୍କରେ କେହି କେବେ କିଛି କହିନାହାଁନ୍ତି। ଛାତରୁ ପଡିବା ଦ୍ୱାରା ପିଲାଟି ସୁସ୍ଥ ମଧ୍ୟ ରହିଥାଏ ବୋଲି କହନ୍ତି। ପିଲାଟିକୁ ପ୍ରାୟ ୫୦ ଫୁଟ ଉପରୁ ତଳକୁ ପକେଇ ଦିଆଯିବାର ଦେଖିବାକୁ ମିଳିଥାଏ। ମନରେ ଆସୁଥିବ ପିଲାଟି ତଳେ ପଡିଗଲେ ତ ତାର ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ନା, ପିଲାଟି ତଳେ ପଡିବା ଆଗରୁ ତାକୁ ତଳେ ଲୋକ ଠିଆହୋଇ ଏକ ଚଦର ସାହାଯ୍ୟରେ ଧରିଥାନ୍ତି। ୭୦୦ ବର୍ଷ ଧରି ଏହି ପରମ୍ପରା ଚାଲିଆସିଲାଣି ବୋଲି କୁହାଯାଉଛି। କିନ୍ତୁ କେବେ ଯଦି ବେହୁସିଆରୀ ଯୋଗୁଁ ପିଲାଟି ତଳେ ପଡିଯାଏ, ତେବେ ଅଘଟଣ ଘଟିବା ସୁନିଶ୍ଚିତ। ଏ ସବୁ ବାସ୍ତବତା କିନ୍ତୁ ଅନ୍ଧବିଶ୍ୱାସରେ ବୁଡି ରହିଥିବା ଲୋକଙ୍କୁ କେବେ ପ୍ରଭାବିତ କରିପାରି ନାହିଁ। ସେଇଥିପାଇଁ ହିଁ ଏଭଳି ଅଜବ ପରମ୍ପରା ଚାଲିଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।