୯ ବର୍ଷ ପରେ ବି ଅସଂପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନ

ସୁନ୍ଦରଗଡ଼: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୁପ୍ତପ୍ରାୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ କଳାକାରଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଠାରେ ଗତ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ। ହେଲେ  ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ୯ ବର୍ଷ ହେବ ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ ଅଧାପଅନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। […]

sundaragada-1

sundaragada-1

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 03:38 PM IST

Sports

Latest News

ସୁନ୍ଦରଗଡ଼: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୁପ୍ତପ୍ରାୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ କଳାକାରଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଠାରେ ଗତ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ। ହେଲେ  ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ୯ ବର୍ଷ ହେବ ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ ଅଧାପଅନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାସହିତ ଏହି ଅଞ୍ଚଳର କଳାକାରମାନେ ମଧ୍ୟ କୌଣସି ସୁଯୋଗ ପାଇ ପାରୁ ନଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା କ୍ରୀଡ଼ା ସଂସଦ ଖେଳ ପଡ଼ିଆର ଗ୍ୟାଲେରୀ ତଳେ ଥିବା ଏକ ଛୋଟ କୋଠରୀରେ ବର୍ତ୍ତମାନ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଚାଲୁଛି। ତାହା ପୁଣି ଜଣେ ମାତ୍ର ଜିଲ୍ଳା ସଂସ୍କୃତି ଅଧିକାରୀଙ୍କୁ ନେଇ।

sundargada2

ମୟୂରୀ କଳା ଅନୁଷ୍ଠାନର ସଂପାଦିକା ମୀନାକ୍ଷୀ ଭିତ୍ରିଆ କହିଛନ୍ତି, “ଗତ ସାତ ଆଠ ବର୍ଷ ହେବ ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନ ଥିବାରୁ କଳାକାରମାନେ ଅଭ୍ୟାସ କରିବାକୁ ଚାହୁଁଥିଲେ ମଧ୍ୟ କରିପାରୁ ନାହାନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। ଏହାସହିତ ଜିଲ୍ଲା ବାହାରୁ କଳାକାରମାନେ ଆସିଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଂସ୍କୃତି ଭବନ ନିର୍ମାଣ ହୋଇଥିଲେ ଏହି ସମସ୍ୟା ହୋଇ ନ ଥାଆନ୍ତା। ଆମେ ଅନ୍ୟ ଜିଲ୍ଲାର କଳାକାରମାନଙ୍କୁ ଡାକିଲେ ଲଜ୍‌ କିମ୍ୱା ଗେଷ୍ଟହାଉସ୍‌ର ବ୍ୟବସ୍ଥା କରିବାକୁ ପଡୁଛି। ସମସ୍ତ କଳାକାର ସଂସ୍କୃତି ଭବନରେ ଏକଜୁଟ ହୋଇପାରୁଥିଲେ ସୁନ୍ଦରଗଡ଼ କଳା ଓ ସଂସ୍କୃତି କ୍ଷେତ୍ରରେ ଆଗୁଆ ହୋଇପାରିଥାଆନ୍ତା।  ଆମେ ଆଶା କରୁଛୁ  ସୁନ୍ଦରଗଡ଼ରେ ଅତିଶୀଘ୍ର ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ କଳାକାରମାନେ ବହୁ ସୁଯୋଗ ପାଇପାରିବେ।”

ଜିଲ୍ଲା ସଂସ୍କୃତି ଅଧିକାରୀ ଅନୀଲ କୁମାର କେରକେଟ୍ଟା କହିଛନ୍ତି, “ସଂସ୍କୃତି କାର୍ଯ୍ୟାଳୟର ନିଜସ୍ୱ ଘର ନାହିଁ। ଏଥିପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଜଣେ ମାତ୍ର ଷ୍ଟାଫ୍‌ କୁ ନିଯୁକ୍ତି ଦିଆଯାଇଛି। ସଂସ୍କୃତି ଭବନ ହୋଇ ଗଲେ ଆମେ ଯଥାଶୀଘ୍ର ନୂଆ ବିଲ୍ଡିଂକୁ ସ୍ଥାନାନ୍ତର କରିବୁ। ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ଶୀଘ୍ର ହେବ ବୋଲି ଜିଲ୍ଳାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଆମ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିବୁ ଯଥାଶୀଘ୍ର ଟଙ୍କା ପଠାଇଲେ ନିର୍ମାଣ କର୍ଯ୍ୟ ଶେଷ ହେବ।”

sundaragada3

ସଂସ୍କୃତି ଭବନ ନିର୍ମାଣ ପାଇଁ ପ୍ରଥମେ ୧ କୋଟି ୪୦ ଲକ୍ଷ ଟଙ୍କ ବ୍ୟୟ ଅଟକଳ କରାଯାଇଥିଲା। ସଂସ୍କୃତି ବିଭାଗ ପକ୍ଷରୁ ୮ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ମାତ୍ର ୧ କୋଟି ୨ ଲକ୍ଷ ଟଙ୍କା ଦିଆଯାଇଛି । ନିର୍ମାଣ କାର୍ଯ୍ୟରେ ବିଳମ୍ୱ ହେବା ଯୋଗୁଁ ବର୍ତ୍ତମାନ ୧ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି, ଯାହାଫଳରେ ଏହି ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁନ୍ଦରଗଡ଼ ଆର ଆଣ୍ଡ ବି ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପ୍ରଧାନ କହିଛନ୍ତି, “୨୦୦୮-୦୯ ମସିହାରେ କୋଟିଏ ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ୨୦୦୯ ରୁ ଏ ପର୍ଯ୍ୟନ୍ତ  ୬ଟି ପର୍ଯ୍ୟାୟରେ କୋଟିଏ ଦୁଇ ଲକ୍ଷ ଟଙ୍କା ଆସିଛି। ଯେତେବେଳେ ଯାହା ଟଙ୍କା ଆସୁଛି ସେଇ ଅନୁଯାୟୀ କାମ ହୋଇଛି। ଗତ ୨୪ .୧୧.୨୦୧୫ ମସିହାରେ ଶେଷ ଥର ପାଇଁ ୨୫ ଲକ୍ଷ ଟଙ୍କା ଆସିଥିଲା। ଏହିସବୁ ମିଶାଇ କୋଟିଏ ଦୁଇ ଲକ୍ଷ ଟଙ୍କାରୁ ୮୦ ଲକ୍ଷ ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଛି। ଆଉ ୨୨ ଲକ୍ଷ ଟଙ୍କା ବାକି ରହିଛି। ୬ ମାସ ମଧ୍ୟରେ ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story