କେତେ କଠୋର ସର୍ଜିକାଲ ଷ୍ଟ୍ରାଇକ୍‌ରେ ସାମିଲ ଯବାନଙ୍କ ଟ୍ରେନିଂ: ଜାଣିଲେ ହୋସ୍‌ ଉଡିଯିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକକୁ ଆଜି ବର୍ଷେ ପୂରିଛି। ଆଜିର ଦିନରେ ଅର୍ଥାତ ସେପ୍ଟେମ୍ବର ୨୯, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ସୀମାରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ୍। ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ କରାଯାଇଥିଲା ଏହି ସର୍ଜିକାଲ ଷ୍ଟ୍ରାକ୍‌ ଭାରତୀୟ ସେନା ପିଓକେର ପ୍ରାୟ ୩ କିଲୋମିଟର ଭିତରକୁ ଯାଇ ୭ଟି ଲଞ୍ଚପ୍ୟାଡ୍‌ ଉପରେ ହମଲା କରି ବହୁ କ୍ଷୟକ୍ଷତି ଘଟାଇଥିଲେ ଭାରତୀୟ ଯବାନ।  ଏଥିରେ ପ୍ରାୟ ୪୦ ଆତଙ୍କବାଦୀ ନିହତ ହୋଇଥିଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ସର୍ଜିକାଲ ଷ୍ଟ୍ରାଇକରେ ନିୟୋଜିତ ହେଉଥିବା ଯବନାମାନଙ୍କ ଟ୍ରେନିଂ ସମ୍ପର୍କରେ। ଅନ୍ୟ ସାମରିକ ଟ୍ରେନିଂଠାରୁ ଏମାନଙ୍କୁ ବହୁତ ଅଧିକ କଠିନ ଟ୍ରେନିଂ ନେବାକୁ ପଡିଥାଏ। ଆସନ୍ତୁ ଜାଣିବା ଆମ ଯବନାମାନେ ଏପରି ଅପରେସନ ପାଇଁ କେମିତି କରିଥାନ୍ତି ପ୍ରସ୍ତୁତି।

1.Surgical-Attack-by-india୧. କର୍ଣ୍ଣାଟକର ବେଲଗାମ୍‌ରେ ଏହି କମାଣ୍ଡୋଜ୍‌ଙ୍କୁ ଟ୍ରେନିଂ ଦିଆଯାଇଥାଏ। ଏହି ଟ୍ରେନିଂ ପରେ ସେମାନେ ଲୁହା ପରି ଶକ୍ତ ହୋଇଯାଇଥାନ୍ତି। ସବୁ ପ୍ରକାର ଭୟାବହ ପରିସ୍ଥିତିରେ ଲଢିବାକୁ ସେମାନଙ୍କୁ ପ୍ରସ୍ତୁତ କରାଯାଇଥାଏ।

e652b8a24060daf273a89a1b402b8d9a୨. ଏହି ସ୍ପେଶାଲ ଫୋର୍ସରେ ପ୍ରବେଶ ପାଇଁ ଯବାନଙ୍କୁ ୨ ମାସ ପ୍ରୋବେଶନ ପିରିଅଡରେ ରଖାଯାଇଥାଏ। ଏହି ସମୟରେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥାଏ। ଏଥିରୁ ସ୍ଥିର କରାଯାଇଥାଏ, ଯବାନ ସର୍ଜିକାଲ ଷ୍ଟ୍ରାଇକ୍‌ରେ ସାମିଲ ହେଲେ ଏହାକୁ ସଫଳତାର ସହ କରିପାରିବେ ନା ନାହିଁ।

ghghghg୩. ଏହି ସମୟରେ ପ୍ରତିଦିନ ସେମାନଙ୍କୁ ୨୦ରୁ ୨୨ ଘଣ୍ଟା ଟ୍ରେନିଂ ଦିଆଯାଇଥାଏ। ଯେମିତି ହାତରେ ଚାଲିବା, ୩ରୁ ୪ କିମି ସଡ଼କରେ ଘୋଷାଡି ହୋଇ ଯିବା।

surgical-strike-pti-storys-647_092817120206୪. ସେମାନଙ୍କୁ ମାନସିକ ସ୍ତରରରେ ମଧ୍ୟ ନିର୍ଯାତନା ଦିଆଯାଇଥାଏ। ଏପରି କରିବା ଦ୍ୱାରା ଟ୍ରେନିଂ ସରିବା ବେଳକୁ ସେମାନେ ଶାରୀରିକ ଓ ମାନସିକ ସ୍ଥରରେ ଶକ୍ତ ହୋଇଯାଇଥାନ୍ତି।

surgical-strikes-pak୫. ଏହି ସମୟରେ ସେମାନଙ୍କୁ କାଚ ଖାଇବାକୁ ପ୍ରସ୍ତୁତ କରାଯାଏ। ହାତରେ ସାପ ଧରିବା ଶିଖା ଯାଇଥାଏ। ଏହାସହ ପ୍ରତିଦିନ ୨୫ କେଜି ଓଜନର ବସ୍ତୁ ଧରି ୪୦ କିମି ଦୌଡିବାକୁ ପଡିଥାଏ। ଏହି ଦୌଡକୁ ପୂରା କରିବାକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥାଏ।

1୬. ଟ୍ରେନିଂ ସମୟରେ ସ୍ଥିର କରାଯାଇଥାଏ କେଉଁ ଯବାନ କେଉଁ କାମ କରିବେ। ଏହା ୪ଟି ସ୍ତରରେ ସ୍ଥିର ହୋଇଥାଏ। ଏଥିପାଇଁ ଯବାନଙ୍କୁ ଡ୍ରାଇଭିଂ, ଡିମୋଲିଶନ, ବ୍ୟାଟଲ ଫିଲ୍ଡ ନର୍ସିଂ, କମ୍ୟୁନିକେଶନ ଶିଖା ଯାଇଥାଏ।

indian-army୭. ସେମାନଙ୍କୁ ନାଭିଗେସନାଲ କୌଶଳ ମଧ୍ୟ ସିଖା ଯାଇଥାଏ। ଏଥିରେ ଯବାନଙ୍କୁ ୪୦ କିମି ଜଙ୍ଗଲରେ ଜିପିଏସ୍‌, କମ୍ପାସ ଦିଆ ନଯାଇ ଛାଡି ଦିଆଯାଏ। ସେମାନଙ୍କୁ ଗୋଟିଏ ଟାର୍ଗେଟ ଦିଆଯାଇଥାଏ। ଏହାକୁ ଚୁପଚାପ ଶେଷ କରିବାକୁ ପଡିଥାଏ। ଯଦି କୌଣସି ଯବନା ଟାର୍ଗେଟ ପୂରଣ କରିବାରେ ଭୁଲ କରନ୍ତି ତେବେ ତାଙ୍କୁ ପୁଣି ଆରମ୍ଭ ସ୍ଥଳକୁ ଯାଇ ଆଉ ଥରେ ଟାର୍ଗେଟ୍‌ ଶେଷ କରିବାକୁ ପଡିଥାଏ।