Advertisment

୫୦ ଫୁଟ୍‌ ଉଚ୍ଚର କେନାଲ ପାଲଟିଛି ଲୋକଙ୍କ ନିତିଦିନିଆ ରାସ୍ତା

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସରପଡ଼ା ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି। ଏହି ଗାଁର ଲୋକମାନେ ମୁଖ୍ୟତଃ ଚାଷବାସ କରି ଚଳନ୍ତି। ଏହି ଗାଁକୁ ଯିବାକୁ ହେଲେ ଲୋହରାଖଣ୍ଡି ନଦୀ ପାର ହେବାକୁ ପଡ଼ିଥାଏ। ଖାଲି ସରପଡ଼ା ଗାଁ ନୁହେଁ, ପାଖାପାଖି ୪ଟି ଗାଁ ନଦୀ ସେପଟେ ରହିଛି। ତେଣୁ ବର୍ଷା ଦିନ ଆସିଲେ ଏଠାକାର ଲୋକଙ୍କ ଦୁଃଖ ବଢ଼ିଯାଏ।  କାରଣ ଲୋହରାଖଣ୍ଡି ନଦୀ ଉପରେ ବ୍ରିଜ୍‌ଟିଏ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
୫୦ ଫୁଟ୍‌ ଉଚ୍ଚର କେନାଲ ପାଲଟିଛି ଲୋକଙ୍କ ନିତିଦିନିଆ ରାସ୍ତା

berhampur

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସରପଡ଼ା ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି। ଏହି ଗାଁର ଲୋକମାନେ ମୁଖ୍ୟତଃ ଚାଷବାସ କରି ଚଳନ୍ତି। ଏହି ଗାଁକୁ ଯିବାକୁ ହେଲେ ଲୋହରାଖଣ୍ଡି ନଦୀ ପାର ହେବାକୁ ପଡ଼ିଥାଏ। ଖାଲି ସରପଡ଼ା ଗାଁ ନୁହେଁ, ପାଖାପାଖି ୪ଟି ଗାଁ ନଦୀ ସେପଟେ ରହିଛି। ତେଣୁ ବର୍ଷା ଦିନ ଆସିଲେ ଏଠାକାର ଲୋକଙ୍କ ଦୁଃଖ ବଢ଼ିଯାଏ।  କାରଣ ଲୋହରାଖଣ୍ଡି ନଦୀ ଉପରେ ବ୍ରିଜ୍‌ଟିଏ ନାହିଁ। ଏହିସବୁ ଗାଁର ଲୋକେମାନେ ନିତି ଦିନିଆ ସଉଦାଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଭଞ୍ଜନଗର ସହର ଉପରେ ନିର୍ଭର କରିଥାଆନ୍ତି। ଆଉ ଏହି ଗାଁଠାରୁ ଭଞ୍ଜନଗର ସହରର ଦୂରତା  ୧୫ କିଲୋମିଟର। ଯେଉଁ ୬ ମାସ ନଦୀରେ ପାଣି ଅଧିକ ରହେ ନାହିଁ ସେହିଦିନ ଗୁଡ଼ିକରେ ଲୋକମାନେ ନଦୀରେ ପଶି ଯା’ଆସ କରନ୍ତି। ବାକି  ୬ ମାସ ଲୋହରାଖଣ୍ଡି ନଦୀ ଉପରେ ତିଆରି ହୋଇଥିବା ଅଣଓସାରିଆ କଂକ୍ରିଟ୍‌ କେନାଲ ଉପରେ ଯା’ଆସ କରନ୍ତି।

Advertisment

publive-imageଲୋହରାଖଣ୍ଡି ନଦୀ ଉପରେ ଯାଇଛି ଡହ କେନାଲ। ଏହି କେନାଲର ଉଚ୍ଚତା  ୫୦ ଫୁଟ । ଏହାର ଚଉଡ଼ା ୨ ଫୁଟ । ପ୍ରାୟ ୧୦ ବର୍ଷ ହେବ ଏହି କେନାଲ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ କେନାଲରେ ପାଣି ଯାଇ ନଥିବା ଲୋକେ କହିଛନ୍ତି। କେନାଲର ଦୁଇ ପାର୍ଶ୍ଵ ଗ୍ରୀଡ୍‌ ୱାଲ ଉପରେ ଜୀବନକୁ ବାଜି ଲଗାଇ ଲୋକେ ଯାତାୟାତ କରନ୍ତି। ଲୋକେ ଏହି ୫୦ ଫୁଟ୍‌ କେନାଲ ଉପରେ ବାଇକ ଓ ସାଇକେଲ ଧରି ମଧ୍ୟ ଯିବା ଆସିବା କରନ୍ତି। ସରପଡ଼ା ଗାଁ ଲୋକଙ୍କ ସହ ଏହାର ଆଖପାଖ ପ୍ରାୟ ୭୦୦ ଲୋକଙ୍କ ପାଇଁ ଏବେ ଏହି କେନାଲ ନିତିଦିନିଆ ରାସ୍ତା ପାଲଟିଛି। ଟିକିଏ ଅସାବଧାନ ହେଲେ ଜୀବନ ଚାଲିଯିବାର ଭୟ ଥିଲେ ମଧ୍ୟ ଅନ୍ୟ କୌଣସି ଉପାୟ ନାହିଁ।publive-image

ସରପଡ଼ା ଗାଁର ବୁଲୁ ସାହୁ କହିଛନ୍ତି, “ସବୁବେଳେ ବିପଦକୁ ମୁଣ୍ଡେଇ ଯିବାକୁ ପଡୁଛି।  ସବୁ ଗାଁରେ ବିଜ୍ର ହୋଇ ଗଲାଣି। ହେଲେ ଆମ ଗାଁରେ ବ୍ରିଜ୍ ହୋଇପାରି ନାହିଁ। କେନାଲ ପାଣି ଯିବାକୁ  ହୋଇଛି। ହେଲେ ଆମେ ବାଧ୍ୟ ହୋଇ କେନାଲ ଉପରେ ଯାତାୟାତ କରୁଛୁ।  ୬ ମାସ ନଦୀରେ ପାଣି ରହୁଛି। ପୋଲଟିଏ ଦେବା ପାଇଁ ଆମେ ୧୦ ବର୍ଷ ହେବ ମନ୍ତ୍ରୀ, ବିଧାୟକ, ବିଡିଓଙ୍କୁ ଅଭିଯୋଗ କରିଛୁ। ହେଲେ  ଆଜି ଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୋଲଟିଏ ନିର୍ମାଣ କରାଗଲେ ଆମେ ଉପକୃତ ହୋଇପାରିବୁ।”

Advertisment

ଏହି ଗାଁରେ ପକ୍କା ରାସ୍ତାଟିଏ ମଧ୍ୟ ନାହିଁ।  ଆଜିକୁ ପ୍ରାୟ ୭୦ ବର୍ଷ ହେବ ଏହି ଗାଁରେ ଏହି ସମସ୍ୟା ଲାଗି ରହିଥିବା ଗାଁ ଲୋକେ କହିଛନ୍ତି। ଗାଁର ସମସ୍ୟାର ସମ୍ପର୍କରେ ଗାଁ ଲୋକେ ବାରମ୍ୱାର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କରିଛନ୍ତି। ହେଲେ ସେମାନଙ୍କୁ ପ୍ରତିଶୃତି ଛଡା ଆଉ କିଛି ମିଳିନାହିଁ। ନେତାମାନେ କେବଳ ନିର୍ବାଚନ ସମୟରେ ଗାଁକୁ ଆସନ୍ତି ଓ ପୁଳା ପୁଳା ପ୍ରତିଶ୍ରୁତି ଦେଇ ଚାଲି ଯେଉଥିବା  ଲୋକେ କହିଛନ୍ତି।  ନିକଟରେ ଲୋକେ ଚାନ୍ଦା ଆଦାୟ କରି ନିଜ ଗାଁ ରାସ୍ତାକୁ ମୋରାମ ପକାଇ ନିର୍ମାଣ କରିଛନ୍ତି।