ବାସିନ୍ଦା ହେଲେ ମିଳିବ ଦେଢ଼ ଲକ୍ଷ ଟଙ୍କା: ସହର ମୁଖିଆଙ୍କ ଅଫର ଘୋଷଣା

ଇଟାଲୀର ଲିଗ୍ୟୁରିଆ ସହରରେ ଥିବା ବୋରମିଡା ଗାଁରେ ରହିବାକୁ ଚାହୁଁଛନ୍ତି କି ? ଯଦି ଏହି ଗାଁରେ ରହିବେ ଆପଣଙ୍କୁ ମିଳିବ ୧ ଲକ୍ଷ ୫୦ ହଜାର ଟଙ୍କା। ଏନେଇ ସ୍ଥାନୀୟ ମେୟର ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ନର୍ଥୱେଷ୍ଟରେ ଥିବା ଏହି ଗାଁରେ ରୋଜଗାର ମିଳୁ ନ ଥିବାରୁ ଯୁବବର୍ଗ ଗାଁ ଛାଡି ଚାଲି ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମେୟର ଏପରି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏ ଗାଁ ‘ଭୂତ ସହର’ରେ ପରିଣତ ହେବା […]

bormida

bormida

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 06:38 PM IST

Sports

Latest News

ଇଟାଲୀର ଲିଗ୍ୟୁରିଆ ସହରରେ ଥିବା ବୋରମିଡା ଗାଁରେ ରହିବାକୁ ଚାହୁଁଛନ୍ତି କି ? ଯଦି ଏହି ଗାଁରେ ରହିବେ ଆପଣଙ୍କୁ ମିଳିବ ୧ ଲକ୍ଷ ୫୦ ହଜାର ଟଙ୍କା। ଏନେଇ ସ୍ଥାନୀୟ ମେୟର ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି।

ନର୍ଥୱେଷ୍ଟରେ ଥିବା ଏହି ଗାଁରେ ରୋଜଗାର ମିଳୁ ନ ଥିବାରୁ ଯୁବବର୍ଗ ଗାଁ ଛାଡି ଚାଲି ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମେୟର ଏପରି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏ ଗାଁ ‘ଭୂତ ସହର’ରେ ପରିଣତ ହେବା ପୂର୍ବରୁ ମୁଁ ଏଠାରେ ଜନବସତି ସ୍ଥାପନ କରିବାକୁ ଚାହୁଁଛି।

ମେୟର ଦେଇଥିବା ଏହି ସ୍କିମ୍‌ ଅନୁସାରେ ଇଚ୍ଛୁକ ଲୋକଙ୍କୁ ସାପ୍ତାହିକ ୮୮୦ ଟଙ୍କା ଦେବାକୁ ପଡିବ। ସେ କହିଛନ୍ତି, ସ୍କିମ ଚଳିତବର୍ଷ ଶେଷ ହୋଇଯିବ। ଏହାପରେ ଜମିର ଦାମ କମ କରି ଦିଆଯିବ। ମାସିକ ମାତ୍ର ୩୦୦୦ ଟଙ୍କା ଦେଇ ଏଠାରେ ରହି ହେବ।

ମେୟର ଏହାକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ପରେ ବ୍ରିଟେନ, ହଙ୍ଗେରୀ, ୟୁଏସ୍‌, ଭାରତ, ଇଣ୍ଡୋନେସିଆ ସମେତ ବହୁ ଦେଶର ଲୋକ ଏଠାରେ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos