‘ଆତ୍ମା’ର ଥାଏକି ନିର୍ଦ୍ଦିଷ୍ଟ ରଙ୍ଗ ଓ ରୂପ: ଜାଣନ୍ତୁ ଆତ୍ମା ସମ୍ପର୍କର ରୋଚକ ତଥ୍ୟ

ଜନ୍ମ ପରି ମୃତ୍ୟୁ ହେଉଛି ସତ୍ୟ, ଧରାପୃଷ୍ଟରେ ଜନ୍ମ ନେଇଥିବା ପ୍ରତ୍ୟେକ ପ୍ରାଣୀଙ୍କର ମୃତ୍ୟୁ ହୋଇଥାଏ, ଏହାହିଁ ସୃଷ୍ଟିର ନିୟମ। ତେବେ ଅନେକ ସମୟରେ ଆତ୍ମାର ଅବସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥାଏ। ଏ ବିଷୟରେ ନାନା ମୁନୀଙ୍କ ନାନା ମତ ଶୁଣିବାକୁ ମିଳେ। ଏସବୁ ବିଚାର କଲେ ଆତ୍ମା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଜିଜ୍ଞାସା ବଢିଯାଏ। କିନ୍ତୁ ମରଣ ପାରିର ବିଚିତ୍ର କଥା କିଏ ବା କହି ପାରିବ । ଭଗବାନ ଶ୍ରୀକୃଷ୍ଣ ଭଗବତ […]

the-soul

the-soul

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 04:47 PM IST

Sports

Latest News

ଜନ୍ମ ପରି ମୃତ୍ୟୁ ହେଉଛି ସତ୍ୟ, ଧରାପୃଷ୍ଟରେ ଜନ୍ମ ନେଇଥିବା ପ୍ରତ୍ୟେକ ପ୍ରାଣୀଙ୍କର ମୃତ୍ୟୁ ହୋଇଥାଏ, ଏହାହିଁ ସୃଷ୍ଟିର ନିୟମ। ତେବେ ଅନେକ ସମୟରେ ଆତ୍ମାର ଅବସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥାଏ। ଏ ବିଷୟରେ ନାନା ମୁନୀଙ୍କ ନାନା ମତ ଶୁଣିବାକୁ ମିଳେ। ଏସବୁ ବିଚାର କଲେ ଆତ୍ମା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଜିଜ୍ଞାସା ବଢିଯାଏ। କିନ୍ତୁ ମରଣ ପାରିର ବିଚିତ୍ର କଥା କିଏ ବା କହି ପାରିବ । ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଛନ୍ତି ଆତ୍ମା ଅମର, ତାର ମୃତ୍ୟୁ ନାହିଁ । ଆତ୍ମା କେବଳ ଶରୀର ତ୍ୟାଗ କରିଥାଏ, ଏବଂ ଗୋଟିଏ ପିଣ୍ଡରୁ ବାହାରି ଆଉ ଏକ ପିଣ୍ଡରେ ପ୍ରବେଶ କରିଥାଏ। ଆତ୍ମାର ସ୍ଥିତିକୁ ନେଇ ପୁରାଣରେ ଅନେକ ତଥ୍ୟ ରହିଛି।

ଆତ୍ମାର ତିନୋଟି ସ୍ୱରୂପ ରହିଛି- ଜୀବଆତ୍ମା, ପ୍ରେତଆତ୍ମା,ସୁକ୍ଷ୍ମଆତ୍ମା, ମଣିଷ ଜୀବିତ ଅବସ୍ଥାରେ ତା ମଧ୍ୟରେ ଯେଉଁ ଆତ୍ମା ବିଦ୍ୟମାନ ହୋଇଥାଏ ତାହାକୁ ଜୀବାତ୍ମା କୁହାଯାଏ। ଯଦି ଜୀବଆତ୍ମା, କାମନା ମୟ ଶରୀରରେ ପ୍ରବେଶ କରିଥାଏ ତାହାକୁ ପ୍ରେତ ଆତ୍ମା କୁହାଯାଏ। ପ୍ରେତ ଆତ୍ମା ସୁକ୍ଷ୍ମ ଶରୀରେ ପ୍ରବେଶ କଲେ ତାହାକୁ ସୁକ୍ଷ୍ମ ଆତ୍ମା କୁହାଯାଏ। ଆତ୍ମାର ମୂଳ ରୂପ ହିଁ  ସୁକ୍ଷ୍ମତମ ବିନ୍ଦୁ ସ୍ୱରୂପ ହୋଇଥାଏ।

ଆତ୍ମାର ରଙ୍ଗ-ମଣିଷର ମୃତ୍ୟୁ ଉପରାନ୍ତ ଆତ୍ମାକୁ ନେଇ ଭାରତୀୟ ମୁନୀ ଓ ପାଶ୍ଚାତ୍ୟ ଯୋଗୀମାନଙ୍କର ମତ ଅଲଗା ଅଲଗା ହୋଇଥାଏ। ଭାରତୀୟ ମନୀଷିଙ୍କ ମତରେ ଆତ୍ମାର ବର୍ଣ୍ଣ ଶୁଭ୍ର (ଧଳା) ହୋଇଥାଏ। କିନ୍ତୁ ପାଶ୍ଚାତ୍ୟ ମନୀଷିମାନେ ଆତ୍ମାର ବର୍ଣ୍ଣ ବାଇଗଣୀ ହୋଇଥାଏ ବୋଲି ମତ ଦେଇଥାଆନ୍ତି। ଆଉ କେତେକ କିହିଥାଆନ୍ତି ଆତ୍ମା ଓ ଆଜ୍ଞାଚକ୍ର ବର୍ଣ୍ଣ ନୀଳ ହୋଇଥାଏ ତେଣୁ ନୀଳ ବର୍ଣ୍ଣ ଜ୍ୟୋତିରେ ଆତ୍ମା ଦେଖାଯାଇଥାଏ।ଆଉ ହଳଦିଆ ବର୍ଣ୍ଣ ଆତ୍ମାର ଉପସ୍ଥିତ ସୂଚାଇଥାଏ।

ଆତ୍ମାର ଆକାର- ଆତ୍ମା ରୂପ ସୁକ୍ଷ୍ମ ହୋଇଥାଏ । ଏବଂ ଏହାର ଆକାର ବିନ୍ଦୁ ମାତ୍ର ହୋଇଥାଏ। ଯଦି ଏକ କେଶର ଅଗ୍ରଭାଗର ଗୋଲେଇ ଅଞ୍ଚଳକୁ 60 ଭାଗ କରାଯାଏ , ପୁନଶ୍ଚ ସେହି ଭାଗକୁ 99 ଭାଗ କଲେ  ପୁଣି ଏହାକୁ 60 ଭାଗ କେଲେ ସେଥିରୁ ଏକ ଭାଗ ଆତ୍ମାର ଆକାର ହୋଇଥାଏ । ଅର୍ଥାତ 3,52,83,600 ଆତ୍ମାର ରୂପ ହୋଇଥାଏ ବୋଲି ପ୍ରଚୀନ ମୁନି ଋୁଷିମାନେ ପୁରାଣରେ  ବର୍ଣ୍ଣନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos