ପରିଚୟ ମାଗୁଛି କୁଖ୍ୟାତ ଆତଙ୍କବାଦୀ ଲାଡେନ୍‌: ମଲା ମଣିଷ କେମିତି କଲା ଆବେଦନ ?

ଜୟପୁର: ପୁଣି ଫେରିବ ଲାଦେନ। ସାରା ଦୁନିଆକୁ ଆତଙ୍କିତ କରି ରଖିଥିବା ଓସାମା ବିନ୍‌ ଲାଦେନ ଏବେ ବି ବଞ୍ଚିଛି। ଆଧାର କାର୍ଡ ପାଇଁ ଆବେଦନ ମଧ୍ୟ କରିଛି। ଆମେରିକାର କଥା ଭୂଲ ପ୍ରମାଣିତ ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଏହପରି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଭାରତରେ ଦେଖିବାକୁ ମିଳିଛି।  ଆଧାରକାର୍ଡ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନ କରିଛି ଆବେଦନ। ରାଜସ୍ଥାନର ଏକ ଆଧାରକାର୍ଡ ସେଣ୍ଟରରେ ନିଜ ନାମ […]

laden

laden

Rakesh Mallick
  • Published: Monday, 15 May 2017
  • Updated: 15 May 2017, 07:46 PM IST

Sports

Latest News

ଜୟପୁର: ପୁଣି ଫେରିବ ଲାଦେନ। ସାରା ଦୁନିଆକୁ ଆତଙ୍କିତ କରି ରଖିଥିବା ଓସାମା ବିନ୍‌ ଲାଦେନ ଏବେ ବି ବଞ୍ଚିଛି। ଆଧାର କାର୍ଡ ପାଇଁ ଆବେଦନ ମଧ୍ୟ କରିଛି। ଆମେରିକାର କଥା ଭୂଲ ପ୍ରମାଣିତ ହୋଇଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଏହପରି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଭାରତରେ ଦେଖିବାକୁ ମିଳିଛି।

 ଆଧାରକାର୍ଡ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନ କରିଛି ଆବେଦନ। ରାଜସ୍ଥାନର ଏକ ଆଧାରକାର୍ଡ ସେଣ୍ଟରରେ ନିଜ ନାମ ପଞ୍ଜୀକରଣ କରିଛି। ଠିକଣା ମଧ୍ୟ ଠିକ୍ ଓସାମା ରହୁଥିବା ପାକିସ୍ତାନର ଅବୋଟାବାଦ୍‌ ଅଞ୍ଚଳର। ଏପରି ଏକ ଆବେଦନ ଫର୍ମ ଆଧାର କାର୍ଡ ଅଧିକାରୀଙ୍କ ପାଖକୁ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି।

   ଲାଦେନ ନାମରେ ଫର୍ମ ଦେଖି ପ୍ରଥମେ ଚକିତ ହୋଇ ଯାଇଥିଲେ ଆଧାରକାର୍ଡ ଯାଞ୍ଚ କରୁଥିବା ଅଧିକାରୀ। ନାମ ସହ ଠିକଣା ମଧ୍ୟ ଠିକ୍‌ ଥିଲା ଲାଦେନର। ତେବେ ଫିଙ୍ଗର ପ୍ରିଣ୍ଟ ନ ଥିବାରୁ ଯାଞ୍ଚ ପାଇଁ ଆଦେଶ ଦେଇଥିଲେ ଅଧିକାରୀ। ଯାଞ୍ଚ ପରେ ପୂରା ଘଟଣାର ମାଷ୍ଟରମାଇଣ୍ଡ ସାମ୍ନାକୁ ଆସିଥିଲା।

ଲାଦେନର ନାମକୁ ଆଧାରକାର୍ଡରେ ପଞ୍ଜିକୃତ କରିଥିଲା ପୂରା ଘଟଣାର ମାଷ୍ଟରମାଇଣ୍ଡ ସଦ୍ଦାମ ମାନସୁରୀ। ଆଧାର କାର୍ଡ ପଞ୍ଜୀକରଣ କେନ୍ଦ୍ର ଖୋଲିଥିବା ମାନସୁରୀ ଓସାମାର ଠିକଣା ସହ ଏକ ବ୍ଲର ଥିବା ଫଟୋ ମଧ୍ୟ ପଞ୍ଜିକୃତ କରାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମାନସୁରୀକୁ ଗିରଫ କରିବା ସହ ପଚରାଉଚରା କରୁଛି।

Courtesy-Times of India

Photo courtesy- dainik jagaran

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos