ବଦଳିଗଲା ‘କନ୍ୟାଦାନ ମହାପୂର୍ଣ୍ଣ୍ୟ’ର ସଂଜ୍ଞା: ମନ୍ତ୍ର ଉଚ୍ଚାରଣ କଲେ ମହିଳା, କେଉଁଠି ହେଲା ଏମିତି ବାହାଘର ?

ନାଗପୁର: କୁହାଯାଏ କନ୍ୟାଦାନ ସମସ୍ତଙ୍କ ଭାଗ୍ୟରେ ଜୁଟେନି। ଖାସ୍ ସେଇଥିପାଇଁ ତ’ ବିଶ୍ୱାସ ରହିଛି କନ୍ୟାଦାନ ମହା ପୂର୍ଣ୍ଣ୍ୟ ।  ବାହା ବେଦିରେ ବାପା ତା’ର ଝିଅକୁ ଦାନ କରି କୋଟି କୋଟି ପୂର୍ଣ୍ଣ୍ୟ ଅର୍ଜନ କରିଥାଏ ବୋଲି ବିଶ୍ୱାସ ରହିଛି। କାହିଁ କେଉଁ ଆବାହମାନକା଼ଳରୁ ଚଳି ଆସିଛି ଏହି ପରମ୍ପରା । ହେଲେ ହଜାର ହଜାର ବର୍ଷର  ହିନ୍ଦୁ ଧର୍ମର ଏହି ପରମ୍ପରା ଉପରେ ଏବେ ଲାଗିଛି ପ୍ରଶ୍ନ ଚିହ୍ନ। ପରମ୍ପରାରେ ଅନେକ ତ୍ରୁଟିଥିବା ମଧ୍ୟ […]

ritual

ritual

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 03:17 PM IST

Sports

Latest News

ନାଗପୁର: କୁହାଯାଏ କନ୍ୟାଦାନ ସମସ୍ତଙ୍କ ଭାଗ୍ୟରେ ଜୁଟେନି। ଖାସ୍ ସେଇଥିପାଇଁ ତ’ ବିଶ୍ୱାସ ରହିଛି କନ୍ୟାଦାନ ମହା ପୂର୍ଣ୍ଣ୍ୟ ।  ବାହା ବେଦିରେ ବାପା ତା’ର ଝିଅକୁ ଦାନ କରି କୋଟି କୋଟି ପୂର୍ଣ୍ଣ୍ୟ ଅର୍ଜନ କରିଥାଏ ବୋଲି ବିଶ୍ୱାସ ରହିଛି। କାହିଁ କେଉଁ ଆବାହମାନକା଼ଳରୁ ଚଳି ଆସିଛି ଏହି ପରମ୍ପରା । ହେଲେ ହଜାର ହଜାର ବର୍ଷର  ହିନ୍ଦୁ ଧର୍ମର ଏହି ପରମ୍ପରା ଉପରେ ଏବେ ଲାଗିଛି ପ୍ରଶ୍ନ ଚିହ୍ନ। ପରମ୍ପରାରେ ଅନେକ ତ୍ରୁଟିଥିବା ମଧ୍ୟ କଥା ଉଠିଛି। ଏଭଳି କିଛି ପ୍ରସଙ୍ଗ ଉଠାଇ ନାଗପୁରର ଦୁଇ ବିଜେପି ନେତାଙ୍କ ପରିବାର ଏବେ ଚର୍ଚ୍ଚାରେ ।

କେବଳ ପ୍ରଶ୍ନ ଉଠାଇନାହାନ୍ତି ଏକ ଭିନ୍ନ ରୀତିନୀତିରେ ମଧ୍ୟ ପୁଅଝିଅର ବାହାଘର କରିଛନ୍ତି। ନିଆରା ଢଙ୍ଗରେ ହୋଇଥିବା ଏହି ବିବାହ ଉତ୍ସବରେ କନ୍ୟାଦାନ ହୋଇ ନ ଥିଲା କି ପୁରୁଷ ପୂଜକ ନ ଥିଲେ। ପୁରୁଷଙ୍କ ବଦଳରେ ମନ୍ତ୍ର ଉଚ୍ଚାରଣ କରିଥିଲେ ମହିଳା ପୁରହିତ। ନାଗପୁରର ବିଜେପି ଉପସଭାପତି ବିନୟ ସହସ୍ରବୁଦେଙ୍କ ପୁଅ ଅକ୍ଷୟଙ୍କ ସହ ସ୍ଥାନୀୟ  ବିଜେପି ନେତା ବିଜୟ ଚୌଥାଇୱାଲେଙ୍କ ଝିଅ ଶିବ୍‌ଦାଙ୍କ ସହ ଏମିତି ଢଙ୍ଗରେ ବିବାହ ସମ୍ପନ୍ନ ହୋଇଛି।  ଏଭଳି ଆୟୋଜନ ପଛରେ ଯୁବତୀଙ୍କ ମା’ ଯୁକ୍ତି ରଖିଛନ୍ତି।

ଝିଅ କେବେ ଏକ ପଣ୍ୟଦ୍ରବ୍ୟ ହୋଇପାରେନା। ଯାହାକୁ ଦାନ ସୂତ୍ରରେ ଦିଆଯିବ। ଉଭୟ ପରିବାରର ସହମତି ଏଭଳି ବିବାହର ଆୟୋଜନ କରାଯାଇଥିବା ତାଙ୍କ ମା’ କହିଛନ୍ତି। ସେପଟେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା  ପଦ୍ମା କସଲିକର୍‌ କହିଛନ୍ତି ଯେ, ନାଗପୁରରେ ପାଖାପାଖି ୨୦୦୦ ମହିଳା ପୂଜକ ଅଛନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ଭଳି ବିଭିନ୍ନ ପୂଜା ପର୍ବରେ ପୂଜକ ଦାୟିତ୍ୱ ସମ୍ଭାଳୁଛନ୍ତି।

Courtesy-hindu

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos