ଗାନ୍ଧିଜୀଙ୍କ ପୁଅଙ୍କୁ କ’ଣ କହିଥିଲେ ନାଥୁରାମ ଗଡ୍‌ସେ ?

ନୂଆଦିଲ୍ଲୀ: ୧୯୪୮ ଜାନୁଆରୀ ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନାଥୁରାମ ବିନାୟକ ଗଡ୍‌ସେ ଗୁଳିମାରି ହାତ୍ୟା କରିଥିଲେ। ଗାନ୍ଧିଜୀଙ୍କୁ ହତ୍ୟା କରିବା କ୍ଷଣି ନାଥୁରାମଙ୍କୁ ଗିରଫ କରାଯାଇଥିଲା। ୧୯୪୯ ନଭେମ୍ବର ୧୫ ତାରିଖରେ ଶିମଲା କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଗାନ୍ଧିଜୀଙ୍କ ହତ୍ୟା ପରେ ତାଙ୍କ ପୁଅ ଦେବଦାସ ଗାନ୍ଧି, ଜେଲ୍‌ ଯାଇ ନାଥୁରାମଙ୍କୁ ଭେଟିଥିଲେ। ଏହି ସାକ୍ଷାତ କଥା ନାଥୁରାମଙ୍କ ଭାଇ ତାଙ୍କ ନିଜ ବହିରେ ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ […]

gandhi

Rakesh Mallick
  • Published: Wednesday, 30 January 2019
  • , Updated: 30 January 2019, 09:03 AM IST

ନୂଆଦିଲ୍ଲୀ: ୧୯୪୮ ଜାନୁଆରୀ ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନାଥୁରାମ ବିନାୟକ ଗଡ୍‌ସେ ଗୁଳିମାରି ହାତ୍ୟା କରିଥିଲେ। ଗାନ୍ଧିଜୀଙ୍କୁ ହତ୍ୟା କରିବା କ୍ଷଣି ନାଥୁରାମଙ୍କୁ ଗିରଫ କରାଯାଇଥିଲା। ୧୯୪୯ ନଭେମ୍ବର ୧୫ ତାରିଖରେ ଶିମଲା କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଗାନ୍ଧିଜୀଙ୍କ ହତ୍ୟା ପରେ ତାଙ୍କ ପୁଅ ଦେବଦାସ ଗାନ୍ଧି, ଜେଲ୍‌ ଯାଇ ନାଥୁରାମଙ୍କୁ ଭେଟିଥିଲେ। ଏହି ସାକ୍ଷାତ କଥା ନାଥୁରାମଙ୍କ ଭାଇ ତାଙ୍କ ନିଜ ବହିରେ ଲେଖିଛନ୍ତି।

ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଦେବଦାସଙ୍କୁ ଲାଗିଥିବ ଯେ ତାଙ୍କୁ କୌଣସି ବୀଭତ୍ସ ଚେହେରା ଦେଖିବାକୁ ମିଳିବ। ହେଲେ ନାଥୁରାମ ସ୍ଥିର ଓ ସରଳ ଥିଲେ। ଦେବଦାସ ଯେମିତି ଭାବିଥିଲେ ନାଥୁରାମ ତା’ର ସମ୍ପୂର୍ଣ୍ଣ ଓଲଟା ଥିଲେ।

କ’ଣ କହିଥିଲେ ନାଥୁରାମ ?

ଏହି ସାକ୍ଷାତକାର ସମୟରେ ନାଥୁରାମ ତାଙ୍କୁ (ଦେବଦାସଙ୍କୁ) କହିଥିଲେ ଯେ, ତୁମ ପିତାଙ୍କ ମୃତ୍ୟୁ ପାଇଁ ମୁଁ ବହୁତ ଦୁଃଖିତ। ମୁଁ ନାଥୁରାମ ବିନାୟକ ଗଡ୍‌ସେ। ଆଜି ତୁମେ ନିଜ ପିତାଙ୍କୁ ହରାଇଛ। ମୋ ପାଇଁ ତୁମେ ଦୁଃଖ ପାଇଛ। ତୁମକୁ ଓ ତୁମ ପରିବାରକୁ ଯେଉଁ ଦୁଃଖ ପହଞ୍ଚିଛି, ସେଥିପାଇଁ ମୁଁ ଦୁଃଖିତ। ଦୟାକରି ମୋତେ ବିଶ୍ୱାସ କର, କୌଣସି ବ୍ୟକ୍ତିଗତ ରାଗ ରଖି ମୁଁ ଏ କାମ କରିନାହିଁ। ମୋର ତୁମ ପ୍ରତି କୌଣସି ଘୃଣା ନାହିଁ କି କୌଣସି ଖରାପ ଭାବନା ନାହିଁ।

କାହିଁକି ମାରିଥିଲେ ?

ପାକିସ୍ତାନକୁ ଭାରତ ଆର୍ଥିକ ସହାୟତା ଦେବାକୁ ନେଇ ମହାତ୍ମା ଗାନ୍ଧିଙ୍କ ନିଷ୍ପତ୍ତିକୁ ଗଡ୍‌ସେ ବିରୋଧ କରୁଥିଲେ। ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ଦାବିରେ ଗାନ୍ଧିଜୀ ଉପବାସ ମଧ୍ୟ ରଖିଥିଲେ। ସେ ଭାବୁଥିଲେ ସରକାରଙ୍କ ମୁସଲିମ୍‌ଙ୍କ ପ୍ରତି ତୁଷ୍ଟିକରଣ ନୀତି ଗାନ୍ଧିଜୀଙ୍କ କାରଣରୁ ଥିଲା। ତାଙ୍କୁ ଲାଗୁଥିଲା ଭାରତ ବିଭାଜନ ଓ ଏହି ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଲକ୍ଷ ଲକ୍ଷ ହିନ୍ଦୁଙ୍କ ମୃତ୍ୟୁ ପାଇଁ ଗାନ୍ଧିଜୀ ଦାୟୀ ଥିଲେ।

ନାଥୁରାମଙ୍କ ଆଦର୍ଶ ଥିଲେ ଗାନ୍ଧିଜୀ

ନାଥୁରାମଙ୍କ ପ୍ରଥମ ଆଦର୍ଶ ଥିଲେ ଗାନ୍ଧିଜୀ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହୋଇ ନାଥୁରାମ ଜେଲ୍‌ ଯାଇଥିଲେ। ହେଲେ ଦେଶ ବିଭାଜନ ପରେ ତାଙ୍କ ମନରେ ଗାନ୍ଧିଜୀଙ୍କ ପ୍ରତି ବିଦ୍ୱେଷ ବଢ଼ିବାରେ ଲାଗିଥିଲା।

Related story