ଡରିଗଲେ? ଛାତ୍ର ସଂସଦ ନିର୍ବାଚନ ବାତିଲ ପଛର କାରଣ କ’ଣ?

କେତେକ ପ୍ରସିଦ୍ଧ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରାଜୟ ଆଶଙ୍କା କରି ଶାସକ ଦଳ ପ୍ରରୋଚନାରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି ବୋଲି ବିରୋଧୀ ବିଜେପି ଅଭିଯୋଗ କରୁଥିବାବେଳେ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଲିଙ୍ଗଡ଼ୋ କମିଶନ ସୁପାରିଶର ପରିପନ୍ଥୀ ବୋଲି ଜଣାପଡ଼ିଛି। କେବଳ ହିଂସାକାଣ୍ଡ ସୃଷ୍ଟିର ଆଶଙ୍କା ଥିଲେ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ ଲିଙ୍ଗଡ଼ୋ କମିଶନଙ୍କ ସୁପାରିଶ ଥିଲାବେଳେ ଚଳିତ ବର୍ଷ ଓଡ଼ିଶା ଛାତ୍ର ସଂସଦ ନିର୍ବାଚନକୁ ଛାତ୍ରଛାତ୍ରୀମାନଙ୍କର ‘ବୃହତ୍ତର ସ୍ୱାର୍ଥ’ ଦୃଷ୍ଟିରୁ […]

vote

vote

Debendra Prusty
  • Published: Saturday, 24 August 2019
  • Updated: 24 August 2019, 06:29 PM IST

Sports

Latest News

କେତେକ ପ୍ରସିଦ୍ଧ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରାଜୟ ଆଶଙ୍କା କରି ଶାସକ ଦଳ ପ୍ରରୋଚନାରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି ବୋଲି ବିରୋଧୀ ବିଜେପି ଅଭିଯୋଗ କରୁଥିବାବେଳେ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଲିଙ୍ଗଡ଼ୋ କମିଶନ ସୁପାରିଶର ପରିପନ୍ଥୀ ବୋଲି ଜଣାପଡ଼ିଛି। କେବଳ ହିଂସାକାଣ୍ଡ ସୃଷ୍ଟିର ଆଶଙ୍କା ଥିଲେ ଛାତ୍ର ସଂସଦ ନିର୍ବାଚନ ବାତିଲ କରିବାକୁ ଲିଙ୍ଗଡ଼ୋ କମିଶନଙ୍କ ସୁପାରିଶ ଥିଲାବେଳେ ଚଳିତ ବର୍ଷ ଓଡ଼ିଶା ଛାତ୍ର ସଂସଦ ନିର୍ବାଚନକୁ ଛାତ୍ରଛାତ୍ରୀମାନଙ୍କର ‘ବୃହତ୍ତର ସ୍ୱାର୍ଥ’ ଦୃଷ୍ଟିରୁ ନିର୍ବାଚନ ବାତିଲ ହେଲା ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ଏକାଦିକ୍ରମେ ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ଛାତ୍ର ସମାଜର ‘ବୃହତ୍ତର ସ୍ୱାର୍ଥ’ କଥା ମନେ ପକେଇବା ପଛରେ ଏହି ଦଳର ‘ବୃହତ୍ତର ସ୍ୱାର୍ଥ’ ରହିଥିବା ଅଭିଯୋଗ ହୁଏ।

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି ରାଜ୍ୟର ବିଜୁ ଜନତା ଦଳ ସରକାର। ଗତ ବର୍ଷ ପ୍ରଥମ ଦଫାରେ ହିଂସା ଓ ଗଣ୍ଡଗୋଳ ଆଶଙ୍କାରେ ସରକାର ପ୍ରଥମ ପର୍ଯ୍ୟାୟରେ ୩୫ଟି କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ କରିଥିଲେ। ଅନ୍ୟ ପ୍ରାୟ ୫୦୦ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅକ୍ଟୋବର ୧୧ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଘୋଷିତ କାର୍ଯ୍ୟନିର୍ଘଣ୍ଟ ଅନୁସାରେ ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଅଧିକାଂଶ କଲେଜରେ ପ୍ରାର୍ଥୀପତ୍ର ଦାଖଲ, ପ୍ରଚାର ଓ ହ୍ବାଇ ଆଇ ଷ୍ଟାଣ୍ଡ ମିଟିଂ ଶେଷ ହୋଇଥିଲା। ଏହି ସମୟରେ ହଠାତ ସରକାର ତିତିଲି ବାତ୍ୟାକୁ ଆଳ କରି ନିର୍ବାଚନ ବାତିଲ କଲେ। ସରକାରୀ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୧ ଓ ୧୨ ତାରିଖ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଗଲା। ତିତିଲି ସମଗ୍ର ଓଡ଼ିଶାରେ ମାଡ଼ କରିବାର ନଥିଲା।

ଚଳିତ ବର୍ଷ ଏଯାଏଁ ରାଜ୍ୟର କୌଣସି କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ କେନ୍ଦ୍ର କରି କୌଣସି ପ୍ରକାର ହିଂସାକାଣ୍ଡ ଘଟିନାହିଁ। ସେପ୍ଟେମ୍ବର ଓ ଅକ୍ଟୋବର ମାସର କେଉଁ କେଉଁ ତାରିଖରେ କେଉଁ କେଉଁ ଘୂର୍ଣ୍ଣିବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହେବ ତାହା ମଧ୍ୟ ଜଣାପଡ଼ି ନାହିଁ। କିନ୍ତୁ ରାଜ୍ୟ ସରକାର ଛାତ୍ର ସମାଜର ‘ବୃହତ୍ତର ସ୍ୱାର୍ଥ’ ବାହାନାରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ସଂକ୍ରାନ୍ତରେ ଲିଙ୍ଗଡ଼ୋ କମିଶନ କରିଥିବା ସୁପାରିଶ ଅନୁସାରେ ପ୍ରସ୍ତୁତ ହୋଇଥିବା ନିୟମ ଦୃଷ୍ଟିରୁ କେବଳ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭାବନା ନଥିଲେ କୌଣସି କଲେଜ ବା ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବ। ତେବେ ଶିକ୍ଷାନୁଷ୍ଠାନ ପରିସରକୁ ହିଂସାମୁକ୍ତ ରଖିବା ଓ ଛାତ୍ର ସଂସଦ ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳିତ କରିବାର ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର।

[caption id="attachment_424829" align="aligncenter" width="750"]abvp ସରକାରଙ୍କ ନିଷ୍ପତ୍ତିକୁ ଏବିଭିପିର ବିରୋଧ[/caption]

ହିଂସାକୁ ବାହାନା କଲେ ରାଜ୍ୟ ସରକାରଙ୍କ ଦୁର୍ବଳତା ପଦାରେ ପଡ଼ିବ କିମ୍ବା ବିପକ୍ଷଙ୍କ ସମାଲୋଚନା ପାଇଁ ସୁଯୋଗ ମିଳିଯିବ। ଏଇ ଆଶଙ୍କା କରି ରାଜ୍ୟ ସରକାର ଏଥର ଛାତ୍ର ସମାଜର ‘ବୃହତ୍ତର ସ୍ୱାର୍ଥ’କୁ ଆଳ କରି ନିର୍ବାଚନ ବାତିଲ କରିଛନ୍ତି। ଏ ‘ବୃହତ୍ତର ସ୍ୱାର୍ଥ’ଟି କ’ଣ ଅବଶ୍ୟ ତାହା ଫେଡ଼ି କୁହାଯାଇ ନାହିଁ। ଛାତ୍ର ସମାଜର ଶୈକ୍ଷିକ ବିକାଶ ଯଦି ‘ବୃହତ୍ତର ସ୍ୱାର୍ଥ’, ତେବେ ସେଥିରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଧରାଯିବ। କାରଣ ଅଧ୍ୟକ୍ଷ ଓ ଅଧ୍ୟାପକ ସ୍ତରରେ ବ୍ୟାପକ ପଦବୀ ଖାଲି ପଡ଼ିଥିବାରୁ ରାଜ୍ୟରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ପଙ୍ଗୁ ହୋଇଯାଇଛି। ଅନେକ କଲେଜ ଶିକ୍ଷକ ଗୋଷ୍ଠୀ ବର୍ଷ ତମାମ ଆନ୍ଦୋଳନରେ ମାତି ପାଠପଢ଼ା ପ୍ରତି ଧ୍ୟାନ ଦେଉନଥିବାବେଳେ ଶାସକ ଦଳ ଦ୍ୱାରା ପ୍ରଭାବିତ ହୋଇ ଅନେକ କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନିଜନିଜର ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ବ୍ରତୀ ନହୋଇ ରାଜନୀତିକ ଚାକିରିଆ ହେବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତାହା ନିଶ୍ଚୟ ଛାତ୍ର ସମାଜର ‘ବୃହତ୍ତର ସ୍ୱାର୍ଥ’ ନୁହେଁ। ପ୍ରଶ୍ନପତ୍ର ପ୍ରଘଟ, ମୂଲ୍ୟାୟନ ତ୍ରୁଟି, ଟ୍ୟୁସନ ଫି ବୃଦ୍ଧି, ଶିକ୍ଷାନୁଷ୍ଠାନରେ ରାଜନୀତିକ ହସ୍ତକ୍ଷେପ, ପରିସରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ, ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ଓ ବାର୍‌ ଖୋଲିବା ଅନୁମତି, ଛାତ୍ର ସଂସଦ ନିର୍ବାଚନରେ କଳାଟଙ୍କାର ପ୍ରାବଲ୍ୟ ଆଦି ଅନେକ ଘଟଣା ରାଜ୍ୟ ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥ ବିରୋଧୀ ହୋଇଥିଲେ ହେଁ, ତାହା ଦୂର କରିବାକୁ ସରକାର କୌଣସି ଉଦ୍ୟମ କରିନାହାନ୍ତି। ଅଧିକନ୍ତୁ ପୂର୍ବତନ ଛାତ୍ରନେତା ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ପାଣିଗ୍ରାହୀ ଓ ଅରୁଣ ସାହୁଙ୍କ ପରି ଛାତ୍ରନେତାମାନଙ୍କୁ ଦଳ ଓ ସରକାରରେ ଗୁରୁତ୍ୱ ଦେଇ ରାଜ୍ୟର ଛାତ୍ର ସମାଜକୁ ଶାସକ ଦଳ କବ୍‌ଜା କରିଯାଇଛି। ସଂଯୋଗକ୍ରମେ ଏହି ତିନି ଜଣଙ୍କୁ ଭିନ୍ନ ଭିନ୍ନ ସମୟରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ପଦ ମିଳିଛି।

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଏବଂ ଏବିଭିପି ପକ୍ଷରୁ ଜାରି ଦୁଇଟି ପ୍ରେସ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବାତିଲ କରି ରାଜ୍ୟ ଛାତ୍ର ସମାଜର ମୌଳିକ ଅଧିକାର ଉଲ୍ଲଙ୍ଘନ କରିଛନ୍ତି। ଏବିଭିପିର ଶଶିକାନ୍ତ ମିଶ୍ର ସିଧାସଳଖ କହିଛନ୍ତି ଯେ ପରାଜୟ ଆଶଙ୍କାରେ ଶାସକ ଦଳ ଏହି ନିଷ୍ପତ୍ତି ଗ୍ରହଣ କରିଛି। ସେହିପରି ଯୁବମୋର୍ଚ୍ଚାର ଟଙ୍କଧର ତ୍ରିପାଠୀ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ଛାତ୍ର କଂଗ୍ରେସ ବା ଏନଏସୟୁଆଇ ଏବଂ ଦୁଇ ବାମପନ୍ଥୀ ଛାତ୍ର ସଂଗଠନ ଏସଏଫଆଇ ଓ ଏଆଇଏସଏଫ ପକ୍ଷରୁ ମଧ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। ତେବେ ବିଜୁ ଛାତ୍ର ଜନତା ଦଳ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛି।

କେନ୍ଦ୍ର ସରକାରଙ୍କ କାଶ୍ମୀର କାର୍ଯ୍ୟକ୍ରମ ବା ୩୭୦ ଧାରାରେ ସଂଶୋଧନ ନେଇ ସମଗ୍ର ଦେଶରେ ଏବେ ଦେଶପ୍ରେମର ବାତାବରଣ ସୃଷ୍ଟି ହୋଇଛି। ଏହା ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଥାଇପାରେ ବା ନଥାଇପାରେ। ତେବେ ଏହି ବାତାବରଣ ଭିତରେ କଲେଜ ନିର୍ବାଚନ ହେଲେ ଛାତ୍ରଗୋଷ୍ଠୀ ତଦନୁସାରେ ଭୋଟ୍‌ ଦେବାର ସମ୍ଭାବନା ରହିଛି ବୋଲି ବିଶ୍ବାସ କରାଯାଉଛି। ଏହି ବିଶ୍ୱାସ ବିଜେଡିର ଚାଣକ୍ୟମାନଙ୍କୁ କଲେଜ ନିର୍ବାଚନ ବାତିଲ ନିଷ୍ପତ୍ତି ନେବାକୁ ପ୍ରେରିତ କରିଛି ବୋଲି ଏବିଭିପି ଓ ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story