ଯୁବତୀଙ୍କ ସହ ମୋବାଇଲରେ କ’ଣ ଦେଖୁଛି ଗରିଲା ? ଲାଗୁଛି ଭାରି ଖୁସି

ଅଜବ ଗଜବ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଉଛନ୍ତି। ଆମେରିକାର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଗରିଲା ଜଣେ ଯୁବତୀଙ୍କ ସହ ବସି ତାଙ୍କ ମୋବାଇଲ୍‌ରେ କିଛି ଦେଖୁଛି। ଯୁବତୀ ଜଣଙ୍କ ଏକ ଚିଡିଆଖାନା ବୁଲିବା ବେଳେ ଏକ ଗରିଲା ଏନ୍‌କ୍ଲୋଜରକୁ ଯାଇଥିଲେ। ସେଠାରେ ସେ ଗରିଲା ସହ ମିଶି ଭିଡିଓ ଦେଖିଥିଲେ। ଭିଡିଓଟି ଗରିଲାକୁ ଏତେ ଭଲ […]

gorilla

gorilla

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 09:31 AM IST

Sports

Latest News

ଅଜବ ଗଜବ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଉଛନ୍ତି। ଆମେରିକାର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଗରିଲା ଜଣେ ଯୁବତୀଙ୍କ ସହ ବସି ତାଙ୍କ ମୋବାଇଲ୍‌ରେ କିଛି ଦେଖୁଛି।

ଯୁବତୀ ଜଣଙ୍କ ଏକ ଚିଡିଆଖାନା ବୁଲିବା ବେଳେ ଏକ ଗରିଲା ଏନ୍‌କ୍ଲୋଜରକୁ ଯାଇଥିଲେ। ସେଠାରେ ସେ ଗରିଲା ସହ ମିଶି ଭିଡିଓ ଦେଖିଥିଲେ। ଭିଡିଓଟି ଗରିଲାକୁ ଏତେ ଭଲ ଲାଗିଥିଲା ଯେ, ସେ ମନଧ୍ୟାନ ଦେଇ ତାକୁ ଦେଖିବାକୁ ଲାଗିଥିଲା। ମଜାଦାର କଥା ହେଲା ଭିଡିଓ ଦେଖିବାକୁ ବେଳେ ଗରିଲାଟି ବହୁତ ଖୁସି ଥିବା ଜଣାପଡୁଛି। ଗରିଲା ସହ ଯୁବତୀଙ୍କ ଏହି ବିଶେଷ ମୁହୂର୍ତ୍ତକୁ ତାଙ୍କ ବନ୍ଧୁ କଏଦ କରିଥିଲେ। ପରେ ଯୁବତୀ ଜଣଙ୍କ ଉକ୍ତ ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଫଟୋକୁ ୯୦୦ରୁ ଅଧିକ ଲାଇକ୍‌ ମିଳିସାରିଛି। ଏହାସହ ଅନ୍ୟ ସୋସିଆଲ ମିଡିଆରେ ମଧ୍ୟ ଏହା ବହୁତ ସେୟାର ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos