ହିନ୍ଦୁ ବ୍ରହ୍ମଚାରୀଙ୍କ ଶରଣରେ ମୁସଲମାନ୍ ମହିଳା: ତିନ ତଲାକରୁ ରକ୍ଷା ପାଇବାକୁ ପଢୁଛନ୍ତି ହନୁମାନ ଚାଳିଶା

ବାରଣାସୀ: ଏବେ ମୁସଲମାନ୍ ମହିଳାଙ୍କୁ ତିନି ତଲାକ୍‌ରୁ ରକ୍ଷା କରିବେ ସଙ୍କଟମୋଚନ ହନୁମାନ। ସେଥିପାଇଁ ମନ୍ଦିରରେ ହନୁମାନ ଚାଳିଶା ପଢି ଚାଲିଛନ୍ତି କିଛି ମହିଳା। ଧର୍ମର ଭେଦଭାବ ଭୁଲି ମସ୍‌ଜିଦ ଛାଡ଼ି ଚାଲି ଆସିଛନ୍ତି ମନ୍ଦିରକୁ। ସାଧାରଣତଃ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକ ସଂକଟରୁ ମୁକୁଳିବା ପାଇଁ ପବନପୁତ୍ର ହନୁମାନଙ୍କୁ ସ୍ମରଣ କରିଥାଏ। ତେଣୁ ହନୁମାନଙ୍କ ଅନ୍ୟ ନାମ ସଙ୍କଟମୋଚନ। ତେବେ ମୁସଲମାନ ଧର୍ମର କେହି ହନୁମାନ ଚାଳିଶା ପାଠ କରିଥିବାର ଶୁଣିଛନ୍ତି କି? ଆଶ୍ଚଯ୍ୟ […]

hanuman

hanuman

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 05:03 PM IST

Sports

Latest News

ବାରଣାସୀ: ଏବେ ମୁସଲମାନ୍ ମହିଳାଙ୍କୁ ତିନି ତଲାକ୍‌ରୁ ରକ୍ଷା କରିବେ ସଙ୍କଟମୋଚନ ହନୁମାନ। ସେଥିପାଇଁ ମନ୍ଦିରରେ ହନୁମାନ ଚାଳିଶା ପଢି ଚାଲିଛନ୍ତି କିଛି ମହିଳା। ଧର୍ମର ଭେଦଭାବ ଭୁଲି ମସ୍‌ଜିଦ ଛାଡ଼ି ଚାଲି ଆସିଛନ୍ତି ମନ୍ଦିରକୁ। ସାଧାରଣତଃ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକ ସଂକଟରୁ ମୁକୁଳିବା ପାଇଁ ପବନପୁତ୍ର ହନୁମାନଙ୍କୁ ସ୍ମରଣ କରିଥାଏ। ତେଣୁ ହନୁମାନଙ୍କ ଅନ୍ୟ ନାମ ସଙ୍କଟମୋଚନ।

ତେବେ ମୁସଲମାନ ଧର୍ମର କେହି ହନୁମାନ ଚାଳିଶା ପାଠ କରିଥିବାର ଶୁଣିଛନ୍ତି କି? ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ଏହିପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ବାରଣାସୀର ଏକ ହନୁମାନ ମନ୍ଦିରରେ।

ତ୍ରେତୟା ଯୁଗରେ ମାତା ସୀତାଙ୍କୁ ରକ୍ଷା କରିବାକୁ ଯାଇ ପୂରା ଲଙ୍କ।କୁ କ୍ଷଣିକରେ ଧ୍ୱଂସ କରିଥିଲେ ସଙ୍କଟମୋଚନ ହନୁମାନ। ଏହି ବିଶ୍ୱାସ ହିଁ ଟାଣି ଆଣିଛି କିଛି ମୁସଲମାନ ମହିଳାଙ୍କୁ ହନୁମାନ ମନ୍ଦିରକୁ। କିଛି ଦିନ ଧରି ତିନି ତଲାକ ପ୍ରଥାକୁ ଘୋର ବିରୋଧ କରୁଛନ୍ତି ମୁସଲମାନ ମହିଳା। ଏବେ ଏହି ଘଟଣା ସୁପ୍ରିମକୋର୍ଟର ଚାରିକାନ୍ଥ ଭିତରେ ଘୂରି ବୁଲୁଥିବା ବେଳେ ଏହି ପୁରୁଣା ପ୍ରଥାରୁ ମୁକ୍ତି ପାଇବା ପାଇଁ ମୁସଲମାନ ମହିଳା ନେଇଛନ୍ତି ହନୁମାନଙ୍କ ଆଶ୍ରୟ। କିଛି ମୁସଲମାନ ମହିଳା ବାରାଣାସୀରେ ଥିବା ଏକ ହନୁମାନ ମନ୍ଦିରରେ ୧୦୦ ଥର ହନୁମାନ ଚାଳିଶା ପାଠ କରିଛନ୍ତି।

Courtesy- Times of india

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos