କାଲିର ସ୍ୱର୍ଣ୍ଣରାଣୀ ଆଜି ଅବହେଳିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ରାଜ୍ୟରେ କ୍ରୀଡ଼ା ପ୍ରତିଭାର ଅଭାବ ନାହିଁ। ଏହି ଲୁକ୍କାୟିତ ପ୍ରତିଭାକୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ଉପଯୁକ୍ତ ସମୟରେ ଭିତ୍ତିଭୂମି ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଇଚ୍ଛାଶକ୍ତି ଥିବା ଦରକାର। ବିଗତ ଦିନରେ ଓଡ଼ିଶା ପାଇଁ ଅନେକ କ୍ରୀଡ଼ାବିତ୍ ବିପୁଳ ସଫଳତା ପାଇଛନ୍ତି। କିନ୍ତୁ ଏହି ସଫଳତାର ପାଉଣା ସେମାନଙ୍କୁ ମିଳିପାରିନାହିଁ। ଆଜି ଆମେ ଏମିତି ଜଣେ କ୍ରୀଡ଼ାବିତଙ୍କ କଥା କହିବାକୁ ଯାଉଛୁ, ଯିଏ ବିଗତ ଦିନରେ ରାଜ୍ୟ ପାଇଁ ଖୁବ୍ […]

soubhagini

soubhagini

Ranjit Kumar Jena
  • Published: Monday, 12 August 2019
  • Updated: 12 August 2019, 07:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ରାଜ୍ୟରେ କ୍ରୀଡ଼ା ପ୍ରତିଭାର ଅଭାବ ନାହିଁ। ଏହି ଲୁକ୍କାୟିତ ପ୍ରତିଭାକୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ଉପଯୁକ୍ତ ସମୟରେ ଭିତ୍ତିଭୂମି ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଇଚ୍ଛାଶକ୍ତି ଥିବା ଦରକାର। ବିଗତ ଦିନରେ ଓଡ଼ିଶା ପାଇଁ ଅନେକ କ୍ରୀଡ଼ାବିତ୍ ବିପୁଳ ସଫଳତା ପାଇଛନ୍ତି। କିନ୍ତୁ ଏହି ସଫଳତାର ପାଉଣା ସେମାନଙ୍କୁ ମିଳିପାରିନାହିଁ। ଆଜି ଆମେ ଏମିତି ଜଣେ କ୍ରୀଡ଼ାବିତଙ୍କ କଥା କହିବାକୁ ଯାଉଛୁ, ଯିଏ ବିଗତ ଦିନରେ ରାଜ୍ୟ ପାଇଁ ଖୁବ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି, କିନ୍ତୁ ସମୟର ସୁଅରେ ହଜିଯାଇଛନ୍ତି। ସେ ହେଉଛନ୍ତି ସୌଭାଗିନୀ ପ୍ରଧାନ।

୧୯୭୨ରେ ରାଉରକେଲାରେ ଜନ୍ମିତ ସୌଭାଗିନୀ ଏକାଥରକେ ତିନୋଟି ଇଭେଣ୍ଟ ଯଥା ଆଥଲେଟିକ୍ସ, ଶକ୍ତିଉତ୍ତୋଳନ ଏବଂ ଭାରୋତ୍ତୋଳନରେ ରାଜ୍ୟ ତରଫରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି। ଏହି ତିନୋଟି ଇଭେଣ୍ଟ ମଧ୍ୟରୁ ଶକ୍ତିଉତ୍ତୋଳନ ଓ ଭାରୋତ୍ତୋଳନରେ ସୌଭାଗିନୀ ଜାତୀୟ ସ୍ତରରେ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି। ସେ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ଓଡ଼ିଶା ପାଇଁ ଏକାଧିକ ସ୍ୱର୍ଣ୍ଣ,ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ମଧ୍ୟ ଜିତିଛନ୍ତି। ଏହାବାଦ୍ ସେ ଦୁଇଥର ଜାତୀୟ ରେକର୍ଡର ଅଧିକାରୀ ମଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଏହିସବୁ ସଫଳତା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିନଥିଲା।

ରାଜ୍ୟ ସରକାରଙ୍କଠାରୁ ଦୁଇଥର ସମ୍ବର୍ଦ୍ଧିତ ହୋଇସାରିଥିବା ସୌଭାଗିନୀ ଆଜି ଅବହେଳିତ। ପ୍ରତିଶ୍ରୁତି ସତ୍ତ୍ୱେ ସରକାରୀ ଚାକିରି ନମିଳିବା ସୌଭାଗିନୀଙ୍କୁ ବହୁତ ନିରାଶ କରିଥିଲା, ଯେଉଁକାରଣରୁ ସେ ସବୁଦିନ ପାଇଁ ନିଜର ପ୍ରିୟ ଖେଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ବିଗତ ଦିନର ଏହି ଚାମ୍ପିଅନ୍ କ୍ରୀଡ଼ାବିତ୍ ଆଜି ଘରେ ସିଲେଇ କାମ କରୁଛନ୍ତି। ସିଲେଇ ତାଙ୍କର ପେସା ହୋଇନଥିଲେ ବି ବିବାହ ପରେ ସେ ଏହାକୁ ଆପଣାଇଥିଲେ। ଆଉ ଏବେ ଶ୍ୱଶୁର ଘରର ପ୍ରତିବନ୍ଧକ ତଳେ ଆଜି ଲୁଚିଯାଇଛି ତାଙ୍କର ସବୁ ପ୍ରତିଭା।

ରବିବାର ଭୁବନେଶ୍ୱରରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୌଭାଗିନୀଙ୍କୁ ସାକ୍ଷାତ କରିଥିଲା ଓଡ଼ିଶା ରିପୋର୍ଟର୍।

ପ୍ର: ସରକାରଙ୍କ ତରଫରୁ ସହାୟତା ମିଳିଛି କି?

ଉ: ମୋତେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଥର ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରତିଥର ମୋତେ ସରକାରୀ ଚାକିରି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ,ତାହା ପୂରଣ ହୋଇପାରିନଥିଲା। ଏହା ମୋତେ ବହୁତ ନିରାଶ କରିଥିଲା, ଯେଉଁ କାରଣରୁ ମୁଁ ୨୦୦୪ରେ ଖେଳ ଛାଡ଼ିବାକୁ ବାଧ୍ୟ ହେଲି।

ପ୍ର: ଆଗକୁ ପ୍ରଶିକ୍ଷଣ ଦେବେ କି?

ଉ: ଯେହେତୁ ମୁଁ ଜଣେ କ୍ରୀଡ଼ାବିତ୍, ତେଣୁ କ୍ରୀଡ଼ା କ୍ଷେତ୍ରରେ ସର୍ବଦା ଯୋଗଦାନ କରିବାକୁ ଚାହିଁବି । ମୁଁ ଦୀର୍ଘ ୧୫ ବର୍ଷ ହେବ ଖେଳଠାରୁ ଦୂରେଇ ରହିଛି। ତେଣୁ କ୍ରୀଡ଼ା ପ୍ରତି ମୋର ପୂର୍ବଭଳି ସେଭଳି ଟଚ୍ ଆଉ୍ ନାହିଁ। କିନ୍ତୁ ମୋତେ ସୁଯୋଗ ମିଳିଲେ, ନିଶ୍ଚିତ ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବି।

ପ୍ର: କେଉଁ ଖେଳରେ ପ୍ରଶିକ୍ଷଣ ଦେବାକୁ ଚାହାନ୍ତି?

ଉ: ଆଥଲେଟିକ୍ସ ଅପେକ୍ଷା ଶକ୍ତିଉତ୍ତୋଳନ ଏବଂ ଭାରୋତ୍ତୋଳନରେ ମୁଁ ଅଧିକ ସଫଳତା ହାସଲ କରିଛି। ଏହି ଦୁଇଟି ଗେମରେ ଯଦି ସୁଯୋଗ ମିଳେ, ତାହେଲେ ନିଶ୍ଚୟ କୋଚିଂ ଦେବି । ଉଭୟ ଶକ୍ତିଉତ୍ତୋଳନ ଓ ଭାରୋତ୍ତୋଳନ ଆଇରନ୍ ଗେମ୍ସ। ଏହି ଦୁଇଟି ଗେମ୍ସରେ କିଛି ସମାନତା ମଧ୍ୟ ରହିଛି। ତେଣୁ ଯଦି କେହି ଯୁବ ପ୍ରତିଭା ଚାହିଁବେ, ତାହେଲେ ମୁଁ ନିଶ୍ଚିତ ସହାୟତା କରିବି।

ପ୍ର: ଏବେ କ'ଣ କରୁଛନ୍ତି?

ଉ: ଖେଳ ଛାଡ଼ିବା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ପଡ଼ିଯାଇଥିଲି। ତେବେ ୨୦୦୮ରେ ମୋର ବିବାହ ହୋଇଥିଲା। ଶାଶୂଘରେ ଯେତେବେଳେ କୌଣସି କାମ ନଥାଏ, ମୁଁ ସିଲେଇ କାମ କରେ। କିନ୍ତୁ ସିଲେଇ କରିବା ମୋର ପେସା ନୁହେଁ। କେବଳ ଖାଲି ସମୟରେ କିମ୍ବା ବାହାରୁ କୌଣସି ଅର୍ଡର ଆସିଲେ ମୁଁ ସିଲେଇ କାମ କରିଥାଏ।

ପ୍ର: ସଫଳତା ପଛରେ କିଏ?

ଉ: ମୋ ସଫଳତା ପଛରେ କୋଚ୍ ଅଶୋକ ପ୍ରସାଦଙ୍କ ଭୂମିକା ରହିଛି। ସେ ମୋତେ ବିନା ପ୍ରାପ୍ୟରେ କୋଚିଂ ଦେଇଥିଲେ। କାରଣ, ସେତେବେଳେ ଅଶୋକ ସାର୍ ସ୍ୱଇଚ୍ଛାରେ ପିଲାମାନଙ୍କୁ କୋଚିଂ ଦିଅନ୍ତି। ଆଜି ବି ସେ ଚାକିରିକୁ ବ୍ରେକ୍ ପାଇଲେ, ପିଲାମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି। ଯଦି ସେ ମୋତେ କୋଚିଂ ଦେଇନଥାନ୍ତେ, ତାହେଲେ ମୁଁ ଜାତୀୟସ୍ତରରେ ଏତେ ସଫଳତା ଆଣିପାରିନଥାନ୍ତି। ଏବେ ବି ରାଉରକେଲାରେ କୋଚିଂ ପାଇଁ ସେଭଳି ସୁବିଧା ନାହିଁ। ବିଶେଷକରି ଭାରୋତ୍ତୋଳନ ଓ ଶକ୍ତିଉତ୍ତୋଳନ ପାଇଁ କୌଣସି କୋଚ୍ ନାହାନ୍ତି।

ସୌଭାଗିନୀଙ୍କ କ୍ୟାରିୟର୍

ସୌଭାଗିନୀ ରାଜ୍ୟ ଓ ଜାତୀୟ ସ୍ତରରେ ଏକାଧିକ ସଫଳତା ପାଇଛନ୍ତି। ନିଜର ୯ ବର୍ଷର କ୍ୟାରିୟରରେ ସୌଭାଗିନୀ ଅନେକଥର ଜାତୀୟ ରେକର୍ଡ ମଧ୍ୟ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୯୯୬ରେ କୋଲକାତାରେ ଆୟୋଜିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ସେ ୬୪ କେଜି ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଥିବା ବେଳେ ସେହିବର୍ଷ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟରେ ଅନୁଷ୍ଠିତ ଇଷ୍ଟର୍ଣ୍ଣ ଇଣ୍ଡିଆ ଭାରୋତ୍ତୋଳନ ପ୍ରତିଯୋଗିତାରେ ସେ ୫୯ କେଜି ବର୍ଗରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ।

ଏହାବାଦ୍ ଶକ୍ତିଉତ୍ତୋଳନରେ ମଧ୍ୟ ସେ ବେଶ୍ ସଫଳତା ହାସଲ କରିଛନ୍ତି। ୨୦୦୦ ମସିହାରେ ଜାମଶେଦପୁରରେ ଅନୁଷ୍ଠିତ ଇଷ୍ଟର୍ଣ୍ଣ ଇଣ୍ଡିଆ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାର ସେ ୬୭.୫ କେଜି ବର୍ଗରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ, ୨୦୦୦ରେ ଜାମଶେଦପୁରରେ ଅନୁଷ୍ଠିତ ସବଜୁନିୟର ଜାତୀୟ ଶକ୍ତଉତ୍ତୋଳନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ, ୨୦୦୨ରେ ଓଡ଼ିଶାର ଟିଟିଲାଗଡ଼ରେ ଅନୁଷ୍ଠିତ ଫେଡେରେସନ୍ କପ୍ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ୭୫ କେଜି ବର୍ଗରେ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ହାସଲ କରି ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ। ସେହିପରି ୨୦୦୪ରେ ଉଦୟପୁରରେ ଆୟୋଜିତ ଜୁନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସେ ତୃତୀୟ ସ୍ଥାନରେ ବ୍ରୋଞ୍ଜ ପଦକ ହାସଲ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ଏହାଛଡ଼ା ସେ ଏକାଧିକ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story