ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ: ବିରୋଧୀଙ୍କ ଟାର୍ଗେଟରେ ୪ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ତ ସରକାରଙ୍କୁ ଘେରିବା ପାଇଁ ତୟାର ହୋଇଯାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ତା’ ସହିତ ସେମାନଙ୍କ ଟାର୍ଗେଟରେ ରହିବେ ୪ ଜଣ ମନ୍ତ୍ରୀ। ଏମାନେ ହେଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ କୃଷି, […]

dama-sanjay

dama-sanjay

Rakesh Mallick
  • Published: Monday, 30 November 2015
  • Updated: 30 November 2015, 03:44 PM IST

Sports

Latest News

dama-sanjayଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ତ ସରକାରଙ୍କୁ ଘେରିବା ପାଇଁ ତୟାର ହୋଇଯାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ତା’ ସହିତ ସେମାନଙ୍କ ଟାର୍ଗେଟରେ ରହିବେ ୪ ଜଣ ମନ୍ତ୍ରୀ। ଏମାନେ ହେଲେ

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ କୃଷି, ଚାଷୀ ଆତ୍ମହତ୍ୟା ଓ ରାସନକାର୍ଡକୁ ତାଙ୍କ ଦଳ ପ୍ରସଙ୍ଗ କରିବ। ଏହି ପ୍ରସଙ୍ଗଗୁଡ଼ିକ ସହିତ ଜଡ଼ିତ ବିଭାଗୀୟ ମନ୍ତ୍ରୀମାନଙ୍କୁ ଟାର୍ଗେଟ୍ କରାଯିବ। କାରଣ ଏମହି ମନ୍ତ୍ରୀମାନଙ୍କ କାର୍ଯ୍ୟ ବିବାଦୀୟ ହୋଇଛି। ଅତୀତରେ ବି ଏହି ମନ୍ତ୍ରୀମାନେ ବିବାଦୀୟ ହୋଇଛନ୍ତି ଓ ସେମାନଙ୍କୁ ଟାର୍ଗେଟ୍ କରାଯାଇଛି।

ରାଜ୍ୟରେ ୧୦୦ରୁ ଅଧିକ ଚାଷୀଙ୍କ ଆତ୍ମହତ୍ୟା ଓ ମରୁଡି ସ୍ଥିତିକୁ ନେଇ ଅଡୁଆରେ କୃଷି ବିଭାଗ। ପୁଣି ବିଭିନ୍ନ ସମୟରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନବାଜି ତାଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। କୃଷିମନ୍ତ୍ରୀ ବିଭିନ୍ନ ସ୍ଥାନରେ ବିରୋଧର ବି ସମ୍ମୁଖୀନ ହୋଇଛନ୍ତି। ତେବେ ଏନେଇ କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଚାଷୀଙ୍କ ପାଇଁ ୫ ହଜାର ୫ ଶହ କୋଟି ଟଙ୍କାର ଋଣ ଘୋଷଣା କରିଥିଲେ ସରକାର। ସମବାୟ ବିଭାଗ ମାଧ୍ୟମରେ ବଣ୍ଟାଯାଇଥିଲା ଏଇ ଟଙ୍କା। ତେବେ ବିରୋଧୀଙ୍କ ଅଭିଯୋଗ ଟଙ୍କା ପହଞ୍ଚିନାହିଁ ଚାଷୀଙ୍କ ପାଖରେ। ଏମିତି କି ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଥିଲେ। ତେବେ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ ପ୍ରସଙ୍ଗ ତ ବହୁତ ରହିଛି। କିନ୍ତୁ ବିରୋଧୀ ତ କେବେ ସେଗୁଡ଼ିକୁ ଉତଥାପନ କରିବାର ଦେଖିବାକୁ ମିଳେ ନାହିଁ। ଏଥର ଯଦି କରିବେ ତାହାଲେ ଭଲ କଥା। ସରକାରଙ୍କୁ ଟାର୍ଗେଟ୍ କରିବାକୁ ବିରୋଧୀଙ୍କର ସାମର୍ଥ୍ୟ ନାହିଁ। ତେଣୁ ସେମାନେ ମନ୍ତ୍ରୀମାନଙ୍କୁ ଟାର୍ଗେଟ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ସେ ବି ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଅଭିଯୋଗର ଜବାବ ସେ ଦେବେ।

ଫସଲହାନୀ ଓ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ଅଡୁଆରେ ରାଜସ୍ୱମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ଏସଆରସିଙ୍କ ରିପୋର୍ଟ ଅନୁସାରେ ରାଜ୍ୟରେ ଜଣେ ବି ଚାଷୀ ଫସଲହାନୀ ଓ ଋଣଭାର ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି। କିନ୍ତୁ ତାକୁ ଗ୍ରହଣ କରୁନାହାନ୍ତି ବିରୋଧୀ। ସେହିଭଳି ଭାଗଚାଷୀ ଓ ନାମମାତ୍ର ଚାଷୀ ଚିହ୍ନଟ ବି ହୋଇଛି ସମସ୍ୟା। ଏନେଇ ବିଜଶ୍ରୀ ରାଉତରାୟ କହିଛନ୍ତି ଯେ ସରକାର ବିରୋଧୀଙ୍କ ମୁକାବିଲା କରିବା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଗୃହରେ ଆଲୋଚନା ବେଳେ ସରକାର ସବୁ ପ୍ରସଙ୍ଗ ଉପରେ ପ୍ରକୃତ ତଥ୍ୟ ଉପସ୍ଥାପନ କରିବେ।

ଖାଦ୍ୟ ସୁରକ୍ଷା ଆଇନ ଲାଗୁ ପାଇଁ ହିତାଧିକାରୀ ଚୟନ ଓ ରାସନ୍ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ ନେଇ ଅଡୁଆରେ ଖାଦ୍ୟ ଯୋଗାଣ ମନ୍ତ୍ରୀ। କେବଳ ବିରୋଧୀ ନୁହେଁ, ଖୋଦ୍ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ମିଳି ନ ଥିବା ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ସଞ୍ଜୟଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story