ବିଜେଡି ବି ସ୍ପଷ୍ଟ କଲା ହେବନି ମେଂଟ, ସବୁ ଆସନରେ ଏକା ଲଢ଼ିବ

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ନିଜର ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

Pranab Prakash Das

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

Ordigital Desk
  • Published: Friday, 22 March 2024
  • Updated: 22 March 2024, 08:05 PM IST

Sports

Latest News

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଗତ ୧୬ଦିନ ଧରି ଜାରି ରହିଥିବା ଚର୍ଚ୍ଚାରେ ଆଜି ଉଭୟ ବିଜେପି ଓ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବିଜେପି ରାଜ୍ୟରେ ଏକାକୀ ସବୁ ଲୋକସଭା ଓ ବିଧାନସଭାରେ ଲଢ଼ିବ ବୋଲି ଘୋଷଣା କରିବାର ୪ଘଣ୍ଟା ପରେ ବିଜେଡି ମଧ୍ୟ ଅନୁରୂପ ଘୋଷଣା କରିଛି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ନିଜର ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଆସ୍ଥାରେ ବିଜେଡି ରାଜ୍ୟର ସେବା କରି ଆସୁଛି ଓ ଏବେ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି ଯାହା କେବେ ଆଗରୁ ହୋଇନଥିଲା। ଓଡ଼ିଶାବାର ଲୋକମାନଙ୍କ ସହାୟତାରେ ବିଜେଡି ସମସ୍ତ ୧୪୭ଟି ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ଲଢ଼ିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତୃତୀୟ ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ।

Also Read

ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତିର ବାସ୍ତବ ଭାବନା ଆଧାରରେ ବିଜେଡି ଓଡ଼ିଶାର ଲୋକ ଓ ସେମାନଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଜାରି ରଖିବ।

ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ହେଉଛି ଆମର ଲକ୍ଷ୍ୟ ଓ ଆମର ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହାକୁ ହାସଲ କରିବା ମାର୍ଗରେ ରହିଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କ ଏହି ସ୍ପଷ୍ଟୀକରଣ ପରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେଉନଥିବା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଅପରାହ୍ନରେ ବିଜେପି ରାଜ୍ୟରେ ଏକାକୀ ସମସ୍ତ ଆସନରେ ଲଢ଼ିବ ବୋଲି ଘୋଷଣା କରିଥିଲେ। ବିଗତ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ କୃତଜ୍ଞତା ଜଣାଇବାକୁ ଭୁଲି ନଥିଲେ।

ଠିକ୍ ସମାନ ଢଙ୍ଗରେ ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସ ମଧ୍ୟ  ଓଡ଼ିଶାର ଲୋକ ଓ ସେମାନଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତିର ଭାବନା ଆଧାରରେ ନିଷ୍ପତ୍ତି ନେବା ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story