ବିଜେଡି ଜିଲ୍ଲା ‘ପର୍ଯ୍ୟବେକ୍ଷକ’ରୁ ବାଦ୍ ପଡ଼ିଲେ ସମୀର, ଦେବାଶିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସାନି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରିଛି । ୨୦୨୧ ଜୁନ୍ ୨୬ ଜାରି ପର୍ଯ୍ୟବେକ୍ଷକ ତାଲିକାକୁ ରଦ୍ଦ କରି ୩୦ଟି ଜିଲ୍ଲା ପାଇଁ ୨୫ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦଳ ଦାୟିତ୍ୱ ଦେଇଛି । ତେବେ ବିବାଦରେ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମେତ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାସ ସିଂ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ପର୍ଯ୍ୟବେକ୍ଷକ […]

BJD

BJD

Ordigital Desk
  • Published: Thursday, 06 October 2022
  • Updated: 06 October 2022, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସାନି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରିଛି । ୨୦୨୧ ଜୁନ୍ ୨୬ ଜାରି ପର୍ଯ୍ୟବେକ୍ଷକ ତାଲିକାକୁ ରଦ୍ଦ କରି ୩୦ଟି ଜିଲ୍ଲା ପାଇଁ ୨୫ଜଣ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦଳ ଦାୟିତ୍ୱ ଦେଇଛି । ତେବେ ବିବାଦରେ ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମେତ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ, କଟକ ମେୟର ସୁବାସ ସିଂ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ହଟାଇ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଶାରଦା ନାୟକଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ  ଭାବେ ସାମିଲ କରାଯାଇଥିବାବେଳେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଚଳିତଥର ବି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ସ୍ଥାନ ମିଳିନଥିବା ଜଣାପଡ଼ିଛି ।

ବିଜେଡି ପକ୍ଷରୁ ଜାରି ପର୍ଯ୍ୟବେକ୍ଷକ ତାଲିକା ଅନୁସାରେ ପ୍ରଶାନ୍ତ କୁମାର ମୁଦୁଲି-ଅନୁଗୁଳ, ପ୍ରତାପ ଦେବ- ବାଲେଶ୍ୱର, ସୁଧୀର ସାମଲ-ବରଗଡ଼, ପ୍ରଣବ ବଳବନ୍ତରାୟ-ଭଦ୍ରକ, ସୁଶାନ୍ତ ସିଂ- ବଲାଙ୍ଗିର ଓ ଦେବଗଡ଼, ଉଷା ଦେବୀ-କଟକ, ପ୍ରମିଳା ମଲ୍ଲିକ- ଢ଼େଙ୍କାନାଳ ଓ ଖୋର୍ଦ୍ଧା, ଅତନୁ ସବ୍ୟସାଚୀ ନାୟକ- ଗଜପତି ଓ ରାୟଗଡ଼ା, ଅରୁଣ ସାହୁ- ଜଗତସିଂହପୁର, ବିଜୟ ନାୟକ- କନ୍ଧମାଳ, ପ୍ରଫୁଲ୍ଲ ମଲ୍ଲିକ- କେନ୍ଦ୍ରାପଡ଼ା, ପ୍ରଣବ ପ୍ରକାଶ ଦାସ- କେନ୍ଦୁଝର ଓ ମୟୂରଭଞ୍ଜ, ଦିବ୍ୟଶଙ୍କର ମିଶ୍ର- କୋରାପୁଟ ଓ ମାଲକାନଗିରି, ଈଶ୍ୱର ପାଣିଗ୍ରାହୀ -ନବରଙ୍ଗପୁର, ପଦ୍ମନାଭ ବେହେରା- ନୟାଗଡ଼ା, ଟୁକୁନି ସାହୁ- ନୂଆପଡ଼ା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ, ନଳିନୀକାନ୍ତ ପ୍ରଧାନ- ସମ୍ବଲପୁର, ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼, ନବକିଶୋର ଦାସ-କଳାହାଣ୍ଡି, ପ୍ରଦୀପ କୁମାର ଅମାତ୍‌- ଗଞ୍ଜାମ, ସୌଭାଗ୍ୟ ନାୟକ- ବୌଦ୍ଧ, ଅଶୋକ ଚନ୍ଦ୍ର ପଣ୍ଡା- ଯାଜପୁର, ଶାରଦା ନାୟକ- ଝାରସୁଗୁଡ଼ା ଓ ରୋହିତ ପୂଜାରୀ- ସୋନପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ତେବେ ଗତବର୍ଷର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ଅଧିକାଂଶ ନେତାଙ୍କୁ ସେମାନଙ୍କର ପୁରୁଣା ଜିଲ୍ଲା ଦିଆଯାଇଛି। ବିଜୟ ନାୟକଙ୍କୁ ଢେଙ୍କାନାଳ ଭଳି ବଡ଼ ଜିଲ୍ଲାରୁ କାଢ଼ି କନ୍ଧମାଳ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ମନ୍ତ୍ରୀ ଟୁକୁନି ସାହୁଙ୍କୁ ନୂଆପଡ଼ା ଓ ରୋହିତ ପୂଜାରୀଙ୍କୁ ସୋନପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନୂଆ କରି ଦାୟିତ୍ୱ ଦିଆଯାଇଛି ।

ତେବେ ଚନ୍ଦ୍ରସାରଥୀ- କୋରାପୁଟ ଓ ମାଲକାନଗିରି ଜିଲ୍ଲା, ଦେବାଶୀଷ- କେନ୍ଦ୍ରାପଡ଼ା, ସୁବାସ ସିଂ- ଝାରସୁଗୁଡ଼ା, ସମୀର ଦାଶ-ଜଗତସିଂହପୁର ଓ ତୁଷାରକାନ୍ତି ବେହେରାଙ୍କୁ-ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି।  ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ମନ୍ତ୍ରୀ ଶ୍ରୀ ଦାଶ ବିବାଦରେ ଥିବାରୁ ତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos