ଚାଷୀଙ୍କୁ ସାର ଯୋଗାଣ: ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଣ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସାର ଯୋଗାଣରେ କେନ୍ଦ୍ର ସରକାର ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି […]

Bjd-and-bjp-file-fir-against-each-other-over-manifesto-issues

Bjd-and-bjp-file-fir-against-each-other-over-manifesto-issues

Ordigital Desk
  • Published: Wednesday, 01 September 2021
  • Updated: 01 September 2021, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଣ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସାର ଯୋଗାଣରେ କେନ୍ଦ୍ର ସରକାର ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେଡି ନେତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ର ସରକାରଙ୍କ ଏଭଳି ଅବହେଳାକୁ କଡ଼ା ସମାଲୋଚନା କରିଥିଲେ। ଏହାପରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେଇଛନ୍ତି। ବିଜେଡି ପକ୍ଷରୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ଅନ୍ୟ କେତେକ ସ୍ଥାନରେ ଏଭଳି ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଥିଲା। ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ କୁମାର ରାଉତ ଓ ରାଜେନ୍ଦ୍ର ସାହୁଙ୍କ ଏକ ପ୍ରତିନିଧି ଦଳ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଏନେଇ ସ୍ମାରକପତ୍ର ଦେଇଥିଲା।

ସାର ଯୋଗାଣରେ କେନ୍ଦ୍ର ସରକାରଙ୍କ ବିଳମ୍ବ ପ୍ରତିବାଦରେ ବିଜେଡିର ଏଭଳି ବିକ୍ଷୋଭ ଓ ଧାରଣାକୁ ଆଜି କଡ଼ା ଭାଷାରେ ରାଜ୍ୟ ବିଜେପି ସମାଲୋଚନା କରିଛି। ବିଜେପି ନେତା ଗୋଲକ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ମରୁଡ଼ିର କରାଳ ଛାୟା ଥିବାବେଳେ ଆଲୋଚନାକୁ ନ ଆସି ନିଜ ଅପାରଗତା ଓ ସ୍ଥାଣୁତା ଲୁଚାଇବାକୁ ଯାଇ ଶାସକ ବିଜେଡି ଆଜି ପୁଣି ଆଉ ଗୋଟେ ନାଟକ କରିଛି। ସାର ପ୍ରସଙ୍ଗରେ ଧାରଣା ଦେଇ ମିଥ୍ୟାକୁ ସତ୍ୟରେ ପରିଣତ କରିବାର ହୀନ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ। ଖରିଫ ଋତୁ ପାଇଁ ଆବଶ୍ୟକୀୟ ପରିମାଣର ସାର ରାଜ୍ୟରେ ମହଜୁଦ ଅଛି ବୋଲି ସରକାରୀ ୱେବ୍‌ସାଇଟରେ ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ନିଜ ବିଫଳତାକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦି ଲୋକ ଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ରାଜ୍ୟ ସରକାରଙ୍କ ୱେବ୍‌ସାଇଟରେ ଉଲ୍ଲେଖ ତଥ୍ୟ ଅନୁସାରେ ରାଜ୍ୟରେ ୩.୧୦ଲକ୍ଷ ମେଟ୍ରିକ୍‌ ଟନ୍ ୟୁରିଆ ସାର ପାଇଁ ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ୩.୬୪ ଲକ୍ଷ ମେଟ୍ରିକ୍‌ ଟନ୍ ୟୁରିଆ ସାର ଯୋଗାଇ ସାରିଛନ୍ତି।

ସେହିପରି ଡିଏପି ସାର ୧.୮୫ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୧.୭୨ଲକ୍ଷ ମେଟ୍ରିକ ଟନ, ଏମଓପି ସାର ୦.୮୫ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ୦.୯୬ଲକ୍ଷ ମେଟ୍ରକ ଟନ୍‌; ଏମପିକେଏସ ସାର ୧.୮୨ ଲକ୍ଷ ମେଟ୍ରିକ ଟନ୍ ଆବଶ୍ୟକ ଥିବାବେଳେ ୨.୧୩ ଲକ୍ଷ ମେଟ୍ରିକ ଟନ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ସାରର କଳାବଜାରୀ ହେବା ସହ ଓଡ଼ିଶା ପାଇଁ ଆସୁଥିବା ସାର ପଡ଼ୋଶୀ ପଶ୍ଚିମବଙ୍ଗରେ ବିକ୍ରି ହେଉଛି। ମାର୍କଫେଡ୍‌, ଆଗ୍ରୋ ଏବଂ ପ୍ୟାକ୍ସମାନଙ୍କ ମଧୁଚନ୍ଦ୍ରିକାରେ ରାଜ୍ୟର କୃଷକମାନଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ବହୁ ଅଧିକ ମୂଲ୍ୟରେ ସାର ବିକ୍ରି ହେଉଛି। ପରିଚାଳନାଗତ ନିଜ ବିଫଳତାକୁ ଲୁଚାଇବା ପାଇଁ ଶାସକ ବିଜେଡି କେନ୍ଦ୍ର ଉପରେ ଦୋଷ ଲଦି ବିଭ୍ରାନ୍ତ କରିବାର ଅପଚେଷ୍ଟା ନିନ୍ଦନୀୟ ବୋଲି ବିଜେପି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos