ପ୍ରତିଦିନ ବିଜେପି ଅଭ୍ୟାସଗତ ମିଥ୍ୟା ଅଭିଯୋଗ କରୁଛି: ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ହିଂସାକାଣ୍ଡ ବୃଦ୍ଧି ପାଇବାକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବାବେଳେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୁଦ୍ଧରେ ବିଜେଡି ଫେରାଦ ହୋଇଛି। ଅଭ୍ୟାସଗତ ଭାବେ ମିଥ୍ୟ ଅଭିଯୋଗ କରିବା ସହ ନିୟମିତ ସାମ୍ବାଦିକ ସମ୍ମିଳନୀ ଓ ନିର୍ବାଚନ କମିଶନଙ୍କ ପାଖକୁ ଯାଇ ବିଜେପି ନିଜର ପରାଜୟ ପାଇଁ ଏବେଠୁ ବାହାନା ଖୋଜୁଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର […]

bjd

bjd

Ordigital Desk
  • Published: Monday, 12 April 2021
  • Updated: 12 April 2021, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ହିଂସାକାଣ୍ଡ ବୃଦ୍ଧି ପାଇବାକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବାବେଳେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୁଦ୍ଧରେ ବିଜେଡି ଫେରାଦ ହୋଇଛି। ଅଭ୍ୟାସଗତ ଭାବେ ମିଥ୍ୟ ଅଭିଯୋଗ କରିବା ସହ ନିୟମିତ ସାମ୍ବାଦିକ ସମ୍ମିଳନୀ ଓ ନିର୍ବାଚନ କମିଶନଙ୍କ ପାଖକୁ ଯାଇ ବିଜେପି ନିଜର ପରାଜୟ ପାଇଁ ଏବେଠୁ ବାହାନା ଖୋଜୁଛି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଟୁ ସମାଲୋଚନା କରିଛନ୍ତି। ପିପିଲିରେ ହିଂସାକାଣ୍ଡ ବୃଦ୍ଧି ପାଇଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗର ଜବାବ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ପିପିଲି ଉପନିର୍ବାଚନରେ ବିଜେପି ନିଜର ଶୋଚନୀୟ ପରାଜୟ ଆଶଙ୍କା କରି ହତାଶ ଓ ନିରାଶ ହୋଇପଡ଼ିଛି। ସେଥିପାଇଁ ପରାଜୟର ବାହାନା ଖୋଜୁଛି ଓ ନୂଆ ନୂଆ କାରଣ ଦର୍ଶାଉଛି। ସବୁଦିନେ ସାମ୍ବାଦିକ ସମ୍ମିଳନୀ କରି ଓ ନିର୍ବାଚନ କମିଶନଙ୍କୁ ଭେଟି ଅଭ୍ୟାସଗତ ଭାବେ ମିଥ୍ୟା ଅଭିଯୋଗ କରୁଛି।

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ି ଉପରେ ବିଜେପି କର୍ମୀମାନେ ଅତର୍କିତ ଆକ୍ରମଣ କରିଛନ୍ତି। ବିଜେପି କର୍ମୀଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ଧରାପଡ଼ିଥିଲା। ବିଜେଡି କର୍ମୀଙ୍କୁ ଆକ୍ରମଣ ଓ ପରିବାର ଲୋକଙ୍କୁ ଅଶାଳୀନ ଆଚରଣ କରି ଓଲଟା ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ଅତ୍ୟନ୍ତ ଲଜ୍ୟାର କଥା। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ହେଉ ଅବାପୁଣି ବିଜେପୁର ସମେତ ଯେତେ ଉପନିର୍ବାଚନ ହୋଇଛି ହାରିବା ଭୟରେ ବିଜେପି ଏଭଳି ଅଭ୍ୟାସଗତ ଅଭିଯୋଗ କରିଆସିଛି। ଏହା ନୂଆ ଘଟଣା ନୁହେଁ। ବିଜେପିର ଏହା ଚିରାଚରିତ ଅଭ୍ୟାସ। ବିଜେପି ଏପରି ନାଟକ ଓ ଡ୍ରାମାବାଜି କରି ଅଭ୍ୟାସଗତ ଭାବେ ମିଛ କଥାକୁ ଅପପ୍ରଚାର କରୁଛି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପିପିଲିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡ଼ି ଉପରେ ଆକ୍ରମଣ ଏବଂ ବିଜେଡି କର୍ମୀ ଓ ସେମାନଙ୍କ ପରିବାର ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ନିମନ୍ତେ ବିଜେପିକୁ ଦାୟୀ କରିଛି। ଏହାସହିତ ବିଜେପି ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସାଂସଦ ସୁଜିତ୍ କୁମାର, ଶ୍ରୀମୟୀ ମିଶ୍ର, ସୁଲତା ଦେଓ ଓ ଲେନିନ ମହାନ୍ତି ଯାଇ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲେ। ନିର୍ବାଚନ ଅଧିକାରୀଙ୍କୁ ଭେଟି ଆସିବାପରେ ଶ୍ରୀମତୀ ମିଶ୍ର ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story