25 ବର୍ଷର ଶାସନ ବିରୋଧରେ 60 ପୃଷ୍ଟାର ଚାର୍ଜସିଟ୍

ଓଡ଼ିଶାରୁ ଗତବର୍ଷ କେବଳ ୪୦ ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଓଡ଼ିଶାର ବେଗୋଜଗାରି ୨୦୧୫-୧୬ରେ ୩.୮% ଥିବା ବେଳେ ତାହା ଏବେ ୬%ରେ ପହଞ୍ଚିଛି। ବିଜେଡି ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି।

Manoj Swain
  • Published: Thursday, 25 April 2024
  • Updated: 25 April 2024, 12:15 PM IST

Sports

Latest News

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’ନାଁରେ ଚାର୍ଜସିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ୨୫ ବର୍ଷ କାଳ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି। ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ ଆସିଛି। ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି। ସେହିଭଳି ଓଡ଼ିଶାରୁ ଗତବର୍ଷ କେବଳ ୪୦ ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଓଡ଼ିଶାର ବେଗୋଜଗାରି ୨୦୧୫-୧୬ରେ ୩.୮% ଥିବା ବେଳେ ତାହା ଏବେ ୬%ରେ ପହଞ୍ଚିଛି। ବିଜେଡି ଯୁବବର୍ଗଙ୍କ ସ୍ୱପ୍ନ ପୂରଣ କରିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି।  ଦେଖନ୍ତୁ ପୂରା ରିପୋର୍ଟ। 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos