ଗଣଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି, ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଛି । ବିଶେଷକରି କଟକ ଜିଲ୍ଲାରେ ସରକାରୀ ଅଧିକାରୀମାନେ ମଧ୍ୟାହ୍ନ ଭୋଜନର ଅର୍ଥକୁ ଖୁଲମଖୁଲା ଲୁଟ୍ କରୁଛନ୍ତି ଓ ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଦୁର୍ନୀତିକୁ ବିଜେପି ଆଗାମୀ ଦିନରେ ପର୍ଦ୍ଦାଫାଶ କରିବ। ବିଜେପି ନେତା ଶାରଦା ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି […]

bjp

bjp

Manoranjan Sial
  • Published: Thursday, 20 August 2020
  • Updated: 20 August 2020, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଛି । ବିଶେଷକରି କଟକ ଜିଲ୍ଲାରେ ସରକାରୀ ଅଧିକାରୀମାନେ ମଧ୍ୟାହ୍ନ ଭୋଜନର ଅର୍ଥକୁ ଖୁଲମଖୁଲା ଲୁଟ୍ କରୁଛନ୍ତି ଓ ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଦୁର୍ନୀତିକୁ ବିଜେପି ଆଗାମୀ ଦିନରେ ପର୍ଦ୍ଦାଫାଶ କରିବ।

ବିଜେପି ନେତା ଶାରଦା ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୀର୍ଘ ୭ ବର୍ଷ ଧରି କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିରଜଂନ ସାହୁ ଦୁର୍ନୀତିର ବଡ଼ପଣ୍ଡା ସାଜିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷା ବିଭାଗ, ଶିକ୍ଷାମନ୍ତ୍ରୀ ଏବଂ କଟକ ଜିଲ୍ଲାପାଳ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ କିଛି ତଥ୍ୟ ପୋଷ୍ଟ କରିବା ଅଭିଯୋଗରେ ଗୋଟିଏ ଦିନ ମଧ୍ୟରେ ବରିଷ୍ଠ ସାମ୍ବାଦିକଙ୍କ ପୁଅ ତଥା ଦିଆନ ପଣସପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ବିନା ତଦନ୍ତରେ ନିଲମ୍ବନ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯଦି ଗୋଟିଏ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ଦୀର୍ଘ ୭ ବର୍ଷ ଧରି କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିରଜଂନ ସାହୁ ଦୁର୍ନୀତିର ବଡ଼ପଣ୍ଡା ସାଜିଥିବାବେଳେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକରେ ଖଣ୍ଡାୟତ ପାଟିକିରା ସରକାରୀ ଉଚ୍ଚବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ହୋଇଛି। ଚଳିତ ବର୍ଷ ୨୨ ଜାନୁଆରୀ ଏବଂ୨୫ ଜାନୁଆରୀ ୨୦୨୦ରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଅକ୍ଷୟ କୁମାର ନନ୍ଦ ମଧ୍ୟାହ୍ନ ଭୋଜନର ଏସଏମଏସ ଏବଂ ଛାତ୍ର ଉପସ୍ଥାନ ଖାତାରେ ବେଆଇନ ଭାବେ ମିଥ୍ୟା ଦସ୍ତଖତ କରି ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ହଡ଼ପ କରିଥିଲେ। ରାଜ୍ୟ ନୋଡାଲ୍ ଅଫିସର ବାରମ୍ବାର ଏନେଇ ସ୍ପଷ୍ଟୀକରଣ ମାଗିବା ସତ୍ତ୍ୱେ ତଦନ୍ତ ରିପୋର୍ଟକୁ ଶିକ୍ଷା ଅଧିକାରୀ ଚପାଇ ଦେଲେ। ସେହିପରି ମାହାଙ୍ଗା ବ୍ଲକରେ ଥିବା ଗୋକନ ହାଇସ୍କୁଲର ଜମି ପଟ୍ଟାକୁ ମିଥ୍ୟା ଦର୍ଶାଯାଇ ସେଠାରେ ସରକାରୀ ବିଦ୍ୟାଳୟ ପାଇଁ ଅନୁମତି ଅଣାଯାଇଛି। ଗତ ୨୦୧୫ରେ ଗୋକନ ହାଇସ୍କୁଲକୁ ରାଜ୍ୟ ସରକାର ଗ୍ରାଣ୍ଟ-ଇନ-ଏଡ ପ୍ରଦାନ କରିଥିଲେ। କିନ୍ତୁ ବାସ୍ତବରେ ଏହି ପ୍ଲଟରେ କୌଣସି ଗୋକନ ହାଇସ୍କୁଲ ନିର୍ମାଣ ହୋଇନାହିଁ। ଏହି ଜାଲ୍ ପଟ୍ଟାରେ ସେକ୍ରେଟାରୀ ଗୋକନ ସ୍କୁଲ ଲେଖାଯାଇଛି କିନ୍ତୁ ପ୍ଲଟ ଉପରେ ଏକ ପଂଚାୟତ ଗୋଦାମ ଘର ରହିଛି ଏବଂ ଏହା ଏକ ଘରୋଇ ଜମି। ଏପରି ଏକ ମିଥ୍ୟା ଓ ଜାଲ୍ ପଟ୍ଟା ଦେଇ ସ୍କୁଲକୁ ମଂଜୁରୀ ଦିଆଯାଇଛି। ଏସବୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।
ଦୁର୍ନୀତି କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story