ରାଜ୍ୟର ୩ଟି ସରକାରୀ ଟେକନିକାଲ କଲେଜର ଘରୋଇକରଣ ପାଇଁ ସରକାରୀ ଷଡ଼ଯନ୍ତ୍ର, ବିଜେପିର କଡ଼ା ବିରୋଧ

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ସରକାରୀ ବୈଷୟିକ କଲେଜଗୁଡ଼ିକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି।

BJP Flag

ବିଜେପି ପତାକା

Ordigital Desk
  • Published: Thursday, 18 January 2024
  • Updated: 18 January 2024, 10:19 PM IST

Sports

Latest News

ରାଜ୍ୟର ୩ଟି ପ୍ରତିଷ୍ଠିତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନକୁ ଘରୋଇ ସଂସ୍ଥା ହାତରେ ଟେକି ଦେବାକୁ ହେଉଥିବା ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ୨୪ବର୍ଷର ବିଜେଡି ସରକାର ଫାଇଭ-ଟି ନାଁରେ ସ୍କୁଲ ଓ କଲେଜର ରୂପାନ୍ତରୀକରଣ ନାଁରେ ଡିଣ୍ଡିମ ପିଟୁଛି କିନ୍ତୁ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ଚଂଚକତା କରି ଘରୋଇ ବ୍ୟକ୍ତିମାନଙ୍କ ହାତକୁ ଟେକିଦେବାକୁ ଯେଉଁ ଚକ୍ରାନ୍ତ କରିଛନ୍ତି ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପି ଚେତାବନୀ ଦେଇଛି ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ସରକାରୀ ବୈଷୟିକ କଲେଜଗୁଡ଼ିକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି। ୨୪ ବର୍ଷର ବିଜେଡି ସରକାର ଫାଇଭ-ଟି ନାଁରେ ସ୍କୁଲ ‘ରୂପାନ୍ତରୀକରଣ ଓ ପ୍ରତିଷ୍ଠା'ର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ସଂପୂର୍ଣ୍ଣ ଭିନ୍ନ । ଦକ୍ଷିଣ ଭାରତର ଠିକାଦାର ତଥା ବାହାର ରାଜ୍ୟର ଠିକାଦାରଙ୍କ ଜରିଆରେ ଶହ ଶହ କୋଟି ଟଙ୍କାର କାମ କରାଇ ମୁନାଫା କରୁଛନ୍ତି । ଶାସକ ବିଜେଡି ଦଳର ନେତା ଓ ମନ୍ତ୍ରୀମାନେ ଏବଂ ଅସାଧୁ ସରକାରୀ ଅଫିସରମାନେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅନିୟମିତତାରେ ଲିପ୍ତ ବୋଲି ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ବିଜେଡି ସରକାର ଫାଇଭ-ଟି ମାଧ୍ୟମରେ ପ୍ରତ୍ୟେକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନକୁ ବିଶ୍ୱସ୍ତରୀୟ ପାଇଁ ଯୋଜନା କରିବା ସହ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । ଏପଟେ ରାଜ୍ୟର ୩ଟି ପ୍ରମୁଖ ସରକାରୀ ବୈଷୟିକ କଲେଜ ଯଥା- ଜିସିଇ କେନ୍ଦୁଝର, ସିଆଇଟିଇ ଭୁବନେଶ୍ୱର, ସରାଙ୍ଗ ପଲିଟେକ୍‌ନିକ୍ କଲେଜକୁ ଘରୋଇକରଣ କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଛନ୍ତି । ଓଡ଼ିଶାର ରାଜସ୍ୱ ୩୦ପ୍ରତିଶତ କେନ୍ଦୁଝରରୁ ଆସୁଥିଲେ ସୁଦ୍ଧା ଏଠାରେ ଶିକ୍ଷାର ବିକାଶ ଆଶାନୁରୂପ ହୋଇନାହିଁ ।

Also Read

କେନ୍ଦୁଝର ତଥା ଉତ୍ତର ଓଡ଼ିଶାର ଏକମାତ୍ର ସରକାରୀ ବୈଷୟିକ କଲେଜରେ ଏବେ ୭ ଗୋଟି ବିଭାଗରେ ୧୫ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏହି କଲେଜ ପାଇଁ ରାଜ୍ୟ ସରକାର ୧୪୦ କୋଟି ଖର୍ଚ୍ଚ କରିଥିବାବେଳେ ସେଥିରେ କେନ୍ଦୁଝର ମିନେରାଲ ଫଣ୍ଡ ଓ ଓମବାଡସି ଫଣ୍ଡରୁ ୭୦କୋଟି ଟଙ୍କା ବିଭିନ୍ନ ଘର ନିର୍ମାଣ ଓ ଅତ୍ୟାଧୁନିକ ଯନ୍ତ୍ରପାତି କ୍ରୟ କରିବାରେ ଖର୍ଚ୍ଚ କରାଯାଇଛି । ଏସବୁ ପରେ ରାଜ୍ୟ ସରକାର ଏହି କଲେଜକୁ କାହିଁକି ଘରୋଇକରଣ କରିବାର ଆଗ୍ରହ ପ୍ରକାଶ କରୁଛନ୍ତି ତାହାର ଜବାବ ରଖନ୍ତୁ ବୋଲି ବିଜେପି ଦାବି କରିଛି । ରାଜ୍ୟ ସରକାର ଏହି ବୈଷୟିକ କଲେଜକୁ ଘରୋଇକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ୨୦୨୩  ଡିସେମ୍ବର ୧୮ରେ ପ୍ରକ୍ରିୟା ଆହ୍ୱାନ କରିଛନ୍ତି । ସରକାରଙ୍କ ଏଭଳି ହୀନ ପ୍ରୟାସକୁ ବିଜେପି କଡ଼ା ବିରୋଧ କରୁଛି ।

ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଶାସକ ବିଜେଡି ରାଜ୍ୟର ପ୍ରତିଷ୍ଠିତ ସରକାରୀ ବୈଷୟିକ କଲେଜକୁ ଘରୋଇକରଣ କରି ଯେଉଁ ମୋଟା ଅଙ୍କର ଟଙ୍କା ଆଣିବାର ପ୍ରୟାସ କରୁଛି ତାହାକୁ ବିଜେପି ସଫଳ ହେବାକୁ ଦେବ ନାହିଁ । ରାଜ୍ୟ ସରକାର ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । କେନ୍ଦୁଝର ବୈଷୟିକ ମହାବିଦ୍ୟାଳୟରେ ଥିବା ପୂର୍ବଭାରତର ଏକମାତ୍ର ମିନେରାଲ ଇିନିୟରିଂ ବୈଷୟିକ ବିଭାଗକୁ ସବୁଦିନ ପାଇଁ ବନ୍ଦ କରିବାର ମସୁଧାରୁ ମଧ୍ୟ କ୍ଷାନ୍ତ ରୁହନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି ।  ନଚେତ୍ ଆଗାମୀ ଦିନରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନାଉରୀ ନାଏକଙ୍କ ସମେତ, ମନୋଜ ମହାପାତ୍ର, ଉମାକାନ୍ତ ପଟ୍ଟନାୟକ ଓ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story