ଆସନ୍ତାକାଲିଠୁ ବିଜେପିର ୩ ଦିନିଆ ଶିବିର, ଗୁରୁମନ୍ତ୍ର ଦେବେ ବରିଷ୍ଠ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଆସନ୍ତାକାଲିଠୁ ପୁରୀରେ ରାଜ୍ୟ ବିଜେପିର ୩ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆସନ୍ତା ୨୯ରେ ଦୁଇଦିନିଆ ଗସ୍ତରେ ଆସିବା ପୂର୍ବରୁ ଦଳର ଏହି ପ୍ରଶିକ୍ଷଣ ଶିବିରକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ବିଜେପି ଜାତୀୟ ସଂଗଠନ ସମ୍ପାଦକ ବି ଏଲ୍ ସନ୍ତୋଷଙ୍କ […]

BJP

BJP

Ordigital Desk
  • Published: Monday, 12 September 2022
  • Updated: 12 September 2022, 10:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଆସନ୍ତାକାଲିଠୁ ପୁରୀରେ ରାଜ୍ୟ ବିଜେପିର ୩ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆସନ୍ତା ୨୯ରେ ଦୁଇଦିନିଆ ଗସ୍ତରେ ଆସିବା ପୂର୍ବରୁ ଦଳର ଏହି ପ୍ରଶିକ୍ଷଣ ଶିବିରକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ବିଜେପି ଜାତୀୟ ସଂଗଠନ ସମ୍ପାଦକ ବି ଏଲ୍ ସନ୍ତୋଷଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ଚୂଡ଼ାନ୍ତ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୨୯ ଓ ୩୦ ଦୁଇଦିନିଆ ଗସ୍ତରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଓଡ଼ିଶା ଆସୁଛନ୍ତି । ତାଙ୍କ ଗସ୍ତ ପୂର୍ବରୁ ନବନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସି ଦଳୀୟ ପଦାଧିକାରୀଙ୍କ ସହ ବୈଠକ କରି ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଛନ୍ତି । ପ୍ରଶିକ୍ଷଣ ଶିବିର ପୂର୍ବରୁ ଓଡ଼ିଶା ଗସ୍ତରେ ୭ଜଣ କେନ୍ଦ୍ରମନ୍ତ୍ରୀ ଆସି ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ାଇଛନ୍ତି । ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଆସନ୍ତାକାଲିଠୁ ହେବାକୁ ଥିବା ଏହି ୩ଦିନିଆ ପ୍ରଶିକ୍ଷଣ ଶିବିରରେ ମୋଟ ୧୫ଟି ଅଧିବେଶନ ରହିବ । ବିଜେପି ରାଜ୍ୟ ପ୍ରଭାରୀ ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଏବଂ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ୍ ସନ୍ତୋଷ ଦଳୀୟ ନେତା ଓ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ ।
ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଂଗଠନର ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ଛାମୁଆ ସଂଗଠନର କର୍ମକର୍ତ୍ତା, ଜିଲ୍ଲା ସଭାପତି, ଦଳର ବିଧାୟକ ଓ ସାଂସଦଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହେବେ ।

ଦଳ ଆଗାମୀ ଦିନରେ ୩୬ହଜାର ବୁଥରେ ନିଜର ଉପସ୍ଥିତି ଜାହିର କରିବା ସହ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଶିବିର ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos