ମହିଳା ଭୋଟ୍ ଉପରେ ବିଜେପିର ନଜର: ଘରକୁ ଘର ବୁଲି ପ୍ରଚାର କରିବ ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ସୁଦୃଢ଼ ମହିଳା ଏସଏଚଜି ଭୋଟ୍ ବ୍ୟାଙ୍କରେ ଛିଦ୍ର କରିବା ନିମନ୍ତେ ରାଜ୍ୟ ବିଜେପି ଏବେ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟମାନେ କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବା ନିମନ୍ତେ ଘରକୁ ଘର ବୁଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ମହିଳାଙ୍କୁ ପ୍ରଭାବିତ କରିବା ସହ ବିଜେଡିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର ଲଗାଇବାକୁ ବିଜେପି ଯୋଜନା କରିିଛି। ଆଜି ଦଳର ରାଜ୍ୟ […]

BJP

BJP

Ordigital Desk
  • Published: Thursday, 02 September 2021
  • Updated: 02 September 2021, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ସୁଦୃଢ଼ ମହିଳା ଏସଏଚଜି ଭୋଟ୍ ବ୍ୟାଙ୍କରେ ଛିଦ୍ର କରିବା ନିମନ୍ତେ ରାଜ୍ୟ ବିଜେପି ଏବେ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟମାନେ କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବା ନିମନ୍ତେ ଘରକୁ ଘର ବୁଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ମହିଳାଙ୍କୁ ପ୍ରଭାବିତ କରିବା ସହ ବିଜେଡିର ମହିଳା ଭୋଟବ୍ୟାଙ୍କରେ ଛିଦ୍ର ଲଗାଇବାକୁ ବିଜେପି ଯୋଜନା କରିିଛି। ଆଜି ଦଳର ରାଜ୍ୟ ମୁଖ୍ୟାଳୟରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ପ୍ରଭାରୀମାନଙ୍କ ଅନୁଷ୍ଠିତ ବୈଠକରେ ଏହି ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ନରେନ୍ଦ୍ର ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ମହିଳା ସଶକ୍ତିକରଣ ପାଇଁ ବହୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଜ୍ୱଳା, ବେଟି ବଚାଓ-ବେଟି ପଢାଓ, ଜନନୀ ସୁରକ୍ଷା ଯୋଜନା, ପୋଷଣ ଯୋଜନା,କିଶୋରୀ ଶକ୍ତି ଯୋଜନା, ସ୍ଟେପ୍‌, ସ୍ୱଧାର ଗୃହ ଆଦି ବହୁ କଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରିଛନ୍ତି। ସେହିପରି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି। ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଏ ସମସ୍ତ ଯୋଜନାର ସୁଫଳ ରାଜ୍ୟର ବହୁ ମହିଳା ପାଇବାରୁ ବଂଚିତ ହେଉଛନ୍ତି। ଅନ୍ୟପଟେ ମୋଦି ସରକାରଙ୍କ ପ୍ରତ୍ୟେକ ଯୋଜନାକୁ କପି-ପେଷ୍ଟ କରି ରାଜ୍ୟରେ ଶାସକ ବିଜେଡି ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଶାସକ ବିଜେଡି ପ୍ରତାରଣା କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ବୋଲ ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଆଗାମୀ ଦିନରେ ଘର ଘର ବୁଲି ରାଜ୍ୟବାସୀଙ୍କୁ ଅବଗତ ଓ ସଚେତନ କରାଇବେ ବୋଲି ଶ୍ରୀମତୀ ପଟ୍ଟନାୟକ  କହିଛନ୍ତି।
ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ ମହିଳା ମୋର୍ଚ୍ଚାର ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ, ଲେଖାଶ୍ରୀ ସାମନ୍ତସିଂହାର, ଦଶମତୀ ଛତରଙ୍କ ସମେତ ମହିଳା ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos