ଦିନକ ପରେ ରାଜ୍ୟରେ ବିଜେପି ସରକାର: ସ୍ପଷ୍ଟ ଜନାଦେଶ ସହ ୩୭.୪୧ ଲକ୍ଷ ଭୋଟ୍ ବଢ଼ିଛି, କଂଗ୍ରେସର ବଢ଼ିଲା, ବିଜେଡିର ଛିଡ଼ିଲା

ବିଜେଡି ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଉଭୟ ଦଳ ଓ ସରକାରୀ କଳଠୁ ଦୂରେଇ ରଖି ଏକାନ୍ତବାସରେ ରହିବାର ସୁଯୋଗ ନେଇ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ଓ ବିଶାଳ ସଭା କରିବାବେଳେ ବିଜେପି କ୍ରମାଗତ ଭାବେ ପାଣ୍ଡିଆନଙ୍କ ହାକିମାତିକୁ ଟାର୍ଗେଟ୍ କରିଥିଲା ।

BJP

Represent

Ordigital Desk
  • Published: Monday, 10 June 2024
  • Updated: 11 June 2024, 08:24 AM IST

Sports

Latest News

କୋଟିଏରୁ ଅଧିକ କର୍ମୀ ଥିବା ୨୪ବର୍ଷର ଅପ୍ରତିଦ୍ୱନ୍ଦ୍ୱୀ ବିଜେଡିକୁ ଧୂଳି ଚଟାଇ ବିଜେପି ରାଜ୍ୟରେ ସ୍ପଷ୍ଟ ଜନାଦେଶ ସହ ସରକାର ଗଢ଼ିବାକୁ ଯାଉଛି । ଦିନକ ପରେ ବୁଧବାର ଅପରାହ୍ନ ୫ଟାରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଶପଥ ନେବ । ଓଡ଼ିଶାର ଏହି ପରିବର୍ତ୍ତନର ଖୁସିକୁ ନିଜ ଘରେ ଓ ମନ୍ଦିରରେ ଦୁଇଟି ଲେଖାଏଁ ଦୀପ ଲଗାଇ ପାଳିବାକୁ ଆଜି ବିଜେପି ରାଜ୍ୟବାସୀଙ୍କୁ ଆହ୍ୱାନ କରିଛି । ତେବେ ରାଜ୍ୟରେ ମହାଦ୍ରୁମ ପାଲଟିଥିବା ବିଜେଡିକୁ କିଭଳି ଧ୍ୱଂସବିଧ୍ୱସ୍ତ କରିବାରେ ବିଜେପି ସକ୍ଷମ ହେଲା, କ’ଣ ରହିଥିଲା ଦଳର ରଣନୀତି, ମାତ୍ର କ’ଣ ଦେଢ଼ମାସର ନିର୍ବାଚନୀ ପ୍ରଚାରରେ ରାଜନୀତିକ ସତ୍ତା ଓଲଟପାଲଟ ହୋଇଗଲା, ନା ଏହାପଛରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସୁଚିନ୍ତିତ ରଣନୀତି ଥିଲା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗତ ୨୦୨୨ ପଂଚାୟତ ନିର୍ବାଚନରେ ମିଳିଥିବା ଭୋଟ୍ ତୁଳନାରେ ଉଭୟ ବିଜେପି ଓ କଂଗ୍ରେସ ନିଜର ଭୋଟ୍ ପରିମାଣ ବଢ଼ାଇଥିବାବେଳେ ବିଜେଡିଠୁ ପ୍ରାୟ ୯ଲକ୍ଷରୁ ଅଧିକ ଭୋଟର ମୁହଁ ଫେରାଇ ନେଇଛନ୍ତି । ଆଉ ବିଜେପି ସହ ପ୍ରାୟ ୩୭.୪୧ଲକ୍ଷ ଭୋଟର ଯୋଡ଼ି ହୋଇ ଦଳକୁ ଆଖିଦୃଶିଆ ସଫଳତା ଦେଇଥିବା ଜଣାପଡ଼ିଛି।

ବିଜେପି ସୂତ୍ର ଅନୁସାରେ, କୌଣସି ସଫଳତା ରାତାରାତି ମିଳେନି । ପଂଚାୟତ ଓ ପୌର ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ ରାଜ୍ୟରେ ସଂଗଠନକୁ ସଜାଡ଼ି ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ତାହା ଦଳର କର୍ମୀମାନଙ୍କ ମନୋବଳକୁ ବୃଦ୍ଧି କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ସରକାରବିରୋଧୀ ଆକ୍ରୋଶକୁ ଭୋଟବାକ୍ସ ପର୍ଯ୍ୟନ୍ତ ନେବାରେ ସକ୍ଷମ ହୋଇଥିଲା । ପଂଚାୟତ ଓ ପୌର ନିର୍ବାଚନର ଦଳର ବିପର୍ଯ୍ୟସ୍ତ ସ୍ଥିତି ପରେପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଫୋକସକୁ ଆସିଥିଲା ଓଡ଼ିଶା । ଆଉ ଉତ୍ତରପ୍ରଦେଶରେ ନିଜର କାର୍ଯ୍ୟଦକ୍ଷତା ଦେଖାଇ ଦଳ ପାଇଁ ସଫଳତା ଆଣିବାରେ ସକ୍ଷମ ହୋଇଥିବା ବିଜେପି ସାଧାରଣ ସମ୍ପାଦକ ସୁନୀଲ ବଂଶଲଙ୍କୁ ୨୦୨୨ ଅଗଷ୍ଟ ମାସରେ ଓଡ଼ିଶା ପ୍ରଭାରୀ କରି ଦଳ ପଠାଇଲା । ସେବେଠୁ ପ୍ରଚ୍ଛଦପଟ୍ଟରେ ରହି ସୁନୀଲ ସୁଚିନ୍ତିତ ରଣନୀତି ମାଧ୍ୟମରେ ରାଜ୍ୟରେ ବିଜେପିକୁ ଅଧିକ ଆକ୍ରମଣାତ୍ମକ ଶୈଳୀରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥିଲେ । ରାଜ୍ୟରେ ବିରୋଧୀ ଦଳ ନେତା ଓ ରାଜ୍ୟ ବିଜେପି ସଭାପତି ପରିବର୍ତ୍ତନ ସହ ସଂଗଠନସ୍ତରରେ ପରିବର୍ତ୍ତନ ମାଧ୍ୟମରେ ବିଜେଡି ସରକାରର ପ୍ରତ୍ୟେକ ତ୍ରୁଟିକୁ ପଦାକୁ ଆଣି ଦଳ ସାଧାରଣ ଲୋକଙ୍କ ସ୍ୱର ହେବାକୁ ପ୍ରୟାସ କରିଥିଲା । ରାଜ୍ୟରେ ଦଳୀୟ ସଂଗଠନ ସଂଘବଦ୍ଧ ହୋଇ ବିଜେଡିର ଦୋଷତ୍ରୁଟିକୁ ସ୍ପଷ୍ଟ ଓ ଶାଣିତ ଢଙ୍ଗରେ ଉଜାଗର କରିବାରେ ଲାଗିଲା ।

Also Read

ଆଉ ନିର୍ବାଚନ ତାରିଖ ଘୋଷଣା ହେବାପରେ ମଧ୍ୟ ସମ୍ଭାବ୍ୟ ମେଂଟକୁ ନେଇ ସସପେନ୍ସ ଲାଗି ରହିବା ବିଜେଡି ପାଇଁ ଅଧିକ କ୍ଷତି ଆଣି ଦେଇଥିଲା । ବିଜେପି ସଭାପତି ମନମୋହନ ସାମଲ ବାରମ୍ବାର ଗଣମାଧ୍ୟମକୁ ଆସି ଏହି ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଉଥିଲେ । ଆଉ କେନ୍ଦ୍ରୀୟ ଶୀର୍ଷ ନେତାଙ୍କୁ ବୁଝାଇ ବିଜେଡି ସହ ମେଂଟ ନକରିବାକୁ ପ୍ରବର୍ତ୍ତାଇବାରେ ମଧ୍ୟ ସୁନୀଲ ବଂଶଲଙ୍କ ଯୋଗଦାନ ଥିବା ଜଣାପଡ଼ିଛି । ଏସବୁ ଭିତରେ ଦଳ ଲୋକସଭା ଉପରେ ଅଧିକ ଫୋକସ କରି ରାଜ୍ୟରେ ନିଜର ହେଭିୱେଟ୍ ନେତା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ଓ ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତିନେଲା । ରାଜ୍ୟରେ ଗତଥର ଭଳି ଭୋଟରମାନେ ଯେଭଳି ବିଭାଜିତ ମତଦାନ(ସ୍ପ୍ଲିଟ୍ ଭୋଟିଂ) ନ କରିବେ  ସେଥିପାଇଁ ଦଳ ଆରମ୍ଭରୁ ହିଁ ନିଜର ନିର୍ବାଚନୀ ପ୍ରଚାରଶୈଳୀକୁ ଆକ୍ରମଣାତ୍ମକ କରିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ଶାଣିତ ପ୍ରଚାର ସମେତ ରାଜନାଥ ସିଂ, ହିମନ୍ତ ବିଶ୍ୱଶର୍ମା, ବିପ୍ଲବ ଦେବଙ୍କ ଭଳି ନେତାମାନେ ନିର୍ବାଚନୀ ପ୍ରଚାରରେ ‘ଓଡ଼ିଆ ଅସ୍ମିତା’, ‘ମହାପ୍ରଭୁଙ୍କ ରତ୍ନଭଣ୍ଡାର’ ଓ କେନ୍ଦ୍ରୀୟ ଯୋଜନାକୁ ହଡ଼ପ ଭଳି ପ୍ରସଙ୍ଗକୁ ଲୋକଙ୍କ ପାଖରେ ରଖିଲେ । ବିଜେଡିର ନିର୍ବାଚନୀ ପ୍ରଚାରକୁ କାଉଣ୍ଟର କରିବା ପାଇଁ ଦଳ ମଧ୍ୟ ରାଜ୍ୟରେ ନିଜର ୫ଜଣ ନେତା ମନମୋହନ,ଧର୍ମେନ୍ଦ୍ର, ବୈଜୟନ୍ତ, ଅପରାଜିତା ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଏକାଠି ନିର୍ବାଚନୀ ସଭା କରିବା ଏବଂ ଗଣମାଧ୍ୟମକୁ ସମ୍ବୋଧିତ କରିବା ଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କଲା । ଆଉ ପୂର୍ବରୁ ଆକ୍ରୋଶ ମଧ୍ୟରେ ରହିଥିବା ସାଧାରଣ ଭୋଟର ବି ବିଜେପିକୁ ଭରସା କରି ବିଖଣ୍ଡିତ ବଦଳରେ ସ୍ପଷ୍ଟ ଜନାଦେଶ ଦେଲେ ।

ଅବଶ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ଚିନ୍ତାଧାରା, ଭିକେ ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି, ବ୍ୟାପକ ପିସି ଓ ଦୁର୍ନୀତି କାରବାର, ସାଧାରଣ ଲୋକଙ୍କଠୁ ଦଳ ଓ ସରକାର ଦୂରେଇଯିବା ସହ ନେତା-ଅଫିସରମାନେ ନିଜକୁ ଅସୁରକ୍ଷିତ ମଣିବା ଭଳି ଏକ ଅନିଶ୍ଚିତ ବାତାବରଣ ସୃଷ୍ଟି ହୋଇଥିଲା । ନବୀନଙ୍କ ନିରବତା ଓ ଏକାନ୍ତବାସ ମଧ୍ୟରେ ପାଣ୍ଡିଆନ ନିଜର ହାତଗଣତି ତୋଷାମଦକାରୀ ଟିମ୍ ମେମ୍ବରଙ୍କୁ ଧରି ନୂଆ ଓଡ଼ିଶା ଦଖଲରେ ବାହାରି ପଡ଼ିଥିଲେ । ଯାହା ବିଜେଡି ପାଇଁ ବୁମେରାଂ ହେଲା । ବିଜେପି କେବଳ ନିଆଁରେ ଘିଅ ଢ଼ାଳିବା ଭଳି ରାଜ୍ୟର ଭୋଟରମାନଙ୍କ ମନରେ ବିଜେଡି ସରକାର ଓ ପାଣ୍ଡିଆନ ବିରୁଦ୍ଧରେ ରହିଥିବା ଆକ୍ରୋଶକୁ ନିଜର ସ୍ୱର ଦେବାରେ ସକ୍ଷମ ହୋଇଥିଲା ।

ଆଉ ଏହାର ଫଳସ୍ୱରୂପ ବିଜେପିର ଭୋଟରେ ଆଖିଦୃଶିଆ ବୃଦ୍ଧି ହୋଇଛି ।  ବିଜେଡିର ଭୋଟ ଅଚାନକ ୯ଲକ୍ଷ କମିଥିବାବେଳେ କଂଗ୍ରେସର ଭୋଟ୍ କ୍ରମାଗତ ହ୍ରାସ ପାଇବାରେ ଲାଗିଛି ।

ତଥ୍ୟ ଅନୁସାରେ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିକୁ ମୋଟ ୧ କୋଟି ୬୪ହଜାର ଭୋଟ୍ ପଡ଼ିଛି । ୨୦୨୨ ପଂଚାୟତ ନିର୍ବାଚନରେ ବିଜେପିକୁ ରାଜ୍ୟରେ ମାତ୍ର ୬୩.୨୩ ଲକ୍ଷ ଭୋଟ୍ ମିଳିଥିଲା । ମାତ୍ର ୨ବର୍ଷ ମଧ୍ୟରେ ଦଳର ଭୋଟ୍ ହାରାହାରି ୩୭.୪୧ଲକ୍ଷ ଅଧିକ ବଢ଼ିଛି । ଏହି ଭୋଟ୍ ହାର ବଢ଼ିବା ସହ ବିଧାନସଭାରେ ଦଳର ଆସନ ସଂଖ୍ୟା ୨୦୧୯ ତୁଳନାରେ ୫୫ଟି ଅଧିକ ହୋଇଛି । ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ୭୬.୯୦ଲକ୍ଷ ଭୋଟ୍ ପାଇଥିଲା । ମାତ୍ର ୨୦୨୨ ପଂଚାୟତ ନିର୍ବାଚନରେ ଦଳର ଭୋଟ୍ ପ୍ରାୟ ୧୪ଲକ୍ଷରୁ ଅଧିକ ହ୍ରାସ ହୋଇଥିଲା ।

ସେହିପରି ୨୦୨୨ ପଂଚାୟତ ନିର୍ବାଚନରେ ବିଜେଡିକୁ ମୋଟ ପ୍ରାୟ ୧.୧୦କୋଟି ଭୋଟ୍ ମିଳିଥିଲା । କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡିକୁ ୧କୋଟି ୧ଲକ୍ଷ ୨ହଜାର ୪୫୪ ଭୋଟ୍ ମିଳିଛି । ଦଳଠୁ ପ୍ରାୟ ୯ଲକ୍ଷ ଭୋଟର ମୁହଁ ଫେରାଇ ନେଇଛନ୍ତି ଆଉ ଏଥିପାଇଁ ଦଳର ବିଧାନସଭାରେ ଆସନ ସଂଖ୍ୟା ୬୧ଟି କମିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିକୁ ମୋଟ ୧କୋଟି ୫ଲକ୍ଷ ୭୧ହଜାର ୭୨୭ଟି ଭୋଟ୍ ମିଳିଥିଲା ଓ ଦଳ ୧୧୨ରୁ ଏବେ ୫୧ଟି ଆସନ ମଧ୍ୟରେ ସୀମିତ ରହିଛି ।

ସେହିପରି କଂଗ୍ରେସ ସପକ୍ଷରେ ୨୦୨୪ ବିଧାନସଭା ନିର୍ବାଚନରେ ମୋଟ ୩୩ଲକ୍ଷ ୩୧ହଜାର ୩୧୯ ଭୋଟ୍ ପଡ଼ିଛି । ୨୦୧୯ ବିଧାନସଭା ନିର୍ବାଚନରେ ଦଳକୁ ୩୭ଲକ୍ଷ ୭୯ହଜାର ୭୫୧ଖଣ୍ଡ ଭୋଟ୍ ମିଳିଥିଲାବେଳେ ୨୦୨୨ ପଂଚାୟତ ନିର୍ବାଚନରେ ଏହା ୨୮.୫୩ଲକ୍ଷକୁ ହ୍ରାସ ପାଇଥିଲା । ଏବେ ୨୦୨୪ ବିଧାନସଭାରେ ଏହି ଭୋଟ୍ ପରିମାଣରେ ପ୍ରାୟ ୫ଲକ୍ଷ ବୃଦ୍ଧି ହେବା କଂଗ୍ରେସ ପାଇଁ ଶୁଭ ସଙ୍କେତ ଦେଇଛି । ଦଳ ମଧ୍ୟ ନିଜର ଆସନ ସଂଖ୍ୟାକୁ ୯ରୁ ୧୪କୁ ବଢ଼ାଇଛି । ମାତ୍ର ୨୦୧୯ ବିଧାନସଭାରେ କଂଗ୍ରେସ ପାଇଥିବା ଭୋଟ୍ ତୁଳନାରେ ୨୦୨୪ ବିଧାନସଭାରେ ୪.୪୮ଲକ୍ଷ କମ୍ ରହିଛି ।

ଅବଶ୍ୟ ୨୦୨୪ ବିଧାନସଭାରେ ବିଜେପିକୁ ୪୦.୦୭% ଭୋଟ୍ , ବିଜେଡିକୁ ୪୦.୨୨% ଓ କଂଗ୍ରେସକୁ ୧୩.୨୬% ଭୋଟ୍ ମିଳିଛି । ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ବିଜେଡିର ଭୋଟ ହାର ୪.୪୯% ଛିଡ଼ିଥିବାବେଳେ ବିଜେପିର ଭୋଟ୍ ହାର ୭.୫୮% ବଢ଼ିଛି । କଂଗ୍ରେସର ଭୋଟ ହାର ୨.୮୬% କମିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story