ବୁଥ୍ ଭିତରକୁ ଫୋନ୍ ବାରଣ ହେଉ, ସିଇଓଙ୍କୁ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ମତଦାନ କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିବାକୁ ବିଜେପି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଲିଖିତ ଦାବି କରିଛି । ଏହାସହିତ ବିଜେଡି ନିଜର ପ୍ରଚାର କାର୍ଯ୍ୟରେ ସରକାରୀ କଳ ଓ ପ୍ରଶାସନକୁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି । ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଭାବେ ବିଜେଡି […]

BJP

Ordigital Desk
  • Published: Friday, 21 October 2022
  • , Updated: 21 October 2022, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ମତଦାନ କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିବାକୁ ବିଜେପି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଲିଖିତ ଦାବି କରିଛି । ଏହାସହିତ ବିଜେଡି ନିଜର ପ୍ରଚାର କାର୍ଯ୍ୟରେ ସରକାରୀ କଳ ଓ ପ୍ରଶାସନକୁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ।

ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଭାବେ ବିଜେଡି ଦ୍ୱାରା ସରକାରୀ କଳର ଅପବ୍ୟବହାର କରାଯାଉଥିବା ନେଇ ଅଭିଯୋଗ କରିଛି । ବିଜେଡି ସମର୍ଥକ କଂଟ୍ରୋଲ ଡିଲରଙ୍କ ଦ୍ୱାରା ରାସନ ସାମଗ୍ରୀ ବଂଟନ କରାଯିବା ସହ ମତଦାନ ଦେଇ ଫଟୋ ଦେଖାଇବା ପରେ ୨ହଜାର ଟଙ୍କା ଦେବାକୁ ପ୍ରଲୋଭନ କରାଯାଉଛି । ଯାହାକି ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲଘଂନ କରୁଛି । ତେଣୁ ଆସନ୍ତା ୩ତାରିଖରେ ମତଦାନବେଳେ ମୋବାଇଲ ଫୋନ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯିବାକୁ ବିଜେପି ଦାବି କରିଛି ।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ୩୦ଟଙ୍କା ନେଇ ଓଡ଼ିଶା ସରକାରଙ୍କ ଲୋଗୋ ଥିବା ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଂଟୁଛନ୍ତି । ଯାହାକି ରାଜ୍ୟର ଅନ୍ୟ କୌଣସି ସ୍ଥାନରେ କରାଯାଉ ନାହିଁ । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ କାହା ନିର୍ଦ୍ଦେଶରେ ଏସଏଚଜି ମହିଳାମାନେ ଏହି କାର୍ଯ୍ୟ କରୁଛନ୍ତି ତାହାର ତଦନ୍ତ କରାଯାଉ ଓ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସୁବୁକୁ ବନ୍ଦ କରିବା ଲାଗି ସିଇଓଙ୍କ ନିକଟରେ ବିଜେପି ଦାବି କରିଛି ।
ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ରମାରଞ୍ଜନ ବଳିୟାରସିଂହ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Related story